Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ନିଜ ରାଶିରେ ଅବସ୍ଥାନ କରିଥିବାରୁ ସୁନ୍ଦର ପାରିବାରିକ ଜୀବନ ଓ ସମସ୍ୟାମୁକ୍ତ କର୍ମକ୍ଷେତ୍ର ଯୋଗୁ ମନ ଖୁସୀ ରହିବ । ଶୁକ୍ରଙ୍କ ପ୍ରଭାବରେ ଆର୍ଥିକ ଉନ୍ନତି, ବନ୍ଧୁଗୃହକୁ ଯାତ୍ରା ସକାଶେ ମନ ବଳାଇପାରନ୍ତି । ବାଣିଜ୍ୟ,ବ୍ୟବସାୟ, ପ୍ରତିଯୋଗିତା କ୍ଷେତ୍ରରେ ଆଶାନୁଯାୟୀ ସଫଳତା ପାଇବେ । କିନ୍ତୁ ଶନିଙ୍କ ଦୃଷ୍ଟିପ୍ରଭାବରେ ଅଶ୍ୱିନୀ ପାଇଁ କାମରେ ବିଘ୍ନ ଓ କୃତିକା ବନ୍ଧୁବର୍ଗରେ କଳହର ଆଶଙ୍କା ରହିଛି ।
ବୃଷ
ବୃଷ
ରବିଙ୍କ ସହ ନୀଚାରୋହୀ ବୁଧ ଆପଣଙ୍କୁ ବିଫଳ ଆଲୋଚନା ଓ ଅର୍ଥ ସମ୍ପର୍କୀୟ ବିବାଦ ଭିତରକୁ ଟାଣିନେବ । ଆନୁଷ୍ଠାନିକ, ସଂଗଠନ, ରାଜନୀତି କ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ପାଇବାରେ କୌଣସି ଅସୁବିଧା ହେବନାହିଁ । କଚେରି ମାମଲା କ୍ଷେତ୍ରରେ ପୁନଶ୍ଚ ବାଇଦା ପକାଇବା ପାଇଁ ଆଇନଜ୍ଞଙ୍କୁ ଅନୁରୋଧ କରିପାରନ୍ତି ।
ମିଥୁନ
ମିଥୁନ
ରାହୁଙ୍କ ଯୋଗୁ ମାନସିକ ଅସ୍ଥିରତା ଲାଗି ରହିଥିଲେ ମଧ୍ୟ ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବ । ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଆରଦ୍ରା ନକ୍ଷତ୍ର କିନ୍ତୁ ଯେଉଁ କାମରେ ହାତ ଦିଅନ୍ତୁ ନା କାହିଁକି, ଆପଣଙ୍କ ଚେଷ୍ଟା କଦାପି ନିସ୍ଫଳ ହେବନାହିଁ । ଆଜି ଆପଣଙ୍କର ଭାଇ, ବନ୍ଧୁ କିମ୍ବା ପଡୋଶୀମାନଙ୍କ ସହ ଆଲୋଚନା ଫଳପ୍ରଦ ହେବ
କର୍କଟ
କର୍କଟ
ଆଜି ରବି ଓ ଚନ୍ଦ୍ର ତଥା ଶୁକ୍ରଙ୍କ ଶୁଭତ୍ୱ ପ୍ରଭାବରେ ଆର୍ଥିକ ଦିଗରୁ, ବନ୍ଧୁ ସହଯୋଗରୁ, ରୋଗପୀଡା ଉପଶମରୁ ମନ ଖୁସୀ ହୋଇଯିବ । ପୁଷ୍ୟା ନକ୍ଷତ୍ର ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀ ପ୍ରଥମେ ବିରକ୍ତି ପ୍ରକାଶକରି ପରମୁହୂର୍ତ୍ତରେ କାମଟି କରିଦେବେ ।
ସି˚ହ
ସି˚ହ
ଚନ୍ଦ୍ର ଦ୍ୱାଦଶ ସ୍ଥାନରେ ଥିବାରୁ କୌଣସି ଏକ ଜରୁରୀ କାମରେ ହଠାତ୍‌ ବାହାରକୁ ଯିବାକୁ ପଡିପାରେ । କର୍ମକ୍ଷେତ୍ରରେ ରହିଥବା ସମସ୍ୟା ସମାଧାନ ହୋଇଯିବ କିନ୍ତୁ ପରିବାରରେ ମତଭେଦର ଆଶଙ୍କା ରହିଛି । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି ।
କନ୍ୟା
ବୁଧ ରାଶିରେ ଷଷ୍ଠସ୍ଥାନସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବ ନାହିଁ ଏବଂ ଋଣ ପରିଶୋଧ ପାଇଁ ଚାପର ସମ୍ମୁଖୀନ ହେବେ। ଗତକାଲିଠାରୁ ଆପଣ ଯେଉଁଥିପାଇଁ ଚିନ୍ତିତ ରହିପାରନ୍ତି, ସେଥିରେ ସଫଳତା ଅବଶ୍ୟ ପାଇବେ। ପାରିବାରିକ ପରିସ୍ଥିତି ଗମ୍ଭୀର ରହିବ । ବନ୍ଧୁଙ୍କୁ ପ୍ରିୟକଥା କହି ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟିତ ହେବେ ।
ତୁଳା
ତୁଳା
ଶୁକ୍ରଙ୍କ ଶୁଭଦୃଷ୍ଟିରୁ ଦୈହିକ ଏବଂ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। ବନ୍ଧୁମାନଙ୍କ ଜରିଆରେ କାମ ହାସଲ ସକାଶେ ଆଲୋଚନା କରିପାରନ୍ତି। ସରକାରୀ ସ୍ତରର କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସାହାଯ୍ୟରୁ ଉପକୃତ ହେବେ । ଆଜିର ଯାତ୍ରା, ବାଣିଜ୍ୟ, ପାରିବାରିକ ସ୍ଥିତି, ବିବାଦୀୟ ଘଟଣାର ଆଲୋଚନା କ୍ଷେତ୍ରରେ ରୋକ୍‌ ଲାଗିପାରେ ।
ବିଛା
ବିଛା
ଭାଗ୍ୟସ୍ଥାନରେ ଚନ୍ଦ୍ର ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବେ । ବନ୍ଧୁଙ୍କ ଉପରେ ଅଯଥା ରାଗ କିମ୍ବା ଅଭିମାନ କରି ଚୁପ୍‌ ରହିଲେ କ୍ଷତିରେ ପଡିପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥା ଓ କାମ ମନକୁ ନ ପାଇଲେ ମଧ୍ୟ କିଛି କରି ପାରିବେ ନାହିଁ । ମାଙ୍ଗଳିକ କାମ ସକାଶେ ଆଲୋଚନା କରିପାରନ୍ତି।
ଧନୁ
ଧନୁ
 ଆତ୍ମୀୟମାନଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବାର ଆଶା କରାଯାଇପାରେ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିବ । ଧନଭାବସ୍ଥ ଶନି ପ୍ରଭାବରେ ପୈତୃକ ସମ୍ପତିକୁ କେନ୍ଦ୍ରକରି ଭ୍ରାତୃ ସମ୍ପର୍କରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ । ଆର୍ଥିକ ଦିଗରୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।
ମକର
ମକର
ଶାରୀରିକ ଅସୁସ୍ଥତା ଦୂରହେବା ସହ ବନ୍ଧୁମିଳନରୁ ଖୁସୀ ହେବେ । ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ଅଦଳବଦଳ ହୋଇଯାଇପାରେ । ଶୁକ୍ରଙ୍କ ଶୁଭ ସଂସ୍ଥିତିରୁ ଆନୁଷ୍ଠାନିକ କାମରୁ ଖୁସି ରହିବେ ଏବଂ ପ୍ରଶଂସିତ ମଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇପାରନ୍ତି।
କୁମ୍ଭ
କୁମ୍ଭ
ରବି ନିଜ ରାଶିରେ ରହି ସପ୍ତମଭାବକୁ ଅବଲୋକନ କରୁଥିବାରୁ ଦୈହିକ ସୁସ୍ଥତା ଓ ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭ କରିବେ । ଯାତ୍ରା ଫଳପ୍ରଦ ହେବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । କିନ୍ତୁ ସମସ୍ୟା ବୃଦ୍ଧି କାରଣରୁ ପାରିବାରିକ ଭାବପ୍ରବଣତା ଆପଣଙ୍କୁ କେତେମାତ୍ରାରେ ବିବ୍ରତ କରିପାରେ ।
ମୀନମୀନ
ଧନସ୍ଥାନରେ ଶୁକ୍ର ରହିଥିବାରୁ ଆଜି ଦିନଟିରେ ଅର୍ଥ ଓ ସମ୍ମାନ ପାଇବାରେ ନିଜ ଲୋକମାନଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ପରିଜନଙ୍କ ସହ ଦୂରଯାତ୍ରାର ସୁଯୋଗ ପାଇବେ । ଅଫିସ୍‌ କାମରେ ବ୍ୟସ୍ତ ରହିପାରନ୍ତି । ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ ତଥା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri