ଏହି ଦିନଠୁ ପାଗ ବଦଳିବ: ୨୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୨୫ା୪(ବନ୍ଦନା ସେଠୀ):ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି। ପାରଦ ଉପରମୁହଁା ହେବା ସହ ୪୫ ଡିଗ୍ରୀର ନିକଟତର ହୋଇଛି। ଝାରସୁଗୁଡ଼ା ଲଗାତର ୩ଦିନ ହେବ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଶୁକ୍ରବାର ମଧ୍ୟ ଏଠାରେ ପାରଦ ସର୍ବାଧିକ ୪୪.୮ ଡିଗ୍ରୀ ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଓ ତା’ଠାରୁ ଅଧିକ ରହିଥିଲା। ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଏହାତଳକୁ ଟିଟିଲାଗଡ଼ରେ ୪୪ ଡିଗ୍ରୀ, ସମ୍ବଲପୁର ୪୩.୬, ଅନୁଗୋଳ ୪୩.୧, ବଲାଙ୍ଗୀର ୪୩, ସୋନପୁର ୪୨.୮, ରାଉରକେଲା, ସୁନ୍ଦରଗଡ଼, ନୂଆପଡ଼ା ଏବଂ ଭବାନୀପାଟଣା ୪୨.୬, ତାଳଚେର ୪୨.୫, ପାରଳାଖେମୁଣ୍ଡି ୪୨, ବୌଦ୍ଧ ୪୧.୮, ବରଗଡ଼ ୪୧.୭, ଢେଙ୍କାନାଳ ୪୧.୫, ଫୁଲବାଣୀ ୪୦.୮ ଏବଂ ଖୋର୍ଦ୍ଧାରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ଆଗାମୀ ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ। ୨୬ ତାରିଖରୁ ପାଗ ବଦଳାଇବ କାଳବୈଶାଖୀ। ବର୍ଷା ଓ ପବନ ଯୋଗୁ ପ୍ରାୟ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଶନିବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ୨୬ରୁ ୨୮ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

ରାସ୍ତାରେ ଅଟକି ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀମାନଙ୍କୁ ଚକୋଲେଟ୍‌ ବାଣ୍ଟିଲେ ରାଷ୍ଟ୍ରପତି

ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ…

ଚୋରିର ୧୫ ଦିନ ପରେ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଫେରାଇଦେଲେ ଚୋର; ଚିଠିରେ ଲେଖିଲେ..

ହାଇଦ୍ରାବାଦ୍‌,୪।୮: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରୁ ଏକ ଅତ୍ୟନ୍ତ ଅସାଧାରଣ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚୋରି କରିଥିବା ଚୋରମାନେ ଅପରାଧର ପ୍ରାୟ ୧୫ ଦିନ ପରେ ଅଧିକାଂଶ…

ହଠାତ୍‌ ୧୬ କିଲୋ ଓଜନ ହ୍ରାସ: ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ସଲମାନ

କିଛି ଦିନ ହେବ ସୋସିଆଲ ମିଡିଆରେ ବଲିଉଡର ‘ଦବଙ୍ଗ’ ଷ୍ଟାର ସଲମାନ ଖାନଙ୍କ ଫିଟନେସ ଏବଂ ଲୁକକୁ ନେଇ ଚର୍ଚ୍ଚା ହେଉଛି। ହଠାତ୍‌ ତାଙ୍କ ଓଜନ ହ୍ରାସ…

ଉପନିର୍ବାଚନରେ ପରାଜୟ ପରେ BJPର କଡ଼ା ପଦକ୍ଷେପ, ଏହି ନେତାଙ୍କୁ ମିଳିବ ଶାସ୍ତି!

ନୂଆଦିଲ୍ଲୀ,୪।୮: ମଧ୍ୟପ୍ରଦେଶର ଦତିଆ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ପରାଜୟ ଭାରତୀୟ ଜନତା ପାର୍ଟି (BJP) ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ବଡ଼ ପରାଜୟ ପରେ…

ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ଟିବି ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଯକ୍ଷ୍ମା ରୋଗ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri