ଜନଗଣନାରେ ବାଧା ଦେଲେ ୩ ବର୍ଷ ଜେଲଦଣ୍ଡ: ଜାରି ହେଲା ଏସ୍‌ଓପି

ଭୁବନେଶ୍ୱର,୨୪।୪ (ରବିନାରାୟଣ ଜେନା):ରାଜ୍ୟରେ ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନାକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପରେ ଗୁରୁବାର ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଅର(ଏସ୍‌ଓପି) ଜାରି କରିଛନ୍ତି। ଏସ୍‌ଓପିରେ ଡ. ପାଢ଼ୀ ଦର୍ଶାଇଛନ୍ତି, ଜନଗଣନା କାର୍ଯ୍ୟରେ ନିୟୋଜିତ ସୁପରଭାଇଜର ଓ ଏନ୍ୟୁମେରେଟରଙ୍କୁ ସୁରକ୍ଷା ମିଳିବ। ଯଦି କୌଣସି ବ୍ୟକ୍ତି ଏହି କାର୍ଯ୍ୟ ନିର୍ବାହ ବେଳେ ବାଧା ସୃଷ୍ଟି କରନ୍ତି ତେବେ ସେ ଆର୍ଥିକ ଓ ଜେଲଦଣ୍ଡରେ ଦଣ୍ଡିତ ହେବେ।
ପାଢ଼ୀ ଏସ୍‌ଓପିରେ ଦର୍ଶାଇଛନ୍ତି, ଜନଗଣନା କର୍ମଚାରୀମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏନ୍ୟୁମେରେଟର ଓ ସୁପରଭାଇଜର (ଇଆଣ୍ଡଏସ୍‌) ମାନେ ସବୁବେଳେ ତାଙ୍କର ଆଧାରକାର୍ଡ ପିନ୍ଧିବାକୁ ପଡ଼ିବ। କ୍ଷେତ୍ରସ୍ଥଳରେ କାର୍ଯ୍ୟ ସମୟରେ ସେମାନେ ନିଯୁକ୍ତି ପତ୍ର ପାଖରେ ରଖିବେ। ଗ୍ରୀଷ୍ମପ୍ରବାହ ଅତ୍ୟଧିକ ଯୋଗୁ ଅଂଶୁଘାତ ଏଡ଼ାଇବା ପାଇଁ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରିବେ। ଦିନ ୧୧ଟାରୁ ୩ଟା ମଧ୍ୟରେ ଜନଗଣନା କାର୍ଯ୍ୟରୁ ନିବୃତ ରହିବେ ଏବଂ ପାଖରେ ଓଆର୍‌ଏସ୍‌ ନେବେ। ସମ୍ବେଦନଶୀଳ ଅଞ୍ଚଳରେ ଇଆଣ୍ଡଏସ୍‌ମାନେ ସୁରକ୍ଷା ପାଇଁ ସମ୍ମିଳିତ ହୋଇ କାମ କରିିବେ। ଯଦି କୌଣସିଠାରେ ଜନଗଣନାବେଳେ ବିପଦ ଆଶଙ୍କା କରିବେ ସେ ସ୍ଥାନକୁ ଚିହ୍ନଟ କରି ସୁରକ୍ଷାବଳ ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ଯିବେ। ସୁପରଭାଇଜରମାନେ ଏନ୍ୟୁମେରେଟରମାନଙ୍କୁ ଟ୍ରାକ୍‌ କରି କାମର ଗତିବିଧି ଜାଣିପାରିବେ ଏବଂ ସୁରକ୍ଷା ଯୋଗାଇଦେବେ। ଯଦି କୌଣସି ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଲା ତେବେ ତୁରନ୍ତ ସେଠାରୁ ହଟିଯିବେ କିମ୍ବା ସମସ୍ୟାକୁ ଏଡ଼ାଇବା ପାଇଁ ଚେଷ୍ଟା କରିବେ। ଏପରି ଘଟଣାକୁ ଶୀଘ୍ର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ।
ଡ. ପାଢ଼ୀ ଦର୍ଶାଇଛନ୍ତି, ସ୍ଥାନୀୟ ପୋଲିିସ୍‌ ଅଧିକାରୀଙ୍କୁ ଇଆଣ୍ଡଏସ୍‌ମାନେ ସେମାନଙ୍କ ବିବରଣୀ ଦେବେ। ଜିଲା ପ୍ରଶାସନ ଦ୍ୱାରା ସମସ୍ତ ପୋଲିସ୍‌ ଥାନାକୁ ଏନ୍ୟୁମେରେଟରମାନଙ୍କ କାର୍ଯ୍ୟସୂଚୀ ସମ୍ବନ୍ଧରେ ଜଣାଇବେ। ସମ୍ବେଦନଶୀଳ ଅଞ୍ଚଳ ତଥା ପୂର୍ବ ଚିହ୍ନଟ ହୋଇଥିବା ଅଞ୍ଚଳକୁ ପୋଲିସ୍‌ କର୍ମଚାରୀଙ୍କ ସହିତ ଇଆଣ୍ଡଏସ୍‌ମାନେ ଯାଇ ଜନଗଣନା କରିବେ। ଜଣେ ପୋଲିସ ଅଫିସର ଏହି କାର୍ଯ୍ୟରେ ସେମାନଙ୍କୁ ସହଯୋଗ କରିବେ। ଜନଗଣନା କାମ ଆରମ୍ଭ ପୂର୍ବରୁ ଇଆଣ୍ଡଏସ୍‌ମାନେ ସ୍ଥାନୀୟ ସମୁଦାୟ ନେତାମାନଙ୍କୁ ସମ୍ପର୍କ କରି ସହଯୋଗ ନେଇପାରିବେ। ଏହି ସମୟରେ ଯଦି କୌଣସି ବ୍ୟକ୍ତି ଜନଗଣନା କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି ତେବେ ତାଙ୍କ ବିରୋଧରେ ୧୯୪୮ର ସଂଶୋଧିତ ଜନଗଣନା ଆଇନ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅପରାଧ ପାଇଁ ଅର୍ଥଦଣ୍ଡ କିମ୍ବା ୩ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିବ ବୋଲି ଡ. ପାଢ଼ୀ ଏସ୍‌ଓପିରେ ଦର୍ଶାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ: ମହୀଶୂର ଚିଡ଼ିଆଖାନାର ୨ ବିଶେଷଜ୍ଞ…

ଭୁବନେଶ୍ୱର, ୧୬।୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ୫ ଓରାଙ୍ଗଉଟାନଙ୍କ ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଏଥିପାଇଁ ମହୀଶୂର ଚିଡ଼ିଆଖାନାର ୨ ଜଣ ବିଶେଷଜ୍ଞ ନନ୍ଦନକାନନରେ…

ଭାରତ ଉପରେ ୧୦୦% ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା, ଆମେ…

ନୂଆଦିଲ୍ଲୀ,୧୬।୯: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି।…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ଶାହରୁଖଙ୍କ ‘ମନ୍ନତ’ର ମାସିକ ବିଦ୍ୟୁତ ବିଲ କେତେ ଜାଣିଛନ୍ତି କି, ଉଡିଯିବ ହୋଶ୍‌

ମୁମ୍ବାଇ: ବଲିଉଡର ‘କିଙ୍ଗ ଖାନ’ ଭାବେ ପରିଚିତ ଶାହରୁଖ ଖାନଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦେଶ-ବିଦେଶରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ତାଙ୍କର…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?