Posted inଜାତୀୟ

ମାଓବାଦୀ କାର୍ଯ୍ୟକଳାପ ୭୭ ପ୍ରତିଶତ ହ୍ରାସ…

ନୂଆଦିଲ୍ଲୀ, ୧୫।୩ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକ ସଭାକୁ ସୂଚନା ଦେଇଛନ୍ତି ଯେ ମାଓବାଦୀ କାର୍ଯ୍ୟକଳାନ ଘଟଣା ୨୦୨୧ରେ ୭୭ ପ୍ରତିଶତ ହ୍ରାସ ପାଇ ୫୦୯ ରେ ପହଞ୍ଚିଛି। ୨୦୦୯ରେ ଏହା ୨,୨୫୮ ଥିଲା। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଉଭୟ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି। ୨୦୧୦ ରେ ଏହା ସର୍ବାଧିକ ୧,୦୦୫ ଥିବାବେଳେ ୨୦୨୧ରେ କମି ୧୪୭ ହୋଇଛି।
ମାଓବାଦୀ ପ୍ରଭାବିତ ଜିଲାରେ ଲୋକଙ୍କ ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ ଗତ ଚାରି ବର୍ଷ ମଧ୍ୟରେ ଦୁଇଥର ସମୀକ୍ଷା କରାଯାଇଛି। ଏହାକୁ ୨୦୧୮ ରେ ମାଓବାଦୀ ପ୍ରଭାବିତ ଜିଲାରେ ଲୋକଙ୍କ ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ ଗତ ଚାରି ବର୍ଷ ମଧ୍ୟରେ ଦୁଇଥର ସମୀକ୍ଷା କରାଯାଇଛି। ଏହାକୁ ୨୦୧୮ ରେ ୧୨୬ ପ୍ରତିଶତରୁ ରୁ ୯୦ ପ୍ରତିଶତ ଏବଂ ଜୁଲାଇ -୨୦୨୧ ରେ ୭୦ ପ୍ରତିଶତକୁ ହ୍ରାସ କରାଯାଇଛି। ସେହିପରି ମାଓପ୍ରବଣ ଜିଲା ସଂଖ୍ୟା ୨୦୧୦ରେ ୯୬ ଥିବାବେଳେ ୨୦୨୧ରେ ଏହା ୪୬କୁ ଖସି ଆସିଛି।

ବିକାଶ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଫ୍ଲାଗସିପ ସ୍କିମ କାର୍ଯ୍ୟକାରୀ କରିବା ବ୍ୟତୀତ ଭାରତ ସରକାର ମାଓବାଦୀ ପ୍ରଭାବିତ ରାଜ୍ୟଗୁଡିକରେ ଅନେକ ପଦକ୍ଷେପ ନେଇଛନ୍ତି। ଏଥିରେ ସଡକ ନେଟୱାର୍କର ସମ୍ପ୍ରସାରଣ, ଟେଲିକମ ସଂଯୋଗରେ ଉନ୍ନତି, ଦକ୍ଷତା ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକୁ ଗୁରୁତ୍ୱ ଦିଆଯାଇଛି। ରାୟ କହିଛନ୍ତି ଯେ ମାଓବାଦୀ ପ୍ରଭାବିତ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନା ଅଧୀନରେ ପାଣ୍ଠି ଯୋଗାଇ ଦିଆଯାଉଛି ଯାହାକି ପ୍ରଭାବିତ ଜିଲାର ଜନସାଧାରଣଙ୍କ ଭିତ୍ତିଭୂମି ତଥା ସେବାରେ ବିନିଯୋଗ ହେଉଛି।

ଗତ ତିନିବର୍ଷ ମଧ୍ୟରେ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନା ଅନୁଯାୟୀ ରାଜ୍ୟଗୁଡିକୁ ୨,୪୨୩.୨୪ କୋଟି ଟଙ୍କା ପ୍ରଦାନ କରାଯାଇଛି ଏବଂ ସମୟସୀମା ମଧ୍ୟରେ ୭,୮୧୫ଟି କାର୍ଯ୍ୟ ଶେଷ ହୋଇଛି। ସେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ୪୮୦ କୋଟି ଟଙ୍କା ରିଲିଜ ହୋଇଛି। ଥଇଥାନ ପ୍ୟାକେଜରେ ଉଚ୍ଚ ପଦସ୍ଥ ବାମପନ୍ଥୀ ଉଗ୍ରବାଦୀଙ୍କ ପାଇଁ ତୁରନ୍ତ ୫ଲକ୍ଷ ଟଙ୍କା ଏବଂ ଅନ୍ୟ ବାମପନ୍ଥୀ ଉଗ୍ରବାଦୀଙ୍କ ପାଇଁ ୨.୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଉଛି।

ଏଥିସହ ଏହି ଯୋଜନା ଅଧୀନରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସମର୍ପଣ ପାଇଁ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ତିନି ବର୍ଷ ପାଇଁ ମାସିକ ୬ହଜାର ଟଙ୍କା ଷ୍ଟାଇପେଣ୍ଡ ସହିତ ସେମାନଙ୍କ ପସନ୍ଦର ବାଣିଜ୍ୟ କିମ୍ବା ବୃତ୍ତିରେ ତାଲିମ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍‌, ମିଳିଛି ୬୦% ମାର୍କ

ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri