Posted inଜାତୀୟ

କେଜରିଓ୍ବାଲଙ୍କୁ ଭୟ କରୁଛି ଭାଜପା,ଶରଦ ପାଓ୍ବାରଙ୍କ ଶୈଳୀରେ ଇଡି-ସିବିଆଇର ମୁକାବିଲା କରୁଛନ୍ତି କେଜରିଓ୍ବାଲ-ସିସୋଡିଆ…

ନୂଆଦିଲ୍ଲୀ, ୨୨।୮ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗତ ଦୁଇ ଦିନ ଧରି ଏକ୍ସାଇଜ ସ୍କାମ ମାମଲାରେ ସିବିଆଇ ସ୍କାନରରେ ଅଛନ୍ତି। କୁହାଯାଉଛି ଯେ ଶୀଘ୍ର ଏହି ମାମଲା ଇଡିକୁ ହସ୍ତାନ୍ତର କରା ଯାଇପାରେ। ଏହି ସମସ୍ୟା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି।

କିନ୍ତୁ ମନୀଷ ସିସୋଡିଆଙ୍କ ଠାରୁ ଆରମ୍ଭ କରି ଅରବିନ୍ଦ କେଜରିୱାଲଙ୍କ ପର୍ଯ୍ୟନ୍ତ ସଭିଏଁ ବ୍ୟାକଫୁଟକୁ ଯିବାକୁ ମନା କରି ଦେଇଛନ୍ତି। ଉଭୟ ଟୁଇଟରରେ ତଥା କଡ଼ା ସମାଲୋଚନା ମାଧ୍ୟମରେ ଭାଜପାକୁ କ୍ରମାଗତ ଭାବେ ଟାର୍ଗେଟ କରୁଛନ୍ତି। ମନୀଷ ସିସୋଡିଆ କହିଛନ୍ତି ଯେ ଅରବିନ୍ଦ କେଜରିୱାଲଙ୍କୁ ଭାଜପା ଭୟ କରୁଛି ଏବଂ ସେଥିପାଇଁ ଏସବୁ କରାଯାଉଛି। ଶରଦ ପାଓ୍ବାରଙ୍କ ଶୈଳୀରେ କେଜରିଓ୍ବାଲ, ସିସୋଡିଆ ଇଡି ଏବଂ ସିବିଆଇର ମୁକାବିଲା କରୁଥିବା ନେଇ ଚର୍ଚ୍ଚା ହେଉଛି।

ସୋମବାର ସିସୋଡିଆ ଭାଜପାକୁ ଅଡୁଆରେ ପକାଇବା ପାଇଁ ନୂଆ ରଣନୀତି ଆପଣେଇ ପାଦେ ଆଗକୁ ଯାଇଛନ୍ତି। ଭାଜପାରେ ଯୋଗଦେବା ପାଇଁ ଏକ ବାର୍ତ୍ତା ପାଇଥିବା ଦାବି କରିଛନ୍ତି। ସେ କହିଛନ୍ତି ଯେ ଭାଜପା ମୋତେ କହିଛି ଯେ ଯଦି ଆପଣ ଆମ ଆଦମୀ ପାର୍ଟି ଛାଡି ଆମ ଦଳରେ ଯୋଗ ଦିଅନ୍ତି ତେବେ ଇଡି ଏବଂ ସିବିଆଇର ତଦନ୍ତ ବନ୍ଦ ହୋଇଯିବ। ଏହା ବ୍ୟତୀତ ସେ କହିଥିଲେ ଯେ ମୁଁ ଜଣେ ରାଜପୁତ, ମୋର ମୁଣ୍ଡ କଟି ଯିବ ପଛେ ମୁଁ ନଇବି ନାହିଁ।

ଅରବିନ୍ଦ କେଜରିୱାଲ ଏବଂ ସିସୋଡିଆଙ୍କ ଏଜେନ୍ସି ଉପରେ ଆକ୍ରମଣ କରିବାର ରଣନୀତି ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସହିତ ମେଳ ଖାଉଛି। ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ମଧ୍ୟ ଯେତେବେଳେ ପାଓ୍ବାର ଇଡି ନୋଟିସ ପାଇଥିଲେ, ସେ ନରମ ହେବା ପରିବର୍ତ୍ତେ ମରାଠା କାର୍ଡ ଖେଳିଥିଲେ ଏବଂ ନିଜେ ଇଡି କାର୍ଯ୍ୟାଳୟକୁ ଯିବା ବିଷୟରେ କହିଥିଲେ।

ଶରଦ ପାୱାରଙ୍କ ଏଭଳି ଘୋଷଣା ପରେ ମହାରାଷ୍ଟ୍ରର ରାଜନୈତିକ ବାତାବରଣରେ ଉଷ୍ଣତା ସୃଷ୍ଟି ହୋଇଥିଲା ଏବଂ ପରେ ଇଡି ଦ୍ୱାରା ସ୍ପଷ୍ଟ କରାଯାଇଥିଲା ଯେ ଆମେ ଶରଦ ପାୱାରଙ୍କ ବିରୋଧରେ ତଦନ୍ତ କରିବୁ ନାହିଁ। ତେବେ ବିଧାନସଭା ନିର୍ବାଚନରେ ଏନେଇ ଶରଦ ପାୱାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସ୍ଥିତିରୁ ଏନସିପି ଲାଭ ପାଇଛି। ସେତେବେଳେ ଶରଦ ପାୱାର କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଭୟ ନକରି ଦୃଢ଼ଭାବରେ ଠିଆ ହେବାର ମୂଳଦୁଆ ପକାଇଥିଲେ। ବର୍ତ୍ତମାନ ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଡିଆ ଦିଲ୍ଲୀରେ ସମାନ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି। ସିବିଆଇ ମନୀଷ ସିସୋଡିଆଙ୍କ ଘରେ ଚଢ଼ାଉ କରିବା ଦିନଠାରୁ ସେ ନିଜେ ସୋସିଆଲ ମିଡିଆରେ ସମସ୍ତ ତଥ୍ୟ ଦେଉଛନ୍ତି।

କେଜରିୱାଲ ଏବଂ ସିସୋଡିଆ ଦିଲ୍ଲୀରେ ତାଙ୍କ ଦଳ ଦ୍ୱାରା କରାଯାଇଥିବା ଭଲ କାର୍ଯ୍ୟ ବିରୁଦ୍ଧରେ କେନ୍ଦ୍ରର ଏଭଳି ପଦକ୍ଷେପ ଦ୍ୱାରା ଏକ ଷଡଯନ୍ତ୍ର ରଚାଯାଇଥିବା ପ୍ରଚାର କରୁଛନ୍ତିି। ସତ୍ୟନ୍ଦ୍ର ଜୈନଙ୍କୁ ଗିରଫ କରିବା ପରେ ମଧ୍ୟ ଏଏପି ପଛେଇବାକୁ ମନା କରିଦେଇଥିଲା ଏବଂ ଅପରପକ୍ଷେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲା। ଆମ ଆଦମୀ ପାର୍ଟି ଚାହୁଁଛି ଏହା ଦ୍ୱାରା ଦିଲ୍ଲୀର ଲୋକଙ୍କୁ ଏକ ବାର୍ତ୍ତା ପଠାଇବାରେ ସକ୍ଷମ ହେବ । ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି, ଆମ ଆଦମୀ ପାର୍ଟି ଅନୁଭବ କରୁଛି ଯେ ଏହି ଆଇନଗତ ଅସୁବିଧା ଯୋଗୁ ଦଳ କିଛି ସମୟ ପାଇଁ ଅସୁବିଧାରେ ପଡିପାରେ, କିନ୍ତୁ ରାଜନୈତିକ ଦୃଷ୍ଟିରୁ ଏହା ବ୍ୟାକ୍‌ ଫୁଟକୁ ଗଲେ ହିଁ କ୍ଷତିଗ୍ରସ୍ତ ହେବ। ତେଣୁ କେଜରିଓ୍ବାଲ ଏବଂ ସିସୋଡିଆ ଯୋଜନାବଦ୍ଧ ଭାବେ ରଣନୀତି ଆପଣେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମଲଲାଙ୍କ ଦର୍ଶନକୁ କରାଯାଉଥିଲା ବିରୋଧ, କଂଗ୍ରେସ ଛାଡିବାକୁ ଲେଖିଲେ ରାଧିକା

ନୂଆଦିଲ୍ଲୀ,୫।୫: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଗୋଟିଏ ପରେ ଗୋଟିଏ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା। ବର୍ତ୍ତମାନ ଚାଲିଥିବା ନିର୍ବାଚନ ମଧ୍ୟରେ କଂଗ୍ରେସ ଆଉ...

ନୀତୀଶଙ୍କ ବଡ ଚେତାବନୀ, ବିହାରରେ ବଢିଲା ରାଜନୈତିକ ଉଷ୍ମତା

ପାଟନା,୫।୫: ବିହାରରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସମୟରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ନିରନ୍ତର ବୟାନ ବାଜି ଜାରି କରାଯାଉଛି।...

ମୋଦିଙ୍କ ଗୃହ ରାଜ୍ୟରେ ୩୫ ମୁସଲମାନ ପାର୍ଥୀ ଲଢୁଛନ୍ତି ନିର୍ବାଚନ, କଂଗ୍ରେସରୁ କେହି ନାହିଁ

ଗାନ୍ଧିନଗର,୫।୫: ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇଛନ୍ତି। ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । କେତେକ ଜାତି ନାମରେ ଏବଂ...

ନିର୍ବାଚନ କମିଶନଙ୍କ ଅନନ୍ୟ ପଦକ୍ଷେପ, ୨୩ ଦେଶର ୭୫ ପ୍ରତିନିଧୀ ‘ଗଣତନ୍ତ୍ରର ମହାପର୍ବ’ ଦେଖିବାକୁ ଭାରତ ପହଞ୍ଚିଲେ

ନୂଆଦିଲ୍ଲୀ,୫।୫: ୨୩ଟି ଦେଶର ନିର୍ବାଚନ ପରିଚାଳନା ସଂସ୍ଥା ସହିତ ଜଡିତ ୭୫ ଜଣ ଆନ୍ତର୍ଜାତୀୟ ପ୍ରତିନିଧୀ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ ‘ଲୋକ ସଭା ନିର୍ବାଚନ’ର...

କାନାଡା ପ୍ରଧାନମନ୍ତ୍ରୀଙ୍କୁ ଚେତାବାନୀ ଦେଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ/କଟକ,୫।୫: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଜଷ୍ଟିନ ଟ୍ରୁଡୋଙ୍କ ନେତୃତ୍ୱାଧୀନ କାନାଡା ସରକାରଙ୍କୁ ସମାଲୋଚନା କରିଛନ୍ତି। ସଂଗଠିତ ଅପରାଧ ସହ ଜଡିତ ଲୋକଙ୍କୁ କାନାଡା...

ରାହୁଲଙ୍କୁ ପାକିସ୍ତାନ ନେତା ପ୍ରଶଂସା କରିବା ଚିନ୍ତାଜନକ, କଂଗ୍ରେସରୁ ସ୍ପଷ୍ଟିକରଣ ମାଗିଲେ ରାଜନାଥ

ନୂଆଦିଲ୍ଲୀଳ,୫।୫: ଯେତେବେଳେ ଜଣେ ପାକିସ୍ତାନୀ ନେତା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ ସେତେବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଶ୍ନ ଉଠାଇଥିଲେ।...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

ମୋଦି ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଲେ ପପୁ ଯାଦବ

ନୂଆଦିଲ୍ଲୀ,୫।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri