ଆରମ୍ଭରୁ ୟୁରିଆ କଳାବଜାର

ବରଗଡ଼ ଅଫିସ୍‌,୨୯।୧: ବରଗଡ଼ ଜିଲାରେ ରବିଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ଚାଷୀମାନେ ଧାନ ବୁଣାବୁଣି କରିସାରିଥିବା ବେଳେ ଅନେକ ସ୍ଥାନରେ ଧାନପହ୍ଲା ରୁଆ ଚାଲିଛି। ତେବେ ରବି ଫସଲ ଆରମ୍ଭରୁ ୟୁରିଆ ସାରକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହି କ୍ରମରେ ଗୁରୁବାର ବରଗଡ଼ ବ୍ଲକ ଖୁଣ୍ଟପାଲି, ବେହେରା, ଗାଈସୀମା, ତୁରୁଙ୍ଗା ଗ୍ରାମର ଚାଷୀମାନେ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କୁ ଫେରାଦ ହୋଇଥିବା ବେଳେ ଶୁକ୍ରବାର ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସହରରେ ଥିବା ଜଣେ ଲାଇସେନ୍ସପ୍ରାପ୍ତ ସାର ଦୋକାନୀ ୟୁରିଆ ସାର (ଇଫ୍‌କୋ)ରେ ସରକାରୀ ଦରଠାରୁ ଅଧିକ ୨ଶହ ଟଙ୍କା ନେଉଥିବା ଅଭିଯୋଗ କରି ସେମାନେ ଏଭଳି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷ ଆରମ୍ଭରୁ ୟୁରିଆ ସାରକୁ ନେଇ ଏଭଳି ଉତ୍ତେଜନା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ରବି ଫସଲରେ ମୁଖ୍ୟତଃ ବରଗଡ଼ ଜିଲାର ଜଳସେଚିତ ଅଞ୍ଚଳରେ ଧାନଚାଷ କରାଯାଏ। ବର୍ତ୍ତମାନ ପହ୍ଲାରୁଆ ଆରମ୍ଭ ହୋଇଛି। ଏହି ସମୟରେ ୟୁରିଆ ସାରର ଆବଶ୍ୟକତା ଥିବାବେଳେ ଏହାର କଳାବଜାର କରାଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଗୁରୁବାର ଚାଷୀମାନେ ବରଗଡ଼ ସହରରେ ଥିବା ଜଣେ ଲାଇସେନ୍ସପ୍ରାପ୍ତ ଦୋକାନୀଙ୍କ ପାଖକୁ ସାର କିଣିବାକୁ ଆସିଥିଲେ। ସାର ବସ୍ତାରେ ଦର ୧୭୦୦ ଟଙ୍କା ଲେଖାଯାଇଥିବା ବେଳେ ସମ୍ପୃକ୍ତ ଦୋକାନୀ ୧୯୦୦ ଟଙ୍କାରେ ବିକ୍ରି କରିଥିଲେ। ଏଭଳି ଅଭିଯୋଗ ନେଇ ସମ୍ପୃକ୍ତ ସାର ଦୋକାନ, ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ ଅଫିସ ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଅପରପକ୍ଷେ ଶୁକ୍ରବାର ମଧ୍ୟ ଚାଷୀମାନେ ବ୍ଲକ କୃଷି କାର୍ଯ୍ୟାଳୟକୁ ଆସି ଘେରିଥିଲେ ଏବଂ ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ସହିତ ସରକାରୀ ଦରରେ ଚାଷୀମାନଙ୍କୁ ୟୁରିଆ ସାର ଯୋଗାଇ ଦେବାକୁ ଦାବି କରିଥିଲେ। ଏ ନେଇ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ଉଦ୍ଦେଶ୍ୟରେ ବ୍ଲକ କୃଷି ଅଧିକାରୀ ସୌମ୍ୟା ଶୁଭଶ୍ରୀ ବିଭାରଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣା (ସିଡ଼ିଏଓ)ଙ୍କୁ ପଚାରିବାରୁ ସେ କହିଥିଲେ, ସମ୍ପୃକ୍ତ ଚାଷୀମାନେ ଇଫ୍‌କୋ କମ୍ପାନୀର ୟୁରିଆ ସାର ଚାହୁଁଛନ୍ତି। ଗତ ୪ମାସ ତଳୁ ଏହି ସାର ଆସିନାହିଁ ଏବଂ ପୂର୍ବରୁ ଯାହା ଆସିଥିଲା, ତାହା ବିତରଣ ହୋଇସାରିଛି। ଗତବର୍ଷ ଡିସେମ୍ବର ୧ ସୁଦ୍ଧା ଇଫ୍‌କୋ କମ୍ପାନୀର ୟୁରିଆ ସାର ବସ୍ତା ପ୍ରତି ୧୭୦୦ ଟଙ୍କା ଥିଲା ଏବଂ ଡିସେମ୍ବର ୮ରେ ଏହା ୧୯୦୦ ଟଙ୍କାକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଇଫ୍‌କୋ କମ୍ପାନୀର ୟୁରିଆ ସାର ମହଜୁଦ ନାହିଁ। କିନ୍ତୁ ଅନ୍ୟ କମ୍ପାନୀର ୟୁରିଆ ସାର ପର୍ଯ୍ୟାପ୍ତ ମହଜୁଦ ରହିଛି। ଫଳରେ ସେହି କମ୍ପାନୀର ୟୁରିଆ ନେଇ ଜମିରେ ପ୍ରୟୋଗ କରିବାକୁ ଜିଲା ମୁଖ୍ୟ କୃଷି ଅଧିକାରୀ ମହାରଣା ଚାଷୀଙ୍କୁ ନିବେଦନ କରିଛନ୍ତି। ସେହିପରି ଅନ୍‌ଲାଇନ୍‌ରେ ସାର ବିକ୍ରି ହେଉଛି ଏବଂ ସବୁ ତଥ୍ୟ ସେଠାରେ ରହୁଛି। ଫଳରେ ସାର କଳାବଜାର ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri