ଆନ୍ଧ୍ର ବି.ଇଡି ନାମଲେଖା ନାଁରେ ଠକେଇ, ୨ ଗିରଫ

ଝାରସୁଗୁଡ଼ା,୨୭।୪ (ଆଶିଷ ରଞ୍ଜନ ଦାଶ): ଓଡ଼ିଶାର ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳୁଥିବା ଏକ ଆନ୍ତଃରାଜ୍ୟ ଶିକ୍ଷା ଠକେଇ ର଼୍ୟାକେଟକୁ ଝାରସୁଗୁଡ଼ା ପୋଲିସ ଧରିଛି। ଆନ୍ଧ୍ରପ୍ରଦେଶର ବିଭିନ୍ନ କଲେଜରେ ବି.ଇଡି ନାମଲେଖାଇ ଦେବା ପ୍ରଲୋଭନ ଦେଖାଇ ବହୁ ଲକ୍ଷ ଟଙ୍କା ହଡ଼ପ କରୁଥିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚିତ୍ତରଞ୍ଜନ ବାରିକ ଏବଂ ରିମା ଦାସ।
ବୁର୍ଲା ଜ୍ୟୋତିବିହାର ନିକଟସ୍ଥ ବସନ୍ତ ବିହାରରେ ଏକ ଭଡ଼ାଘରେ ୱାନ୍‌ ୱାଲର୍‌ଡ ଏକାଡେମୀ ନାମକ ଏକ ସଂସ୍ଥା ଖୋଲି ଚିତ୍ତରଞ୍ଜନ ଏବଂ ରିମା ୫ ବର୍ଷ ଧରି ଏହି କାରନାମା ଚଳାଇଥିଲେ। ସେମାନେ ମୁଖ୍ୟତଃ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାରେ ଥିବା ୭ ହିଲ୍ସ ବି.ଇଡି କଲେଜ ଏବଂ ରାମକୃଷ୍ଣ ବି.ଇଡି କଲେଜରେ ସହଜରେ ନାମଲେଖାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଉଥିଲେ। ଅନେକ ଛାତ୍ରୀଛାତ୍ରଙ୍କଠାରୁ ଟଙ୍କା ନେଇ ନାମଲେଖା ନ କରି ସେମାନଙ୍କୁ ଜାଲ୍‌ ଆଡମିଶନପତ୍ର ଓ ସାର୍ଟିଫିକେଟ ପ୍ରଦାନ କରାଯାଉଥିଲା। ବି.ଇଡି ଏକ ରେଗୁଲାର କୋର୍ସ ହୋଇଥିବା ବେଳେ ଏହାକୁ ଡିଷ୍ଟାନ୍ସ କୋର୍ସ କହି ଛାତ୍ରୀଛାତ୍ରଙ୍କୁ ବିଭ୍ରାନ୍ତ କରାଯାଉଥିଲା। କେବଳ ବିଏଡ୍‌ ନୁହେଁ, ବରଂ ଏମ୍‌.ଇଡି, ବିଏ, ବିଏସ୍‌ସି ଭଳି ବିଭିନ୍ନ ପାଠ୍ୟକ୍ରମର ପ୍ରମାଣପତ୍ର ଯୋଗାଇଦେବା ନାଁରେ ଏହି ର଼୍ୟାକେଟ ବହୁ କୋଟି ଟଙ୍କା ଆଦାୟ କରିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କ ସନ୍ଦେହ ଏଡ଼ାଇବା ପାଇଁ ଅଭିଯୁକ୍ତମାନେ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାର ପିଲାମାନଙ୍କୁ ଟାର୍ଗେଟ କରୁଥିଲେ।

ବ୍ରଜରାଜନଗର ଅଞ୍ଚଳର ୨ଜଣ ଛାତ୍ରୀ ଏହି ଠକେଇର ଶିକାର ହେବା ପରେ ଝାରସୁଗୁଡ଼ା ସାଇବର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ. ୯/୨୦୨୬) ରୁଜୁକରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲା। ଯେଉଁ ଘରେ ଏହି ଏକାଡେମୀ ଚାଲିଥିଲା, ସେହି ଘର ମାଲିକଙ୍କ ଭୂମିକାକୁ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି। ସରକାରୀ ଜମି ଜବରଦଖଲ କରାଯାଇ ଏହି ଘର ନିର୍ମାଣ କରାଯାଇଥିବା ସୂଚନା ମିଳିଛି। ପୋଲିସ ବର୍ତ୍ତମାନ ଏହି ନେଟୱର୍କରେ ସମ୍ପୃକ୍ତ ଥିବା ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଝାରସୁଗୁଡ଼ା ପୋଲିସ ପକ୍ଷରୁ ସମସ୍ତ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କୁ ଅନୁରୋଧ କରାଯାଇଛି, କୌଣସି ବି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପୂର୍ବରୁ ସେହି ସଂସ୍ଥାର ଏନ୍‌ସିଟିଇ ସ୍ବୀକୃତି ଏବଂ ବିଶ୍ୱବିଦ୍ୟାଳୟ ଅନୁବନ୍ଧନକୁ ଭଲଭାବେ ଯାଞ୍ଚ କରନ୍ତୁ। ଯଦି କେହି ଏଭଳି ଠକେଇର ଶିକାର ହୋଇଛନ୍ତି, ତେବେ ତୁରନ୍ତ ପୋଲିସକୁ ଜଣାନ୍ତୁ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri