Odisha Elections 2024

ଖରାଛୁଟିରେ ରୋଜଗାର

ବାଲେଶ୍ୱର ଅଫିସ, ୨୪।୪-ଏବେ ଚାଲିଛି ଖରାଛୁଟି। ଏହି ସମୟରେ ସାଧାରଣତଃ ପିଲାମାନେ ମଉଜମସ୍ତି କରିବାରେ ବ୍ୟସ୍ତ ରହିଥାନ୍ତି। ହେଲେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ମିତ୍ରପୁର ଅଞ୍ଚଳରେ କେତେକ ପିଲା ରାସ୍ତାକଡରେ କୋଳି ବିକ୍ରି କରି ରୋଜଗାର କରୁଥିବା ଦେଖିବାକୁ ମିଳିଛି। ପିଲାମାନେ ସ୍ଥାନୀୟ ମଛୁଆ ପାହାଡ଼ରୁ ପ୍ରତ୍ୟହ ପୂର୍ବାହ୍ନ ୬ଟାରୁ ଜଙ୍ଗଲକୁ ଯାଇ ଚାରକୋଳି ସଂଗ୍ରହ କରି ଘରକୁ ଆଣିଥାନ୍ତି। ତାହାକୁ ପଲିଥିନରେ ଭାଗ ଭାଗ କରି ବିକ୍ରି ଉଦ୍ଦେଶ୍ୟରେ ନେଇଥାନ୍ତି। ଗୋଟିଏ ପଲିଥିନ ୧୦ଟଙ୍କାରେ ବିକ୍ରି ହୋଇଥାଏ। ଏହି ଟଙ୍କାରେ ସେମାନେ ପାଠପଢ଼ା ନିମନ୍ତେ ଖାତା, କଲମ କିଣିବା ପାଇଁ ଖର୍ଚ୍ଚ କରୁଥିବା କହିଛନ୍ତି। ରାସ୍ତାକଡ଼ରେ ଉଦୁଉଦିଆ ଖରାରେ ବସି ଦିନତମାମ୍‌ କୋଳି ବିକ୍ରି କରିବା ପରେ ଯାହା ଟଙ୍କା ମିଳିଥାଏ ସେଥିରେ ଖାତା କିଣିଥାନ୍ତି। ଏଥିରୁ ଯାହା ବଳେ, ତାହାକୁ ମା’ବାପାଙ୍କୁ ଦେଇଥାନ୍ତି ବୋଲି ଷଷ୍ଠ ଶ୍ରେଣୀ ଛାତ୍ର ବୁଦ୍ଧିରାମ ସିଂ କହିଛନ୍ତି। ଏହାବ୍ୟତୀତ ସେମାନେ ବିଭିନ୍ନ ସମୟରେ ଋତୁ ଅନୁଯାୟୀ ମିଳୁଥିବା ବନଜାତ ଦ୍ରବ୍ୟ ସଂଗ୍ରହ କରି ମଧ୍ୟ ବିକ୍ରି କରୁଥିବା କହିଛନ୍ତି। ଏ ସମ୍ପର୍କରେ ଜିଲା ପ୍ରକଳ୍ପ ସଂଯୋଜକ ସୁରେନ୍ଦ୍ର ପ୍ରସାଦ ଶଙ୍ଖୁଆ କହିଛନ୍ତି ଯେ, ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଉଜ୍ୱଳ ଏବଂ ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉତ୍‌ଥାନ ଯୋଜନାରେ ବହି ପ୍ରଦାନ କରାଯାଉଛି। ସେଥିପାଇଁ ଛାତ୍ରୀଛାତ୍ରମାନଙ୍କ ପାଇଁ ଖାତାର ଆବଶ୍ୟକତା ନାହଁି। ଛାତ୍ରୀଛାତ୍ରମାନେ ପେନସିଲ୍‌ରେ ବିଭିନ୍ନ ବିଷୟ ପୁସ୍ତକର ଉତ୍ତର ଲେଖିବେ ଏବଂ ଏହାକୁ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକମାନେ ତଦାରଖ କରିବାର ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ଫାଇନାନ୍ସ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ରେକର୍ଡପତ୍ର ଜଳିପୋଡ଼ି ପାଉଁଶ

ବାଲେଶର ଅଫିସ,୧୭।୫: ବାଲେଶ୍ୱର ଜିଲାର ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ କାର୍ଯ୍ୟାଳୟର ବହୁ ଦାମୀ ଆସବାବପତ୍ର...

ଘୋଡ଼ା ଚଢ଼ି ନାମାଙ୍କନପତ୍ର ଦାଖଲ କରିବା ପ୍ରତାପ ଷଡଙ୍ଗୀଙ୍କୁ ପଡ଼ିଲା ମହଙ୍ଗା

ବାଲେଶ୍ୱର,୧୭।୫(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ୧୪ତାରିଖ ଦିନ ଘୋଡା ଚଢି ନିଜର ନାମାଙ୍କନପତ୍ର ଦାଖଲ କରିବାକୁ ଜିଲାପାଳଙ୍କ...

ଚାରୁକୋଳି ମଞ୍ଜି ଦେଇଛି ରୋଜଗାର

ଜଳେଶ୍ୱର, ୧୬।୫(ନବୀନ ସାହୁ)ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଜଙ୍ଗଲ ଘେରା ରାଇବଣିଆ ଅଞ୍ଚଳରେ ଖରାଦିନେ ହେଉଥିବା ଚାରୁକୋଳି ଚାହିଦା ଅଧିକ ରହିଛି। ଏହି କୋଳି ଖଟାମିଠା...

ଓଡ଼ିଶାରେ ଓମ୍‌ ବିର୍ଲା : ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି

ଭୁବନେଶ୍ୱର,୧୫।୫: ଲୋକସଭା ବାଚସ୍ପତି ତଥା ଭାଜପା ନେତା ଓମ ପ୍ରକାଶ ବିର୍ଲା ବୁଧବାର ବାଲେଶ୍ୱରରେ ପହଞ୍ଚିଛନ୍ତି। ଦଳୀୟ ସମାବେଶକୁ ସମ୍ବୋଧନ କରି ବାଚସ୍ପତି ଓମ ବିର୍ଲା...

ନିର୍ମାଣ ଆରମ୍ଭରୁ ବିଭ୍ରାଟ

ଖଇରା,୧୫।୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଓ ଔପଦା ୨ ବ୍ଲକକୁ ସଂଯୋଗ କରୁଥିବା ଖଇରା-ଭଞ୍ଜପଦା ଗ୍ରାମ୍ୟ ଉନ୍ନୟନ ରାସ୍ତା କାମ ଆରମ୍ଭ ହୋଇଛି  ।...

ମହାଦେବଙ୍କୁ ପୂଜାର୍ଚ୍ଚନା ପରେ ନାମାଙ୍କନ ଭରିଲେ ଆଶିଷ

ଭୋଗରାଇ,୧୪l୫(ପ୍ରଦୀପ ଦାସ)-ସାଧାରଣ ନିର୍ବାଚନ ଲାଗି ନାମାଙ୍କନର ଶେଷ ଦିନରେ ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ଆଶିଷ କୁମାର ପାତ୍ର ବାଲେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ...

ସୋର ରାଜନୀତିରେ ଚହଳ, ଗୋଟିଏ ଆସନରୁ ନାମାଙ୍କନ ଭରିଲେ ରାଜୁ ଦାସ ଓ ପର୍ଶୁରାମ ଧଡ଼ା

ବାଲେଶ୍ୱର,୧୪।୫: ରୋଚକ ହେଉଛି ସୋର ରାଜନୀତି । ଭାରତୀୟ ଜନତା ପାର୍ଟି ସୋରରୁ ପ୍ରଥମେ ରାଜୁ ଦାସଙ୍କ ଟିକେଟ ଘୋଷଣା କରିଥିଲା । ଟିକେଟ୍‌ ଦେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri