ପଲିଥିନ ତଳେ ଜୀବନ

କପ୍ତିପଦା,୧୭ା୩(ଡି.ଏନ୍‌.ଏ)- ସରକାର ଗରିବ ସୀମାରେଖା ତଳେ ଥିବା ହିତାଧିକାରୀଙ୍କୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ପକ୍କା ଘର ପ୍ରଦାନ ପାଇଁ ନିୟମ କରିଛନ୍ତି ା ଯୋଗ୍ୟ ହିତାଧିକାରୀ କିପରି ଏହି ଯୋଜନାରେ ସାମିଲ ହେବେ ସେଥିପାଇଁ ପ୍ରତି ପଞ୍ଚାୟତର ଗ୍ରାମସଭା ଓ ପଲ୍ଲିସଭା ମାଧ୍ୟମରେ ତାଲିକା ପ୍ରସ୍ତୁତ କରାଯାଉଛି। ମାତ୍ର ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ରେ ଏହି ଯୋଜନା ସମ୍ପୂର୍ଣ୍ଣ ଦିଗହରା ହୋଇଛି। ଏହି ବ୍ଲକ୍‌ ଅଧୀନ ଲାବଣ୍ୟଦେଈପୁର ପଞ୍ଚାୟତ ୱାର୍ଡ ନଂ.-୧୦ରେ ବସବାସ କରୁଛନ୍ତି ବିଧବା ସାକ୍ରା ସୋରେନ(୬୦)। ସେ ଜଣେ ଅତି ଗରିବ ଶ୍ରେଣୀର ମହିଳା ା ୫ବର୍ଷ ତଳେ ତାଙ୍କ ସ୍ବାମୀ ମଦନଙ୍କ ମୃତ୍ୟୁ ଘଟିଥିଲା। ଏବେ ସେ ଅତି ଦୟନୀୟ ଜୀବନ ଯାପନ କରୁଛନ୍ତି ା ପୁଅ ବୋହୂ ଏପରି ଅବସ୍ଥାରେ ତାଙ୍କୁ ଛାଡ଼ି ବାହାରକୁ କାମ କରିବାକୁ ଯାଇଛନ୍ତି। ଘର ନ ଥିବାରୁ ସେମାନେ ମଧ୍ୟ ଗାଁକୁ ଆସୁ ନାହାନ୍ତି ା ପରିଣତ ବୟସରେ କାମ କରିବାକୁ ଅଣ୍ଟାରେ ଦମ୍ଭ ନ ଥିବାବେଳେ ରାତି ପାହିଲେ ଜଙ୍ଗଲକୁ ଯାଇ ପତ୍ର ଆଣି ଖଲିପତ୍ର ତିଆରି କଲେ ପେଟକୁ ଦାନା ଯାଏ ା ମାସକୁ ବିଧବା ଭତ୍ତା ୫ଶହ ଟଙ୍କା ଓ ୫ କେଜି ଚାଉଳ ତାଙ୍କର ସମ୍ବଳ ବୋଲି ସେ ପ୍ରକାଶ କରିଛନ୍ତି ା ଅନ୍ତ୍ୟୋଦୟ ଯୋଜନାରେ କାର୍ଡଟିଏ ଓ ଘର ଖଣ୍ଡିଏ ପାଇଁ ସେ ପଞ୍ଚାୟତଠାରୁ ବ୍ଲକ୍‌ ଅଫିସ ପର୍ଯ୍ୟନ୍ତ ଦାୈଡି ଦାୈଡି ନୟାନ୍ତ ହୋଇ ପଡ଼ିଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣୁ ନାହାନ୍ତି ା ଘର ବୋଲି ତାଙ୍କର କିଛି ନାହିଁ ା ବାଉଁଶ ଉପରେ ପଲିଥିନ ପକାଇ ତାରି ତଳେ ବସବାସ କରୁଛନ୍ତି। ଖରାଦିନିଆ ବର୍ଷା ଓ ଝଡ଼ତୋଫାନ ତାଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି ା ସେହି ଘରେ ବିପଦସଙ୍କୁଳ ଅବସ୍ଥାରେ ସେ ରହିବାକୁ ବାଧ୍ୟ ହେଉଛନ୍ତି ା ହାଡ଼ଭଙ୍ଗା ଶୀତ କାକର ସମୟରେ ପାଇଖାନା ଭିତରେ ରାତି କଟାଇଥିବା କହିଛନ୍ତି ା ଏପରି କି ତାଙ୍କ ଘରର କିଛି ବ୍ୟବହାଯର୍‌ୟ ସାମଗ୍ରୀ ମଧ୍ୟ ସେହି ପାଇଖାନା ଭିତରେ ଥିବା ଦେଖିବାକୁ ମିଳିଛି। ନଡ଼ା ଛପରରେ ଘର ତିଆରି କରିବା ଓ ଏହି ଘରକୁ ପ୍ରତିବର୍ଷ ଛାଉଣି କରିବାକୁ ମଧ୍ୟ ତାଙ୍କ ପାଖରେ ଅର୍ଥ ନାହିଁ ା ଯାହା ଫଳରେ ଚିରାଫଟା ପଲିଥିନ ତଳେ ତାଙ୍କ ଜୀବନ କଟୁଛି। ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ବହୁ ଥର ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳି ନାହିଁ। ସାକ୍ରାଙ୍କ ଏପରି ଅବସ୍ଥା ଦେଖି ସମାଜସେବୀ ଜୟ ମୁର୍ମୁ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି। ଉକ୍ତ ଗ୍ରାମର କାନ୍ଦ୍ର ସୋରେନ କୁହନ୍ତି, ଏହି ପରିବାର ଅଗ୍ରାଧିକାର ଭିତ୍ତିିରେ ନିଶ୍ଚିତ ଘର ପାଇବା ଦରକାର। ଏ ସଂକ୍ରାନ୍ତରେ କିଛି ଗ୍ରାମବାସୀ ଜିଲାପାଳ, ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଆବଶ୍ୟକ ପଡ଼ିଲେ ବ୍ଲକ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ମୁଁ ଜାଣିନି, ସରପଞ୍ଚଙ୍କ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ରାସ୍ତା ପାର୍‌ ହେବାବେଳେ ଘୋଷାଡି ନେଲା ଟ୍ରକ୍‌: ଚାଲିଗଲା ୨ ଜୀବନ

ଭୁବନେଶ୍ୱର,୮।୫:ରାଜଧାନୀ ଭୁବନେଶ୍ୱରରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍‌ ବେଳେ ୨ ଜଣଙ୍କୁ ଘୋଷାଡ଼ି ନେଇଛି ଟ୍ରକ। ଫଳରେ ଘଟଣାସ୍ଥଳରେ...

ଏହି କଥା କହି ଭାବପ୍ରବଣ ହୋଇଗଲେ ପାଣ୍ଡିଆନ୍‌

ଭୁବନେଶ୍ୱର,୮।୫: ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୁଧବାର ଭୋରରୁ ଏକ ପ୍ରେସ୍‌ମିଟ୍‌ ଡକାଇଛନ୍ତି। ଏହି ପ୍ରେସ୍‌ମିଟ୍‌ରେ ସେ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି।...

ରାତି ନ ପାହୁଣୁ ପ୍ରେସ୍‌ମିଟ୍‌ ଡକାଇଲେ କାର୍ତ୍ତିକ ପାଣ୍ଡିଆନ୍‌: କହିଲେ ଏସବୁ କଥା…

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଭାଜପାର ହେଭିଓ୍ବେଟ୍‌ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି...

ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ, ଛତିଶଗଡ ମୁଖ୍ୟମନ୍ତ୍ରୀ, ଏହି ସବୁ ଜିଲାରେ କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୮।୫: ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭବାନୀପାଟଣା ଏବଂ ତା’ ପରେ ରାୟଗଡା ଭାଜପା...

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri