ଟ୍ରମ୍ପଙ୍କ ଡିନରରେ ଗୁଳି ଚଳାଇଥିବା ଆକ୍ରମଣକାରୀଙ୍କ ଆସିଲା ଶିକ୍ଷାଗତ ଯୋଗ୍ୟତା, ଜାଣନ୍ତୁ…

ଓ୍ୱାଶିଂଟନ,୨୬ା୪: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଆୟୋଜିତ ପ୍ରତିଷ୍ଠିତ ‘ହ୍ୱାଇଟ ହାଉସ କରେସପଣ୍ଡେଣ୍ଟସ ଡିନର’ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ ଘଟିଥିଲା। କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଏବଂ ଉପ-ରାଷ୍ଟ୍ରପତି ଜେଡି ଭେନ୍ସଙ୍କ ସମେତ ଅନେକ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ଥିଲେ। ସୌଭାଗ୍ୟବଶତଃ ସମସ୍ତେ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ହେଲେ ସନ୍ଦିଗ୍ଧ ଆକ୍ରମଣକାରୀ ୩୧ ବର୍ଷୀୟ କୋଲେ ଟୋମାସ୍‌ ଆଲେନ୍‌ଙ୍କୁ ଗିରଫ କରାଯାଇଛି।

ଆକ୍ରମଣକାରୀ କୋଲେଙ୍କ ନାମରେ ଥିବା ଲିଙ୍କ୍‌ଡଇନ୍‌ ପ୍ରୋଫାଇଲ୍‌ ଅନୁଯାୟୀ, ସେ କାଲିଫର୍ନିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିରୁ ୨୦୧୭ରେ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ କରିଛନ୍ତି। ପରେ ସେ କାଲିଫର୍ନିଆ ଷ୍ଟେଟ୍‌ ୟୁନିଭର୍ସିଟିରୁ ୨୦୨୫ରେ କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସେ ସି୨ ଏଜୁକେଶନରେ ଅନେକ ବର୍ଷ ଧରି ଟ୍ୟୁଟର ଭାବେ କାର୍ଯ୍ୟ କରିଥିଲେ। ଉକ୍ତ କମ୍ପାନୀରର ଟୋରାନ୍ସ ଅଫିସ୍‌ରେ ସେ ‘ଟିଚର ଅଫ୍‌ ଦି ମନ୍ଥ’ ଭାବେ ୨୦୨୪ରେ ତାଲିକାଭୁକ୍ତ ହୋଇଥିବା ଏକ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡ଼ିଛି।

ଆଲେନ୍‌ ଜଣେ ସ୍ୱାଧୀନ ଗେମ୍‌ ଡେଭେଲପର ଭାବେ କାର୍ଯ୍ୟ କରୁଥିଲେ ବୋଲି ତାଙ୍କ ଅନ୍‌ଲାଇନ୍‌ ରିଜ୍ୟୁମ୍‌ରୁ ଜଣାପଡ଼ିଛି। ସେ ଷ୍ଟିମ୍‌ ପ୍ଲାଟଫର୍ମରେ ଭିଡିଓ ଗେମ୍‌ ପ୍ରସ୍ତୁତ କରୁଥିଲେ, ଯେଉଁଥିରେ ମଲିକ୍ୟୁଲାର କେମେଷ୍ଟ୍ରିକୁ ଫୋକସ୍‌ କରାଯାଇଛି। ଟ୍ୟୁଟର ହେବା ପୂର୍ୱରୁ ସେ ବର୍ଷେ ପାଇଁ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରିଥିବା ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ମାଡ଼ିଆସୁଛି ବଡ଼ ସଙ୍କଟ: ହର୍ମୁଜ ପ୍ରଣାଳୀ ବନ୍ଦ ପରେ ଏବେ ବଢିବ…

ନୂଆଦିଲ୍ଲୀ,୧୧।୬: ପଶ୍ଚିମ ଏସିଆରେ ଉତ୍ତେଜନା ଏବଂ ସଙ୍କଟ ବିଶ୍ୱବ୍ୟାପୀ ଅସ୍ଥିରତା ସୃଷ୍ଟି କରିଛ ଭାରତ ଏହି ପରିସ୍ଥିତିରୁ ମୁକ୍ତ ନୁହେଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା…

ମମତାଙ୍କୁ ଆଉ ଏକ ବଡ଼ ଝଟ୍‌କା: TMCରୁ ଆଉ ଜଣେ ଏମ୍‌ପିଙ୍କ ଇସ୍ତଫା; ଜାଣନ୍ତୁ ଏବେ ଦିଦିଙ୍କ ସହ କେତେ ରହିଲେ ଏମ୍‌ପି-ବିଧାୟକ

କୋଲକାତା,୧୧।୫: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (TMC) ମଧ୍ୟରେ ସବୁ କିଛି ଠିକ୍‌ ଚାଲିନାହିଁ ଏବଂ ଦଳରେ ଦଳବଦଳର ସ୍ଥିତି ସୃଷ୍ଟି ହୋଇଛି। ଦଳର ରାଜ୍ୟ…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବ୍ଲକ ମୁଖ୍ୟ ଉନ୍ନୟନ ଅଧିକାରୀ

ଲାଞ୍ଜିଗଡ଼,୧୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ-ଜନମନ ଗୃହ ପ୍ରକଳ୍ପର ଅଗ୍ରଗତି ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ…

ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ: ପିଏମ ମୋଦିଙ୍କୁ ‘ଡୋୟନ’ କହିଲା ରୁଷିଆ, ଏହାର ପ୍ରକୃତ ଅର୍ଥ ଜାଣିଲେ…

ନୂଆଦିଲ୍ଲୀ, ୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସେବା ପ୍ରଦାନ କରି ଏକ ନୂଆ ରେକର୍ଡ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

୩୦୦ କିଲୋ ମାଛ, ୬,୦୦୦ କମଳା ଧରି ଫିଫା ବିଶ୍ୱକପ୍‌ରେ ପହଞ୍ଚିଲା ଏହି ଦେଶ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୬: ଫିଫା ବିଶ୍ୱକପ (FIFA ବିଶ୍ୱକପ ୨୦୨୬)ର ୨୩ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏଥର ମୋଟ ୪୮ଟି ଦଳ…

ବର୍ଜ୍ୟବସ୍ତୁ ପରିଚାଳନା ଠପ୍‌, ସହର ପାଲଟିବ ଡମ୍ପିଂୟାର୍ଡ: ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀଙ୍କ କଥାରେ ନାହିଁ ତାଳମେଳ

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ):ସଫେଇ ଗାଡ଼ି ଅଛି, ସଫେଇ କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ସହରରୁ ନିଷ୍କାସିତ ମଇଲା, ଆବର୍ଜନା ପକାଇବା ପାଇଁ ସ୍ଥାୟୀ ଡମ୍ପିଂୟାର୍ଡ଼ କିମ୍ବା ଜାଗା ନାହିଁ।…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳ ନୋ ଫ୍ଲାଇଂ ଜୋନ୍‌ ଘୋଷଣା

ବାରିପଦା,୧୧ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୧୯ ଓ ୨୦ରେ ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦୃଷ୍ଟିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri