ୟୁକ୍ରେନ ପାଇଁ ୫ଶହ ମିଲିୟନ୍‌ ଡଲାର ପ୍ରତିରକ୍ଷା ପ୍ୟାକେଜ୍‌ ଘୋଷଣା କଲେ ବାଇଡେନ୍‌

କିଭ୍‌,୨୦।୨: ୟୁକ୍ରେନ-ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଏକ ବର୍ଷ ପୂର୍ତ୍ତି ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର କିଭ୍‌ ଗସ୍ତ କରିିଛନ୍ତି। ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ପହଞ୍ଚି ବାଇଡେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଭେଟି ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ସମୟରେ ବାଇଡେନ୍‌ ୟୁକ୍ରେନ୍‌କୁ ଯୁଦ୍ଧରେ ସହୟତା ପାଇଁ ୫ଶହ ମିଲିୟନ ଡଲାରର ନୂଆ ପ୍ରତିରକ୍ଷା ପ୍ୟାକେଜ ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଖୁବ୍‌ଶୀଘ୍ର ନୂଆ ଅସ୍ତ୍ରଶସ୍ତ୍ର ଯୋଗାଇଦିଆଯିବ ବୋଲି ବାଇଡେନ୍‌ ଜେଲେନ୍‌ସ୍କିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏତଦ୍‌ ବ୍ୟତୀତ ଆମେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଭୁଲ ବୋଲି ପ୍ରମାଣିତ କରିକି ରହିବୁ ବୋଲି ଜୋ ବାଇଡେନ୍‌ କହିଛନ୍ତି। ସୂଚନାଯୋଗ୍ୟ, ବାଇଡେନ୍‌ ୟୁକ୍ରନ୍‌ରେ ଏଭଳି ସମୟରେ ପହଞ୍ଚିଛନ୍ତି, ଯେତେବେଳେ ପୁଟିନ୍‌ ଜେଲେନ୍‌ସ୍କିଙ୍କୁ ସାହାଯ୍ୟ କରିଥିବା ସମସ୍ତ ଦେଶକୁ ଧ୍ୱଂସ କରିବାକୁ ଧମକ ଦେଇଛନ୍ତି। କିନ୍ତୁ ଏହି ସମୟରେ ବାଇଡେନ୍‌ କିଭ୍‌ରେ ପହଞ୍ଚି ୟୁକ୍ରେନକୁ ସହାୟତା ଜାରି ରହିବ ବୋଲି କହିଛନ୍ତି। ବାଇଡେନ୍‌ଙ୍କ ଗସ୍ତ ସମୟରେ ମଧ୍ୟ ୟୁକ୍ରେନରେ ଯୁଦ୍ଧର ସାଇରନ ବାଜିଥିଲା। କିନ୍ତୁ କଡ଼ା ସୁରକ୍ଷା ମଧ୍ୟରେ ବାଇଡେନ୍‌ ଜେଲେନ୍‌ସ୍କିଙ୍କ ସହ ଏକ ବୈଠକ କରିଥିଲେ। ଜେଲେନ୍‌ସ୍କିଙ୍କୁ ଭେଟିବା ପରେ ବାଇଡେନ୍‌ ନିଜେ ଟୁଇଟ କରି ୟୁକ୍ରେନକୁ ସାହାଯ୍ୟ କରିବା ନେଇ ଘୋଷଣା କରିଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ପୁଟିନ୍‌ ଯେତେବେଳେ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିଥିଲେ ସେତେବେଳେ ସେ ଭାବିଥିଲେ ଯେ, କିଭ୍‌ ଦୁର୍ବଳ ଏବଂ ପାଶ୍ଚାତ୍ୟ ଦେଶ ବିଭାଜିତ ହୋଇଛି। ରୁଷିଆ ଭାବିଥିଲା ଯେ, ଆମକୁ ସେ ଅତିକ୍ରମ କରିପାରିବ, କିନ୍ତୁ ଏହା ତା’ର ଭୁଲ ଧାରଣା ଥିଲା। ଆମେ ପୁଟିନଙ୍କୁ ଭୁଲ ପ୍ରମାଣିତ କରିବୁ ବୋଲି ବାଇଡେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri