ନୂଆ ଷ୍ଟାଇଲ୍‌ରେ ପ୍ରେମିକଙ୍କୁ ପ୍ରପୋଜ କରିବା ବାହାନାରେ ଏମିତି କାଣ୍ଡ କଲେ ପ୍ରେମିକା, ହାତଗୋଡ଼ ବାନ୍ଧିଲେ, ପରେ…

ବେଙ୍ଗାଲୁରୁ,୨୨ା୪: କର୍ନାଟକର ରାଜଧାନୀ ତଥା ଦେଶର ଆଇଟି ହବ୍‌ ବେଙ୍ଗାଲୁରୁରୁ ଏକ ଚାଞ୍ଚଲ୍ୟକର ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।

ଏହା ସମଗ୍ର ସହରକୁ ଥରାଇ ଦେଇଛି। ଏକ ଟେଲିକମ୍‌ ଷ୍ଟୋରରେ କାମ କରୁଥିବା ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ତାଙ୍କ ଘରକୁ ଡାକିଥିଲେ, ତାଙ୍କ ଆଖିରେ ପଟି ବାନ୍ଧିଥିଲେ, ତାଙ୍କୁ ଏକ ଚେୟାରରେ ବାନ୍ଧି ଦେଇଥିଲେ ଏବଂ ପରେ ତାଙ୍କୁ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ବିଷୟରେ ଯିଏ ଶୁଣିଲେ ସେ ଭୟଭୀତ ହୋଇଯାଇଥିଲେ।

ପୋଲିସ କହିଛି ଯେ, ଅଭିଯୁକ୍ତ ପ୍ରେରଣା (୨୭) ଏବଂ ମୃତ କିରଣ (୨୭) ବର୍ଷେ ହେଲା ରିଲେସନ୍‌ଶିପ୍‌ରେ ଥିଲେ। ଉଭୟେ ଭୋଡାଫୋନ ଷ୍ଟୋରରେ କାମ କରୁଥିଲେ। ସେମାନଙ୍କ ସମ୍ପର୍କରେ ନିକଟରେ ତିକ୍ତତା ଆସିଥିଲା। ପ୍ରରଣା ଅଭିଯୋଗ କରିଥିଲେ ଯେ, କିରଣ ତାଙ୍କୁ ଅଣଦେଖା କରୁଛନ୍ତି ଏବଂ ବିବାହ କରିବାକୁ ମନା କରୁଛନ୍ତି।

ଘଟଣାଟି ମଙ୍ଗଳବାର ଅପରାହ୍ନରେ ଘଟିଥିଲା। ପ୍ରେରଣା ଦକ୍ଷିଣ ବେଙ୍ଗାଲୁରୁର ଅଞ୍ଜନାପୁରାସ୍ଥିତ ତାଙ୍କ ଘରକୁ କିରଣଙ୍କୁ ନିମନ୍ତ୍ରଣ କରିଥିଲେ। ସେତେବେଳେ ସେ ଘରେ ଏକା ଥିଲେ। କିଛି କଥାବାର୍ତ୍ତା ପରେ, ପ୍ରେରଣା କିରଣଙ୍କ ଆଖିରେ ପଟି ବାନ୍ଧି ତାଙ୍କୁ ଏକ ଚେୟାରରେ ବାନ୍ଧିବାକୁ ଆରମ୍ଭ କରିଥିଲେ। ଯେତେବେଳେ କିରଣ ପ୍ରତିରୋଧ କଲେ ସେ ଏହାକୁ ବିଦେଶରେ ପ୍ରଚଳିତ ଏକ ନୂଆ ପ୍ରକାରର ପ୍ରପୋଜ ବୋଲି କହିଥିଲେ।

ଚେୟାରରେ ବାନ୍ଧି ଆଖିରେ ପଟି ବାନ୍ଧି, କିରଣ ଜାଣି ନଥିଲେ ଯେ କ’ଣ ହେବାକୁ ଯାଉଛି। ଏହି ସମୟରେ ପ୍ରେରଣା ପେଟ୍ରୋଲ ଏବଂ କିରୋସିନର ଏକ ପୂର୍ବରୁ ପ୍ରସ୍ତୁତ ମିଶ୍ରଣ ଆଣି ତାଙ୍କ ଉପରେ ଢାଳି ଦେଲେ ଏବଂ ତାଙ୍କୁ ନିଆଁ ଲଗାଇ ଦେଲେ। ଏହି ସମସ୍ତ ଘଟଣା କ୍ୟାମେରାରେ ରେକର୍ଡ ମଧ୍ୟ କରିଥିଲେ।

ପୋଲିସ ଅଧିକାରୀ ଡିସିପି ଡିଏଲ ନାଗେଶଙ୍କ ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରେମିକା ଜଣକ ତାଙ୍କ ପ୍ରେମିକଙ୍କୁ ନିଆଁ ଲଗାଇ ହତ୍ୟା କରିଛନ୍ତି। ସେ ତାଙ୍କୁ ଅଣଦେଖା କରୁଥିବାରୁ ସେ ରାଗି ଯାଇଥିଲେ। ଘଟଣାଟି ବେଙ୍ଗାଲୁରୁର ବାୟାଦରହାଲ୍ଲି ଥାନା ଅଧୀନରେ ଥିବା ଅଞ୍ଜନାନଗର ଅଞ୍ଚଳରେ ଘଟିଛି। ପୋଲିସ ଅଭିଯୁକ୍ତ ଯୁବତୀଙ୍କୁ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି। କିରଣଙ୍କ ପରିବାରକୁ ସୂଚନା ଦିଆଯାଇଛି। ସେମାନେ ପହଞ୍ଚିବା ପରେ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଶେଷ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?