କ୍ରସ୍‌ ଭୋଟିଂ ରୋକିବା ନେଇ କସରତ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ। ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ୨ ଜଣଙ୍କ ମଧ୍ୟରେ ହେବ। ଭାଜପା ସମର୍ଥିତ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଥିବାବେଳେ ତାଙ୍କ ବିପକ୍ଷରେ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ଅଛନ୍ତି। ତେବେ ରାଷ୍ଟ୍ରପତି ନିର୍ବାଚନରେ କ୍ରସ୍‌ ଭୋଟିଂ ଏବଂ ଭୋଟ୍‌ ଯେପରି ନାକଚ ନ ହେବ ସେଥିପ୍ରତି ଭାଜପା ଗୁରୁତ୍ୱ ଦେଇଛି। ଏଥିଲାଗି ଭାଜପା ମିଶନ ‘ନାକଚ ଶୂନ୍ୟ’ ଭୋଟ୍‌ ଆରମ୍ଭ କରିଛି। ଯେପରି ଗୋଟିଏ ବି ଭୋଟ୍‌ ନାକଚ ନ ହେବ ତା’ ଉପରେ ଭାଜପା ଫୋକସ୍‌ କରୁଥିବା ବେଳେ ଦ୍ରୌପଦୀଙ୍କୁ ସମର୍ଥନ କରୁଥିବା ବିଜେଡି ସମେତ ଅନ୍ୟ ଦଳଗୁଡ଼ିକୁ ମଧ୍ୟ ସମାନ ନିବେଦନ କରାଯାଇଛି। ତେବେ କ୍ରସ୍‌ ଭୋଟିଂ ଏବଂ ଭୋଟ ନାକଚ ଯେପରି ନ ହେବ ସେଥିଲାଗି ଦିଲ୍ଲୀରେ ଭାଜପା ବିଧାୟକ ଏବଂ ଏମ୍‌ପିମାନଙ୍କୁ ଟ୍ରେନିଂ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଦିଲ୍ଲୀରେ ହେବାକୁ ଥିବା ଦିନିକିଆ ଟ୍ରେନିଂ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଭାଜପାର ୨ ଜଣ ବିଧାୟକ ସାମିଲ ହେବେ। ବିଧାୟକ ମୁକେଶ ମହାଲିଙ୍ଗ ଏବଂ ନାଉରୀ ନଏକଙ୍କ ନାଁ ଏଥିଲାଗି ଘୋଷଣା ସରିଛି। ୧୧ରେ ଏହି ୨ ନେତା ଦିଲ୍ଲୀ ଗସ୍ତ କରିବାକୁ ଥିବାବେଳେ ୧୨ରେ ଟ୍ରେନିଂ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ୧୩ରେ ଦଳର ଅନ୍ୟ କାର୍ଯ୍ୟକ୍ରମ ଶେଷ କରି ଓଡ଼ିଶା ଫେରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି।
ଗତ ଶୁକ୍ରବାର ଦ୍ରୌପଦୀ ମୁର୍ମୁ ଭୋଟ୍‌ ନିବେଦନ ଲାଗି ଦିନିକିଆ ଓଡ଼ିଶା ଆସିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅହ୍ବାନ କ୍ରମେ ବିଜେଡିର ସମସ୍ତ ବିଧାୟକ ଏବଂ ଏମ୍‌ପି ସାମିଲ ହୋଇଥିଲେ। ଏହି ସମୟରେ ଦ୍ରୌପଦୀଙ୍କ ସାଙ୍ଗରେ ଆସିଥିବା ଗଜେନ୍ଦ୍ର ସିଂ ଶେଖାଓ୍ବତ କ୍ରସ୍‌ ଭୋଟିଂ ଯେପରି ନ ହେବ ସେନେଇ ଧ୍ୟାନ ଦେବାକୁ ସମସ୍ତଙ୍କୁ ସୂଚିତ କରାଇଥିଲେ। ଅନୁରୂପ ଭାବେ ଭାଜପା ବିଧାୟକ ଏବଂ ଏମ୍‌ପିଙ୍କ ସହ ସାକ୍ଷାତ କରିବା ସମୟରେ ମଧ୍ୟ ଶେଖାଓ୍ବତ ସମାନ କଥା ଦୋହରାଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ବିଧାୟକମାନେ ବିଧାନସଭାରେ ଭୋଟ୍‌ ଦେବେ। ସେହିପରି ଏମ୍‌ପିମାନେ ଦିଲ୍ଲୀରେ ମତଦାନ କରିବେ। ଏମ୍‌ପିମାନେ ଚାହିଁଲେ ବିଧାନସଭାରେ ମଧ୍ୟ ଭୋଟ୍‌ ଦେଇପାରିବେ। ଓଡ଼ିଶା ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ଭୋଟିଂ ହେବ। ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇସାରିଥିବା ବେଳେ ଷ୍ଟ୍ରଙ୍ଗ ରୁମ୍‌ରେ ବାଲଟ୍‌ ପେପର ମଧ୍ୟ ପହଞ୍ଚତ୍ସାରିଛି। ନିର୍ଭୁଲ୍‌ ଭୋଟ୍‌ ଦାନ ଲାଗି ରାଜ୍ୟରେ ବିଧାୟକମାନଙ୍କ ଏକ ଟ୍ରେନିଂ କରାଯିବ। ବିଧାୟକ ଏବଂ ଏମ୍‌ପିମାନେ ଯଦି ଦ୍ରୌପଦୀଙ୍କୁ ଭୋଟ୍‌ ଦେବାକୁ ଚାହାନ୍ତି ତେବେ ସେମାନେ ତାଙ୍କ ନାଁର ଡାହାଣ ପାର୍ଶ୍ୱରେ ନମ୍ବର ୧ ଲେଖିବେ। ଯଦି ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ଭୋଟ୍‌ ଦେବାକୁ ଚାହାନ୍ତି ତେବେ ତାଙ୍କ ନାମର ଡାହାଣ ପାର୍ଶ୍ୱରେ ୨ ଲେଖିବେ। ଏହି ନମ୍ବର କେବଳ ନିର୍ବାଚନ କମିଶନଙ୍କ ତରଫରୁ ଆସିଥିବା କଲମରେ ଲେଖିବେ। ନଚେତ୍‌ ଭୋଟ ନାକଚ ହେବ। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି, କ୍ରସ୍‌ ଭୋଟିଂ ନ ହେବା ଲାଗି ସବୁ ବ୍ୟବସ୍ଥା ହେବ। ଆସନ୍ତା ୧୬ ଓ ୧୭ରେ ଏନେଇ ମକ୍‌ଟ୍ରିଲ୍‌ ମଧ୍ୟ କରାଯିବ। ଏମ୍‌ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, କୌଣସି ଗୋଟିଏ ହେଲେ ଭୋଟ୍‌ ନାକଚ ହେବ ନାହିଁ। ସମସ୍ତଙ୍କୁ ଏଥିଲାଗି ତାଲିମ ଦିଆଯିବ। ୧୬ରେ ଏମ୍‌ପିମାନଙ୍କୁ ଦିଲ୍ଲୀରେ ତାଲିମ ପାଇଁ ଡକାଯାଇଥିବା ଅପରାଜିତା କହିଛନ୍ତି। ଅନ୍ୟପଟେ କଂଗ୍ରେସର ୯ଜଣ ଏବଂ ସିପିଏମ୍‌ର ଜଣେ ବିଧାୟକ ଯଶଓ୍ବନ୍ତ ସିହ୍ନାଙ୍କୁ ଭୋଟ୍‌ ଦେବେ ବୋଲି ଘୋଷଣା କରିଛନ୍ତି। ରାଜ୍ୟରେ ମୋଟ ୧୪୭ ବିଧାନସଭା, ୨୧ ଲୋକ ସଭା ଏବଂ ୧୦ ରାଜ୍ୟ ସଭା ଆସନ ରହିଛି। ଏଥିରୁ ବିଜେଡିର ୧୧୨ ବିଧାୟକ, ୨ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ପ୍ରଶାନ୍ତ ଜଗଦ୍ଦେବ, ଭାଜପାର ୨୨ ବିଧାୟକ, କଂଗ୍ରେସର ୯, ଜଣେ ସ୍ବାଧୀନ ଏବଂ ଜଣେ ସିପିଏମ୍‌ ବିଧାୟକ ଅଛନ୍ତି। ବହିଷ୍କୃତ ୨ ବିଧାୟକଙ୍କ ମଧ୍ୟରୁ ପ୍ରଦୀପ ପାଣିଗ୍ରାହୀ ନିର୍ବାଚନରେ ଦ୍ରୌପଦୀଙ୍କୁ ଭୋଟ୍‌ ଦେବା ଲାଗି ଘୋଷଣା କରିଥିବା ବେଳେ ଜଗଦ୍ଦେବଙ୍କ କଥା ଜଣାପଡ଼ିନାହିଁ। ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ଦ୍ରୌପଦୀଙ୍କୁ ଭୋଟ୍‌ ଦେବେ। ଅନ୍ୟପଟେ ଲୋକ ସଭାରେ ଓଡ଼ିଶାର ଏକମାତ୍ର କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକାଙ୍କୁ ଛାଡ଼ି ଦେଲେ ବାକି ଅନ୍ୟ ଦଳର ସମସ୍ତ ସଦସ୍ୟ ଦ୍ରୌପଦୀଙ୍କୁ ଭୋଟ୍‌ ଦେବେ। ଓଡ଼ିଶାର ୧୦ ରାଜ୍ୟ ସଭା ସଦସ୍ୟ ମଧ୍ୟ ଦ୍ରୌପଦୀଙ୍କୁ ଭୋଟ୍‌ ଦେବେ। ତେବେ ଓଡିଶାରୁ ଯଶଓ୍ବନ୍ତଙ୍କୁ ମାତ୍ର ୧୧ ଭୋଟ୍‌ ମିଳିବା ହିସାବ କରାଯାଉଥିବା ବେଳେ ଏଥିରେ କିଛି କ୍ରସ୍‌ ଭୋଟିଂର ଆଶଙ୍କା ରାଜନୈତିକ ମହଲରେ ଆଲୋଚନା ହେଉଛି। ହେଲେ କଂଗ୍ରେସ ଏହି କଥାକୁ ଖଣ୍ଡନ କରିଛି। ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ଆମର କ୍ରସ୍‌ ଭୋଟିଂ କି ଭୋଟ୍‌ ନାକଚ ହେବାର ପ୍ରଶ୍ନ ଉଠୁନାହିଁ। ପ୍ରଥମେ ପାର୍ଟି, ତା’ପରେ ଯାହା କିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି

ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...

କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…

ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...

ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ

ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...

ସଙ୍ଗୀତା ସିଂଦେଓ ସର୍ବୋତ୍ତମ ମହିଳା ଏମ୍‌ପି: ୮ ଏମ୍‌ପିଙ୍କୁ ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର

ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଲୋକ ସଭାରେ ବଲାଙ୍ଗୀର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବୁଧବାର ସର୍ବୋତ୍ତମ ମହିଳା ଏମ୍‌ପି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୋମାରିଅୟାଗଞ୍ଜର...

‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…

ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...

ପ୍ରବଳ ବର୍ଷା, ତୁଷାରପାତ ସହ ଶୀତଳ ଲହରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ…

ନୂଆଦିଲ୍ଲୀ,୧୮।୧୨: ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ।...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri