Posted inଖେଳ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଆରମ୍ଭ: ଭାରତର ବିଜୟ ଅଭିଯାନ

କଟକ ଅଫିସ,୧୮ା୭-  ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଛି । ପ୍ରଥମ ଦିବସରେ ଅନୁଷ୍ଠିତ ଦଳଗତ ଇଭେଣ୍ଟର ପ୍ରଥମ ଦୁଇଟି ଯାକ ରାଉଣ୍ଡ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ଏଥି ସହ ଭାରତ ଦ୍ୱିତୀୟ ରାଉଣ୍ଡ ତଥା ସୁପର ଏଇଟ୍‌ରେ ପ୍ରବେଶ କରିଛି । ପ୍ରତ୍ୟେକ ରାଉଣ୍ଡରେ ଭାରତୀୟ ଖେଳାଳିମାନେ ବିଜୟ ହାସଲ କରିଥିବା ବେଳେ ମାତ୍ର ୨ଟି ଗେମରେ ଭାରତୀୟ ଖେଳାଳି ପରାଜୟର ସମ୍ମୁଖୀନ ହୋଇଛନ୍ତି । ସିଙ୍ଗାପୁର ବିପକ୍ଷରେ ଶରଥ କମଲ ଓ ଶ୍ରୀଲଙ୍କା ବିପକ୍ଷରେ ଆହିକା ମୁଖାର୍ଜୀ ଗୋଟିଏ ଗୋଟିଏ ଗେମରେ ହାରିଥିଲେ । ଗ୍ରୁପ-ବିରେ ସ୍ଥାନ ପାଇଥିବା ଭାରତୀୟ ପୁରୁଷ ଦଳର ପ୍ରଥମ ମୁକାବିଲା ହୋଇଥିଲା ସ୍କଟଲାଣ୍ଡ ବିପକ୍ଷରେ । ସ୍କଟଲ୍ୟାଣ୍ଡକୁ ୩-୦ ସେଟରେ ଭାରତ ହରାଇଥିଲା । ଜି ସାଥିୟଁା, ଅଚନ୍ତ ଶରଥ କମଲ, ହରମିତ ଦେଶାଇ ଭାରତ ପକ୍ଷରୁ ଏହି ରାଉଣ୍ଡରେ ପ୍ରତିନିଧିତ୍ୱ କରୁଥିଲେ । ଦ୍ୱିତୀୟ ରାଉଣ୍ଡରେ ଏହି ୩ ଖେଳାଳିଙ୍କୁ ନେଇ ଭାରତ ୩-୦ ସେଟରେ ଶକ୍ତିଶାଳୀ ସିଙ୍ଗାପୁରକୁ ପରାସ୍ତ କରିଥିଲା । ପୁରୁଷ ବିଭାଗରେ ଇଂଲଣ୍ଡ ଉଭୟ ସାଇପ୍ରସ ଓ ଶ୍ରୀଲଙ୍କାକୁ ୩-୦ ସେଟରେ, ଅଷ୍ଟ୍ରେଲିଆ ୱେଲସ ଓ ଦକ୍ଷିଣଆଫ୍ରିକାକୁ ୩-୦ ସେଟରେ, ନାଇଜେରିଆ ୩-୦ ସେଟରେ ବାଲାଂଦେଶକୁ ପରାସ୍ତ କରିଥିବା ଜଣାପଡ଼ିଛି । ସେହିପରି ଭାରତୀୟ ମହିଳା ଖେଳାଳିମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି । ପ୍ରଥମ ରାଉଣ୍ଡରେ ଦଳ ଶ୍ରୀଲଙ୍କାକୁ ୩-୦ ସେଟରେ ହରାଇଥିଲା । ମନିକା ବାତ୍ରା, ଅର୍ଚ୍ଚନା କାମଥ ଓ ଆହିକା ମୁଖାର୍ଜୀ ଏହି ରାଉଣ୍ଡରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରୁଥିଲେ । ଦ୍ୱିତୀୟ ରାଉଣ୍ଡରେ ଭାରତ ୩-୦ ସେଟରେ ଦକ୍ଷିଣଆଫ୍ରିକାକୁ ହରାଇଛି । ଅର୍ଚ୍ଚନା କାମଥ, ମାଧୁରିକା ପାଟେକର ଓ ସୁତୀର୍ଥ ମୁଖାର୍ଜୀ ଏହି ରାଉଣ୍ଡରେ ଭାଗ ନେଇଥିଲେ । ମହିଳା ବିଭାଗରେ ସିଙ୍ଗାପୁର ଦଳ ୩-୦ ସେଟରେ ସ୍କଟଲ୍ୟାଣ୍ଡ ଓ ୱେଲସକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଥମ ରାଉଣ୍ଡରେ ୩-୦ ସେଟରେ ସାଇପ୍ରସକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ମାଲେସିଆ ଠାରୁ ୩-୧ ସେଟରେ ହାରିଥିଲା । ନାଇଜେରିଆ ମଧ୍ୟ ପ୍ରଥମ ରାଉଣ୍ଡରେ ବାଲାଂଦେଶକୁ ୩-୦ ସେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ଇଂଲଣ୍ଡ ଠାରୁ ୩-୧ ସେଟରେ ପରାସ୍ତ ହୋଇଛି।

ମିଳିଲା ସ୍ବୀକୃତି: ଆସିବେ ଉଗାଣ୍ଡା, ଗାୟନା
ସରକାରୀ ସ୍ବୀକୃତି ମିଳି ପାରୁ ନ ଥିବାରୁ ଉଗାଣ୍ଡା ଓ ଗାୟନା ଏହି ବିଗ ଗେମରେ ଭାଗ ନେଇ ପାରୁ ନାହାନ୍ତି ବୋଲି ଭାରତୀୟ ଟିଟି ଫେଡେରେଶନ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଏବେ ଏହି ଦୁଇ ଦଳ ଖୁବଶ୍ରୀଘ ଭାରତ ଆସିବେ ବୋଲି ଫେଡେରେଶନ ପକ୍ଷରୁ କୁହାଯାଇଛି । ଦଳଗତ ଇଭେଣ୍ଟରେ ଉଭୟ ଦଳ ଅନୁପସ୍ଥିତ ରହିଥିବା ବେଳେ ସିଙ୍ଗିଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ଇଭେଣ୍ଟରେ ଏମାନେ ଯୋଗ ଦେବେ । ଉଗାଣ୍ଡାର ୫ଜଣିଆ ଓ ଗାୟନାର ୩ଜଣିଆ ଦଳ ଅଳ୍ପ ଦିନ ମଧ୍ୟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ। ସୂଚନା ଥାଉକି, ଆସନ୍ତା ୨୦ ତାରିଖରୁ ସିଙ୍ଗିଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ଇଭେଣ୍ଟରେ ମୁକାବିଲା ହେବ । ପ୍ରତିଯୋଗିତାରେ ଦଳ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri