Posted inଖେଳ

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ବଡ଼ ଅଘଟଣ, ଯନ୍ତ୍ରଣାରେ ଛଟପଟ ହୋଇ ମଇଦାନ ବାହାରକୁ ଗଲେ ଷ୍ଟାର ବ୍ୟାଟର୍‌

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ରେ ନିଜର ବ୍ୟାଟିଂ ଯାଦୁରେ ସମସ୍ତଙ୍କୁ ଚକିତ କରିଦେଇଥିବା ରାଜସ୍ଥାନ ରୟାଲ୍ସର ଷ୍ଟାର୍‌ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଆହତ ହୋଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ସେ ଏକ ବିସ୍ଫୋରକ ଶତକ ହାସଲ କରି ଦଳର ସ୍କୋରକୁ ୨୨୮ ରନରେ ପହଞ୍ଚାଇଥିଲେ। କିନ୍ତୁ ଏହି ଖୁସି ବେଶୀ ସମୟ ରହି ନ ଥିଲା। କାରଣ ଫିଲ୍ଡିଂ ସମୟରେ ଆଘାତ ହେବା ଯୋଗୁ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଛି।

ଏହି ମ୍ୟାଚ୍‌ର ପ୍ରଥମ ଇନିଂସ ସମ୍ପୂର୍ଣ୍ଣ ଭାବେ ବୈଭବଙ୍କ ନାମରେ ରହିଥିଲା। ମାତ୍ର ୩୭ଟି ବଲ୍‌ର ସାମ୍ନା କରି ସେ ୧୦୩ ରନର ଏକ ଦମଦାର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୫ଟି ଚୌକା ଓ ୧୨ଟି ବିରାଟ ଛକାମାରିଥିଲେ। ମାତ୍ର ୧୫ ବଲ୍‌ରେ ଅର୍ଦ୍ଧଶତକ ଓ ୩୬ ବଲ୍‌ରେ ଶତକ ପୂରଣ କରି ସେ ନିଜର କ୍ଷମତା ପ୍ରଦର୍ଶନ କରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୨୭୮.୩୭ ରହିଥିଲା।

ହାଇଦ୍ରାବାଦର ବ୍ୟାଟିଂ ଚାଲିଥିବା ସମୟରେ ତୃତୀୟ ଓଭରର ଶେଷ ବଲ୍‌ରେ ଏହି ଅଘଟଣ ଘଟିଥିଲା। ଜୋଫ୍ରା ଆର୍ଚ୍ଚରଙ୍କ ବଲ୍‌ରେ ଇଶାନ କିଷନ ଏକ ଜବରଦସ୍ତ ସଟ୍‌ ଖେଳିଥିଲେ। ସେହି ବଲ୍‌କୁ ଅଟକାଇବା ପାଇଁ ବୈଭବ ଦ୍ରୁତ ଗତିରେ ଦୌଡ଼ିବା ଆରମ୍ଭ କରିଥିଲେ, କିନ୍ତୁ ହଠାତ୍‌ ତାଙ୍କ ହ୍ୟାମଷ୍ଟ୍ରିଙ୍ଗ (Hamstring)ରେ ଟାଣି ହେବା ଭଳି ଅନୁଭବ ହୋଇଥିଲା। ଯନ୍ତ୍ରଣା ଏତେ ତୀବ୍ର ଥିଲା ଯେ ସେ ସଙ୍ଗେ ସଙ୍ଗେ ପଡ଼ିଆରେ ବସି ପଡ଼ିଥିଲେ।

ଘଟଣା ପରେ ତୁରନ୍ତ ଦଳର ଫିଜିଓ ପଡ଼ିଆକୁ ଆସି ତାଙ୍କର ଚିକିତ୍ସା କରିଥିଲେ। କିନ୍ତୁ ବୈଭବ ଚାଲିବା ସ୍ଥିତିରେ ନଥିବାରୁ ତାଙ୍କୁ ଅନ୍ୟମାନଙ୍କ ସାହାରା ନେଇ ଛୋଟେଇ ଛୋଟେଇ ପଡ଼ିଆ ବାହାରକୁ ଯିବାକୁ ପଡ଼ିଥିଲା। ଏହି ଖବର ରାଜସ୍ଥାନ ରୟାଲ୍ସ କ୍ୟାମ୍ପ ଏବଂ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି, କାରଣ ବୈଭବ ଏବେ ଶ୍ରେଷ୍ଠ ଫର୍ମରେ ଅଛନ୍ତି ଏବଂ ‘ଅରେଞ୍ଜ କ୍ୟାପ’ ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି।

ରାଜସ୍ଥାନ ରୟାଲ୍ସ ପାଇଁ ବୈଭବଙ୍କ ଆହତ ସମସ୍ୟା କେତେ ଗୁରୁତର, ତାହା ପରବର୍ତ୍ତୀ ମେଡିକାଲ ରିପୋର୍ଟ ପରେ ହିଁ ସ୍ପଷ୍ଟ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?