Posted inଜାତୀୟ

ଆମେ ରାଜନୀତି କରିବାକୁ ଆସିନୁ, ଆମକୁ ଥରେ ସୁଯୋଗ ଦିଆଯାଉ: କେଜରିୱାଲ

ନୂଆଦିଲ୍ଲୀ,୨୫ ।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ହିମାଚଳ ପ୍ରଦେଶର କୁଲ୍ଲୁରେ ରୋଡ ଶୋ’ କରିଛନ୍ତି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି କେଜରିୱାଲ ଏବେଠାରୁ ପ୍ରସ୍ତୁୂତି ଆରମ୍ଭ କରି ଦେଲେଣି । ଏହି ଅବସରେ ସେ ଜନତାଙ୍କୁ କହିଥିଲେ ଏତେ ଟାଣ ଖରାରେ ବି ଆପଣମାନେ ଆସି ଥିବାରୁ ଧନ୍ୟବାଦ । ଯେମିତିକି ମୁଁ ଓ ମୋ ସାନ ଭାଇ ଭଗୱତ ମାନ କହିଥିଲେ ଆମେ ରାଜନୀତି କରିବାକୁ ଆସିନୁ । ଆମେ ଆନ୍ନା ଆନ୍ଦୋଳନରୁ ବାହରିଛୁ । ଆମେ ଶପଥ ନେଇଥିଲୁ କି ଆମେ ଦେଶରୁ ଭ୍ରଷ୍ଟାଚାର ହଟାଇବୁ । ଆମେ ଆମର ହିଁ ମନ୍ତ୍ରୀଙ୍କୁ ହଟାଇଛୁ । ଭଗୱନ୍ତ ମାନ ତାଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜେଲ ପଠାଇଛନ୍ତି । କାହାକୁ ଜଣା ନ ଥିଲା କ ଜିିରୋ ଟଲରାନ୍ସ ଅଛି । ନା ନିଜକୁ ଛାଡନ୍ତି ନା ଅନ୍ୟକୁ ।
ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି ହିମାଚଳର ହଜାର କୋଟିର ବଜେଟ ରହିଛି । ହେଲେ ଏତେ ବର୍ଷ ହେଲା କିଛି ସ୍କୁଲ, କଲେଜ ଅବା ହସ୍ପିଟାଲ ତିଆରି ହୋଇ ନାହିଁ । ତେବେ ହଜାର କୋଟି ଗଲା କୁଆଡେ । ୫ ବର୍ଷ ଭାରତୀୟ ଜନତା ପାର୍ଟି(ଭାଜପା) ୫ ବର୍ଷ କଂଗ୍ରେସ ନିକଟରେ ଥିଲା । ହେଲେ ଦିଲ୍ଲୀରେ ଆମେ ସ୍କୁଲ ଗୁଡିକୁ ସୁନ୍ଦର କରି ଗଢିଛୁ । ଏବେ ଲୋକେ ପିଲାମାନଙ୍କୁ ସରକାରୀ ସ୍କଲରେ ପାଠ ପଢାଉଛନ୍ତି । ଆଜି ମୁଁ ରାଜନୀତି କରିବାକୁ ଆସି ନାହିଁ । ଯଦି ଆପଣମାନଙ୍କୁ ଲାଗୁଛି ଭାଜପା ଅବା କଂଗ୍ରେସ ଆପଣଙ୍କ ପିଲାମାନଙ୍କୁ ଭଲ ସ୍କୁଲ ଦେଇ ପାରିବେ ତେବେ ତାଙ୍କୁ ଆପଣମାନେ ଭୋଟ ଦିଅନ୍ତୁ । ଯଦି ଆପଣ ଦୁଇଟି ଯାକ ଦଳକୁ ଦେଖି ସାରିଛନ୍ତି ତେବେ ଆମକୁ ଥରେ ସୁଯୋଗ ଦିଅନ୍ତୁ ବୋଲି କେଜରିୱାଲ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri