Posted inଖେଳ

ଅର୍ଜୁନ ପୁରସ୍କାର ବିଜେତା ମାଇକେଲଙ୍କ କ୍ଷୋଭ

ରାଉରକେଲା ଅଫିସ,୧୫ା୩: ୧୯୭୫ ମାର୍ଚ୍ଚ ୧୫। ସେଦିନ ମାଲେସିଆର କ୍ୱାଲାଲମ୍ପୁରଠାରେ ଆୟୋଜିତ ବିଶ୍ୱ କପ୍‌ ହକିରେ ପାକିସ୍ଥାନକୁ ଭାରତ ୨-୧ ଗୋଲରେ ପରାସ୍ତ କରି ନୂଆ ଇତିହାସ ସୃଷ୍ଟି କରିଥିଲା। ଏଥିରେ ରାଉରକେଲାର ମାଇକେଲ କିଣ୍ଡୋ ଉଚ୍ଚମାନର କ୍ରୀଡା ପ୍ରଦର୍ଶନ କରି ହକିପ୍ରେମୀଙ୍କ ପାଇଁ ଆଦର୍ଶ ସାଜିଥିଲେ।ହେଲେ ଆଜିର ଦିନରେ ସେହି ଖେଳାଳି ଜଣକ ଯେମିତି ସମସ୍ତଙ୍କ ପାଇଁ ଅଲୋଡା ପାଲଟିଛନ୍ତି। ୧୯୭୧ ବିଶ୍ୱ କପ୍‌ ହକିରେ ବ୍ରୋଞ୍ଜ, ୧୯୭୩ ବିଶ୍ୱ କପ୍‌ ହକିରେ ରୌପ୍ୟ ଓ ୧୯୭୫ ବିଶ୍ୱ କପ୍‌ ହକିରେ ନିଜର ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ସ୍ବର୍ଣ୍ଣ ପ୍ରଦକ ଜିଣି ଦେଶକୁ ଗୌରବାନ୍ବିତ କରିଥିବା ମାଇକେଲ ଆଜି ଅବହେଳିତ। ସେଦିନର ଅଭୁଲା ମୁହୂର୍ତ୍ତକୁ ମନେପକାଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଆଉ କେହି ଦେଶ ପାଇଁ ଏଭଳି ସୁନାମ ଆଣିବାକୁ ଯୋଗ୍ୟ ହେଲେ ନାହିଁ, ଏହା ହିଁ ତାଙ୍କୁ ଦୁଃଖ ଦେଇଛି ବୋଲି ସେ କୁହନ୍ତି। ୨୦୦୪ରୁ ରାଉରକେଲା ଇସ୍ପାତ କାରଖାନା ଖେଳ ବିଭାଗରୁ ଅବସର ନେଇଛନ୍ତି ମାଇକେଲ। ଏବେ ତାଙ୍କ ବୟସ ୭୫। ଆଖିକୁ ଭଲ ଦିଶୁନି। କାନକୁ ଶୁଭୁନି। ତଥାପି ଖେଳ ପ୍ରସଙ୍ଗ ନେଇ ଆଲୋଚନା ହେଲେ ଶିହରି ଉଠନ୍ତି ସେ। ରାଉରକେଲାର ସେକ୍ଟର ୬ସ୍ଥିତ ନିଜ କ୍ୱାଟର୍ସରେ ଅବସର ଜୀବନ କାଟୁଥିବା ମାଇକେଲ କୁହନ୍ତି, ୧୯୭୫ ମାର୍ଚ୍ଚ ୧୫ରେ ଯେତେବେଳେ ପାକିସ୍ତାନକୁ ହରାଇ ଆମେ ବିଶ୍ୱକପ ଜିଣିଥିଲୁ ସେଦିନର ଆନନ୍ଦ କହିଲେ ନ ସରେ। ହେଲେ ଦୀର୍ଘ ୪୫ ବର୍ଷ ମଧ୍ୟରେ ଆଉ କେହି ଏଭଳି ସଫଳତା ନ ଆଣିବା ମୋତେ ମର୍ମାହତ କରିଛି। ଯୁବପିଢି ଏନେଇ ଯନତ୍ବାନ ହେବା ଆବଶ୍ୟକ। ସେତେବେଳେ ଆମକୁ ହକି ଖେଳ ପାଇଁ ଗୋଟିଏ ଟଙ୍କା ମିଳୁ ନ ଥିଲା। ଆମେ ଉତ୍ସର୍ଗୀକୃତ ମନୋଭାବ ନେଇ ଖେଳୁଥିଲୁ। ବଦଳରେ କିଛି ପାଇବାର ଆଶା ନ ଥିଲା। ଆଜି ଭଳିଦିନରେ ମୋତେ କେହି ମନେରଖି ନାହାନ୍ତି। ମୁଁ କିନ୍ତୁ ମୋ ଦେଶକୁ ମନେରଖିଛି। ସ୍ମୃତିକୁ ନେଇ ବଞ୍ଚିଛି। ଯୁବ ପିଢି ନିଜ ସହ ଦେଶ ପାଇଁ ସୁନାମ ଆଣନ୍ତୁ ଏତିକି ମୋ ବାର୍ତ୍ତା। ଅର୍ଜୁନ ପୁରସ୍କାର ସହ ଅନେକ କିଛି ପାଇଛି। ହେଲେ ରାଜ୍ୟ ସରକାର ମୋତେ ଭୁଲି ଗଲେ। ଏତିକି ମୋ ମନରେ କୋହ ଆଣିଛି। ପରିଣତ ବୟସରେ ମୋର କିଛି ମନେରହୁନି। ତଥାପି ପିଲାଙ୍କୁ ଏତିକି କହିବି, କିଛି ମିଳୁ କି ନ ମିଳୁ ନିଜକୁ ପଛରେ ରଖି ଏ ଦେଶ ଜାତି ପାଇଁ ଗୌରବ ଆଣିବା ଜଣେ ଖେଳାଳିର ପରମ କର୍ତ୍ତବ୍ୟ।
କିଣ୍ଡୋଙ୍କ ସ୍ତ୍ରୀ ଶୀଲା କୁହନ୍ତି, ମୋ ସ୍ବାମୀ କେବଳ ଜଣେ ଅନ୍ତର୍ଜାତୀୟ ଖେଳାଳି ନୁହନ୍ତି, ସେ ଜଣେ ଦେଶଭକ୍ତ। ଆମ ସମସ୍ତଙ୍କ ପାଇଁ ଗର୍ବ ଗୌରବ। ଖେଳ ବଦଳରେ କିଛି ଫେରି ପାଇବାର ଆଶା ରଖି ନାହଁାନ୍ତି ସେ। ଏହା ହିଁ ଆମକୁ ଆତ୍ମସନ୍ତୋଷ ପ୍ରଦାନ କରିଛି। ପୁଅ ତଥା ଜାତୀୟ ଟେନିସ ଖେଳାଳି ଆଲବର୍ଟ ଚାର୍ଲର୍ସ କିଣ୍ଡୋଙ୍କ ମତରେ ମୋ ବାପାଙ୍କ ତ୍ୟାଗ ପାଇଁ ଆମେ ଗର୍ବିତ। ଆଜିକାଲି ଯୋଗ୍ୟତା ନ ଥାଇ ବହୁ ଖେଳାଳିଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯାଉଛି। ମୋ ବାପାଙ୍କୁ ଏଥିରେ ସାମିଲ କରା ନ ଯିବା ଆମକୁ ମ୍ରିୟମାଣ କରିଛି। ତଥାପି ଆମେ ବାପାଙ୍କ ଲାଗି ଗର୍ବିତ ବୋଲି କହିଛନ୍ତି ପୁଅ ଆଲବର୍ଟ।

ବସନ୍ତ ଧଳ


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri