ଚାଇନାରେ ଚାଞ୍ଚଲ୍ୟ, ନୃତ୍ୟ କାର୍ଯ୍ୟକ୍ରମରେ ଛାତ୍ରୀଙ୍କୁ କୁଣ୍ଢାଇ ପକାଇଲା ହ୍ୟୁମାନଏଡ୍‌ ରୋବୋ

ବେଜିଂ, ୨୭।୪(ପି.ଟି.): ଚାଇନାର ଶାନସି ପ୍ରଦେଶର ଏକ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ହ୍ୟୁମାନଏଡ୍‌ ରୋବୋ (ଯନ୍ତ୍ରମଣିଷ) ନାଚୁଥିବା ସମୟରେ ହଠାତ୍‌ ଜଣେ ଛାତ୍ରୀଙ୍କ ଆଡ଼କୁ ମାଡ଼ିଆସି ତାଙ୍କୁ କୁଣ୍ଢାଇ ପକାଇଥିଲା। ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଲୋକେ ସ୍ତବ୍ଧ ହୋଇଯାଇଥିଲେ ଏବଂ କର୍ମଚାରୀମାନେ ତୁରନ୍ତ ଦୌଡ଼ିଆସି ରୋବୋକୁ ଟାଣି ନେଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଚାଇନାର ସୋସିଆଲ ମିଡିଆରେ ବଡ଼ ବିତର୍କ ଆରମ୍ଭ ହୋଇଛି।

ରୋବୋଟିର ନିଜସ୍ବ ଚେତନା ବିକଶିତ ହୋଇଗଲାଣି କି ବୋଲି କେତେଜଣ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ କେତେଜଣ ଏହାକୁ ଜଣେ ଅପରେଟରଙ୍କ ଦ୍ୱାରା ନିୟନ୍ତ୍ରିତ ବୋଲି ସନ୍ଦେହ କରିଥିଲେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଜଣେ କର୍ମଚାରୀ କହିଛନ୍ତି, ଏହା କୌଣସି ପୂର୍ବ ନିର୍ଦ୍ଧାରିତ ପଦକ୍ଷେପ ନ ଥିଲା। ଏହା ରୋବୋର ଏକ ଏଆଇ ପ୍ରୋଗ୍ରାମିଂ ତ୍ରୁଟି। ରୋବାଟିକୁ ପ୍ରଦାନ କରିଥିବା କମ୍ପାନୀର କହିବାନୁଯାୟୀ, କାର୍ଯ୍ୟକ୍ରମ ସ୍ଥଳରେ ସେହି ସମୟରେ ଏକାଧିକ ଡ୍ରୋନ୍‌ ଉଡ଼ୁଥିଲା।

ଏହି ଡ୍ରୋନ୍‌ଗୁଡ଼ିକରୁ ନିର୍ଗତ ସିଗ୍‌ନାଲ ଯୋଗୁ ରୋବୋର ସିଗନାଲ୍‌ରେ ବାଧା ସୃଷ୍ଟି ହୋଇଥିଲା, ଫଳରେ ରୋବୋ ଅସ୍ବାଭାବିକ ଆଚରଣ କରିଥିଲା। ଚାଇନା ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ବିଶ୍ୱରେ ନିଜର ପ୍ରଭାବ ବିସ୍ତାର କରୁଛି। ନିକଟରେ ଏକ ହ୍ୟୁମାନଏଡ୍‌ ରୋବୋ ହାଫ୍‌ ମାରାଥନ୍‌କୁ ମାତ୍ର ୫୦ ମିନିଟ ୨୬ ସେକେଣ୍ଡରେ ଶେଷ କରି ମଣିଷର ବିଶ୍ୱ ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛି। ବର୍ତ୍ତମାନ ଚାଇନାର ପ୍ରାୟ ସମସ୍ତ ବଡ଼ ହୋଟେଲ ଓ ଡାକ୍ତରଖାନାରେ ରୋବୋଗୁଡ଼ିକ ସେବା ଯୋଗାଇ ଦେଉଛନ୍ତି। ତେବେ ଉପରୋକ୍ତ ଘଟଣାଟି ରୋବୋର ଭଲ ପାଇବା ନ ଥିଲା, ବରଂ ତାହା ଏକ ବୈଷୟିକ ତ୍ରୁଟି ଥିଲା। ଏହି ଘଟଣା ସତର୍କ କରାଉଛି ଯେ ମଣିଷ ଏବଂ ମେଶିନ ଏକାଠି କାମ କରିବାବେଳେ ସୁରକ୍ଷା ନିୟମକୁ ଅଧିକ ପ୍ରାଧାନ୍ୟ ଦେବାକୁ ପଡ଼ିବ। ରୋବୋ ବିଶେଷଜ୍ଞ ଗାଓ ହୁଆନ୍‌ କହିଛନ୍ତି, ସାଧାରଣ ସ୍ଥାନରେ ରୋବୋ ବ୍ୟବହାର ବେଳେ ଅଧିକ ସତର୍କତା ଅବଲମ୍ବନ ଜରୁରୀ। ରୋବୋକୁ କେବଳ ଏକ ଖେଳଣା ଭାବେ ନ ଦେଖି ଏକ ଶକ୍ତିଶାଳୀ ଯନ୍ତ୍ର ଭାବେ ଦେଖିବା ଉଚିତ। ଜରୁରିକାଳୀନ ପରିସ୍ଥିତି ପାଇଁ ‘ଏମରଜେନ୍ସି ଷ୍ଟପ୍‌’ ବ୍ୟବସ୍ଥା ଏବଂ ମଣିଷ ପର୍ଯ୍ୟବେକ୍ଷକ ରହିବା ଆବଶ୍ୟକ ବୋଲି ହୁଆନ୍‌ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?