Posted inRasifala

ରାଶିଫଳ: ରବିବାର, ଜୁନ୍ ୨୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରର ସମସ୍ୟା ଦୃଢ଼ ହସ୍ତରେ ଦମନ କରିବାରେ ସମର୍ଥ ହେବେ। ଛୋଟ ଘଟଣା ପ୍ରତି ଧ୍ୟାନ ଦେଲେ ନିଜ ଲୋକ ସନ୍ଦେହ ପରିସରକୁ ଆସିଯିବେ। ପୂର୍ବ ଶତ୍ରୁତା କାରଣରୁ ଆରକ୍ଷୀ ସମ୍ପର୍କିତ ବିବାଦୀୟ ଘଟଣାର ଅବସାନ ଘଟିବ। ବ୍ୟବସାୟରେ ଉଚ୍ଚ ଫଳ ପ୍ରାପ୍ତି। ମହିଳାମାନେ ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣ ହେବେ।
ବୃଷ
ବୃଷ
ପୂର୍ବ ଶତ୍ରୁତା କାରଣରୁ ପ୍ରତ୍ୟେକ କାର୍ଯ୍ୟାବଳୀର ସଠିକ୍‌ ସମୀକ୍ଷା କରିପାରିବେ ନାହିଁ। ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି କ୍ଷେତ୍ରରେ ସାଧାରଣ ସମସ୍ୟା ଲାଗିରହିବ। ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିପାରନ୍ତି ଏବଂ ପରିବହନରେ ସ୍ଥିତି ମାନ୍ଦା ହେବନାହଁି। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ସହକର୍ମୀଟିର ମନୋଭାବ ବଦଳିଯାଇପାରେ।
ମିଥୁନ
ମିଥୁନ
ବନ୍ଧୁଙ୍କ କାମକୁ ଅଗ୍ରାଧିକାର ଭିତରେ କରିବାକୁ ଯାଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅନୁକୂଳ ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ। ବ୍ୟବସାୟରେ ବ୍ୟସ୍ତ ରହିବେ, ମାତ୍ର ବିଶେଷ ଭାବରେ ଲାଭବାନ୍‌ ହେବେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଉତ୍ତରଦାୟୀ ହେବାକୁ ପଡ଼ିପାରେ। ପ୍ରତିବନ୍ଧକ ଜନିତ ବାଣିଜ୍ୟ, ବ୍ୟବସାୟ, ପରିବହନ, ସାମାନ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଆଶା ପୂରଣ ହେବାରେ ଜଣେ ସହକର୍ମୀ ସାହାଯ୍ୟ କରିବେ। ଅଭାବ, ଅଶାନ୍ତି ମଧ୍ୟରେ ସମୟ କାଟିବାକୁ ବାଧ୍ୟ ହୋଇପାରନ୍ତି।
ସି˚ହ
ସି˚ହ
ଆପଣଙ୍କ ଧୈର୍ଯ୍ୟ, ଯୁକ୍ତିଯୁକ୍ତ କଥା ପରିସ୍ଥିତିକୁ ସମ୍ଭାଳିବାରେ ସାହାଯ୍ୟ କରିବ। ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଅସାବଧାନତା କାରଣରୁ ଧନହାନି ଘଟିପାରେ। ବୟସ୍କଙ୍କ ବାରଣ ନ ମାନିଲେ ସମସ୍ୟାର ସମ୍ମୁଖୀନ ହେବେ।
କନ୍ୟା
ପ୍ରଚଣ୍ଡ ଖରା କାରଣରୁ ଶାରୀରିକ ସୁସ୍ଥତା ବ୍ୟାହତ ହୋଇପାରେ। ଶିକ୍ଷା, ଲେଖାପଢ଼ା ତଥା ସନ୍ତାନଙ୍କ କ୍ଷେତ୍ରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ। ବାଣିଜ୍ୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
ତୁଳା
ତୁଳା
କାର୍ଯ୍ୟବ୍ୟସ୍ତତା କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ। ଆପଣଙ୍କ ସୁବିଧା ଓ ଅସୁବିଧାର ସମୀକ୍ଷା କରି ଘରଲୋକ ବ୍ୟସ୍ତବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ସମସ୍ୟା ସମାଧାନରେ ସହାୟକ ହେବ। ଆନୁଷ୍ଠାନିକ କାମ ସକାଶେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ବିଛା
ବିଛା
କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ମାନସିକ ସ୍ଥିରତା କ୍ଷୁଣ୍ଣ ହୋଇପାରେ। ଅଭାବ ନ ଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚରୁ ପରିବାରରେ ମତଭେଦ ତୀବ୍ରହେବା ଆଶଙ୍କା ରହିଛି। ସାମାଜିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ତାହାର ପଥରୋଧ କରିବ। ବ୍ୟବସାୟିକ ଦିଗଟି ଗତାନୁଗତିକ ରୀତିରେ ଗଡ଼ିଚାଲିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ହେଉ କିମ୍ବା ନିଜ ପରିସରରେ କର୍ମଦକ୍ଷତାରୁ ପ୍ରତିଷ୍ଠିତ ହେବେ। ଆଗମୀ ଦିନର ମାଙ୍ଗଳିକ କାର୍ଯ୍ୟ କିମ୍ବା ଆନୁଷ୍ଠାନିକ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଆଜି ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ ସକାଶେ ଋଣସୂତ୍ରରେ ଅର୍ଥଲାଭ କରିପାରନ୍ତି। ଜମିଜମା, ମାଲି ମକଦ୍ଦମାରେ ରାୟ ଆପଣଙ୍କ ସପକ୍ଷରେ ଯିବ।
ମକର
ମକର
ମାନସିକ ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କ’ଣ କରିବେ କିମ୍ବା କ’ଣ ନ କରିବେ ସ୍ଥିର କରିପାରିବେ ନାହିଁ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ମନୋରଞ୍ଜନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଖୁସି ରହିବାର ସୁଯୋଗ ପାଇବେ। ମାଲିମକଦ୍ଦମାରେ ସଫଳତା ହାସଲର ସୌଭାଗ୍ୟ ଅର୍ଜନ କରିପାରନ୍ତି।
କୁମ୍ଭ
କୁମ୍ଭ
ସମସ୍ୟା ସଙ୍ଗରେ ଲଢ଼େଇ କରି ପରିସ୍ଥିତିର ମୁକାବିଲାରେ ସମର୍ଥ ହେବେ। ଯାନ୍ତ୍ରିକ ତ୍ରୁଟି କାରଣରୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହେବ। ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା ହେତୁ କିଛିଟା ବ୍ୟତିକ୍ରମ ଅବଶ୍ୟ ପରିଲକ୍ଷିତ ହେବ।
ମୀନମୀନ
ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଦିନଟି ଏକପ୍ରକାର ଭଲରେ ଭଲରେ ଅତିବାହିତ ହେବ। ସହକର୍ମୀ ମାନଙ୍କ ସୌହାର୍ଦ୍ଦ୍ୟରୁ ସମସ୍ୟାଗୁଡ଼ିକ ଆପଣାଛାଏଁ ସୁଧୁରି ଯିବ। ନିକଟ ସମ୍ପର୍କୀୟମାନଙ୍କଠାରୁ ପରାମର୍ଶ ନେବା ଭଲ ହେବ, ଯାହାକି ଆପଣଙ୍କ କାମରେ ଆସିପାରେ। ଆଜିର ପାରିଶ୍ରମିକ ମନ ଲାଖି ନହେବା କାରଣରୁ ମନ ବିଷାଦଗ୍ରସ୍ତ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri