ଗୋଟିଏ ଭିଡିଓ ବଦଳାଇଥିଲା ପ୍ରଦୀପଙ୍କ ଭାଗ୍ୟ

ନୋଏଡା, ୨୩।୩: କିଛିଦିନ ତଳେ ଦିଲ୍ଲୀର ଏକ ମ୍ୟାକଡୋନାଲଡ ଷ୍ଟୋରରେ କାମ କରୁଥିବା ପ୍ରଦୀପ ମେହରାଙ୍କ ଏକ ଭିଡିଓକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ସେନାରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରଦୀପ କେତେ ସଂଘର୍ଷ ଭିତରେ ଏଥିପାଇଁ ପାଇଁ ପ୍ରସ୍ତୁତ କରୁଛନ୍ତି ତାହା ଭିଡିଓରେ ଦେଖାଯାଇଛି। ଭିଡିଓ ଭାଇରାଲ ହେବା ପରେ ପ୍ରଦୀପଙ୍କୁ ସହଯୋଗର ହାତ ବଢ଼ାଇଲା ଜିଲା ପ୍ରଶାସନ। ପ୍ରଦୀପଙ୍କ ମାଆଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଲେ ନୋଏଡା ଜିଲା ମାଜିଷ୍ଟ୍ରେଟ। ଏହାସହ ସେନାରେ ଭର୍ତ୍ତି ପାଇଁ ପ୍ରଶାସନ ପ୍ରଦୀପଙ୍କୁ ସମସ୍ତ ସହାୟତା ବି ଦେବ ବୋଲି ପ୍ରତିଶ୍ରୁତି ମିଳିଛି।
ନିକଟରେ ପ୍ରଦୀପଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉତ୍ତରାଖଣ୍ଡର ଆଲମୋରା ନିବାସୀ ପ୍ରଦୀପ ମେହେରା ନୋଏଡା ସେକ୍ଟର -୧୬ରେ ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି। ସେ ତାଙ୍କ ଭାଇଙ୍କ ସହ ବରୋଲାରେ ରୁହନ୍ତି। ପ୍ରଦୀପ ସେନା ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ଦୌଡ଼ିବାକୁ ସମୟ ପାଆନ୍ତି ନାହିଁ। ତେଣୁ ରାତି ୧୧ଟାରେ ଶିଫ୍ଟ ଶେଷ କରିବା ପରେ ସେ ସେକ୍ଟର -୧୬ରୁ ବରୋଲା ପର୍ଯ୍ୟନ୍ତ ଦୌଡନ୍ତି। ଶନିବାର ରାତିରେ ଯେତେବେଳେ ସେ ସବୁଥର ପରି ଦୌଡୁଥିଲେ। ଏହି ସମୟରେ ପୂର୍ବତନ ଖବରଦାତା ତଥା ଫିଲ୍ମ ନିର୍ମାତା ବିନୋଦ କାପ୍‌ଡି କାର୍‌ରେ ଯାଉଥିବାବେଳେ ତାଙ୍କ ଭିଡିଓ ପ୍ରସ୍ତୁତ କରିଥିଲେ। ସେ ତାଙ୍କ ସହ କିଛି ସମୟ କଥା ହୋଇଥିଲେ। ପ୍ରାୟ ଦୁଇ ମିନିଟର ଏହି ଭିଡିଓ ଲୋକଙ୍କୁ ବହୁତ ପ୍ରଭାବିତ କରୁଛି । ଦେଶର ଅନେକ ବଡ ବଡ଼ ବ୍ୟକ୍ତିତ୍ୱ ତାଙ୍କୁ ପ୍ରଶଂସା କରିଛନ୍ତି।
ଭିଡିଓରେ ପ୍ରଦୀପ କହିଛନ୍ତି ଯେ, ତାଙ୍କ ମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାପା ତାଙ୍କ ସହିତ ଅଛନ୍ତି। ସେ ତାଙ୍କ ଭାଇଙ୍କ ସହିତ ଏଠାରେ ରୁହନ୍ତି। ବିନୋଦ ତାଙ୍କୁ କାରରେ ବସି ଏକାଠି ଡିନର୍‌ କରିବାକୁ ଡାକନ୍ତି। କିନ୍ତୁ ପ୍ରଦୀପ ମନା କରି କୁହନ୍ତି,ଭାଇଙ୍କର ନାଇଟ ଶିଫ୍ଟ ଅଛି। ଯଦି ମୁଁ ତୁମ ସହିତ ଖାଏ, ଭାଇ ଭୋକରେ ରହିବ। ବିନୋଦ ଏହି ଭିଡିଓକୁ ନିଜ ଟୁଇଟର୍‌ ଆକାଉଣ୍ଟରେ ଶେୟାର କରି କହିଛନ୍ତି,ଏହା ପ୍ରକୃତ ସୁନା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri