ଭୁବନେଶ୍ୱର,୨୬।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଆଗତ କରାଯାଇଥିବା ବଜେଟ ଉପରେ ମଙ୍ଗଳବାର ଆଲୋଚନା ହୋଇଛି। ସୋମବାର ବିରୋଧୀ ଦଳଗୁଡ଼ିକର ହଟ୍ଟଗୋଳ ଯୋଗୁ ଆଲୋଚନା ସମ୍ଭବ ହୋଇପାରି ନ ଥିଲା। ମଙ୍ଗଳବାର ଆଲୋଚନା ଅସମାପ୍ତ ରହିଛି, ବୁଧବାର ପୁନର୍ବାର ଏହା ଜାରି ରହିବ ବୋଲି ଜଣାପଡ଼ିଛି।
ଦ୍ୱିତୀୟାର୍ଦ୍ଧରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବଜେଟ ଆଲୋଚନା ଆରମ୍ଭ କରିଥିଲେ। ବିଷ୍ଣୁ କହିଥିଲେ ଯେ, ଗ୍ରାମୀଣ ଅର୍ଥନୀତିକୁ ବଜେଟରେ ଗୁରୁତ୍ୱ ଦିଆଯାଇନାହିଁ। ଏବେ ବି ମାଛ ପାଇଁ ଆନ୍ଧ୍ର, ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି। ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ କେନ୍ଦ୍ର ଅବହେଳାର ସ୍ଳୋଗାନ ଦିଆଯାଉଛି। କେନ୍ଦ୍ର ପକ୍ଷରୁ ରାଜ୍ୟକୁ ୨୦୧୫-୧୬ରେ ୩୬,୬୦୦ କୋଟି ଟଙ୍କା, ୨୦୧୬-୧୭ରେ ୪୩,୪୧୩.୦୮ କୋଟି, ୨୦୧୭-୧୮ରେ ୪୮.୮୯୨ କୋଟି, ୨୦୧୮-୧୯ରେ ୫୪,୯୫୧ କୋଟି, ୨୦୧୯-୨୦ରେ ୬୩, ୭୩୫ କୋଟି ଏବଂ ଚଳିତ ଆର୍ଥିକ ବର୍ଷରେ ୬୮,୩୦୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ରାଜ୍ୟର ନିଜସ୍ବ ଆୟ ୫୬ ହଜାର କୋଟି ଟଙ୍କା ରହିଛି। ଅପରପକ୍ଷରେ ରାଜ୍ୟ ପକ୍ଷରୁ ଦରମା ଏବଂ ପେନସନ୍ ବାବଦକୁ କେବଳ ୬୮ ହଜାର କୋଟି ଟଙ୍କା ଆବଶ୍ୟକ। ତେଣୁ ସରକାରଙ୍କ ଦ୍ୱାରା ଆଗତ କରାଯାଇଥିବା ଶିଶୁ, ପୋଷଣ ଏବଂ ଜଳବାୟୁ ବଜେଟ ଦ୍ୱାରା କେବଳ ଗୋଲାପୀ ଚିତ୍ର ଅଙ୍କାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନିଜ ନାମରେ କରିବା ପାଇଁ ବାରମ୍ବାର ତା’ର ମୋଡାଲିଟିରେ ପରିବର୍ତ୍ତନ କରାଯାଉଥିବା ବିଷ୍ଣୁ ଅଭିଯୋଗ କରିଥିଲେ। ଏହା ପରେ ଶାସକ ଦଳ ପକ୍ଷରୁ ଅମର ଶତପଥୀ ବଜେଟ ଉପରେ ଆଲୋଚନା କରିଥିଲେ। ଅମର କହିଥିଲେ ଯେ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଆଜି ମଡେଲ ରାଜ୍ୟ। ବିଏସ୍କେୱାଇ, ଜାଗା ମିଶନ ପରି ଲୋକ କଲ୍ୟାଣକାରୀ ଯୋଜନା ସୁଦୂରପ୍ରସାରୀ ହୋଇପାରିଛି। ଚଳିତ ଥର ଆଗତ ହୋଇଥିବା ବଜେଟରେ ୫-ପି’କୁ ପ୍ରାଧାନ୍ୟ ଦିଆଯାଇଛି। ଏହା ହେଉଛି ପେପରଲେସ୍, ପାଟିସିପେକ୍ଟୋରି, ପିପୁଲ ଓରିଏଣ୍ଟେଡ୍, ପ୍ରସ୍ପେକ୍ଟଟିଭ୍ ଏବଂ ପ୍ରମିସିଭ୍। ଓଡ଼ିଶା କେନ୍ଦ୍ର ସରକାରଙ୍କଠାରୁ ଯେଉଁ ହାରରେ ଅନୁଦାନ ପାଇବା କଥା, ତାହା ହ୍ରାସ ପାଇବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ୩୨୮୬ କୋଟି ଟଙ୍କା ହରାଇବାକୁ ଯାଉଛି। କେନ୍ଦ୍ର ସରକାର କୋଇଲା ରୟାଲଟି ସଂଶୋଧନ କରୁନାହାନ୍ତି। ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକ ପାଣ୍ଠି କେନ୍ଦ୍ର ଯୋଗାଇ ଦେଉ ନ ଥିବା ଅମର କହିଥିଲେ। ଏହା ପରେ ବିଧାୟକ ରମେଶ ବେହେରା ମଧ୍ୟ ବଜେଟ ସର୍ବାଙ୍ଗୀନ ବିକାଶର ଆଧାର ହେବ ବୋଲି କହିଥିଲେ।
ସେହିଭଳି କଂଗ୍ରେସ ନେତା ସୁରେଶ ରାଉତରାୟ କହିଥିଲେ ଯେ, କ୍ୟାପିଟାଲ ହସ୍ପିଟାଲକୁ ମେଡିକାଲ କଲେଜ କରାଯାଉ। ଫନୀ କ୍ଷତିଗ୍ରସ୍ତଙ୍କ ପୂର୍ଣ୍ଣାଙ୍ଗ ତାଲିକା ନାହିଁ, ସେମାନଙ୍କ ପାଖରେ ଠିକ୍ ସମୟରେ ସହାୟତା ପହଞ୍ଚତ୍ ନାହିଁ। ଶିଳ୍ପପତିଙ୍କ ଉପରେ ଥିବା ଜଳ ଏବଂ ବିଦ୍ୟୁତ୍ କର ଆଦାୟ କରାଯାଉ। ସବୁ ପ୍ରକାର ଠିକା ନିଯୁକ୍ତି ବ୍ୟବସ୍ଥା ବନ୍ଦ କରାଯାଉ। ଜିଲାସ୍ତରରେ ଆର୍ଆଇ କାର୍ଯ୍ୟାଳୟରୁ ଆରମ୍ଭ କରି ଜିଲାପାଳ ଅଫିସରେ ପଦବୀ ପୂରଣ କରାଯାଉ। କେନ୍ଦ୍ର ସରକାର ରାଜ୍ୟର ପ୍ରାୟ ୪୪,୦୦୦ କୋଟି ଟଙ୍କା ବାକି ରଖିଛନ୍ତି। ସେ ସବୁ କିପରି ମିଳିପାରିବ, ତାହାର ବ୍ୟବସ୍ଥା କରାଯାଉ। ରାଜଧାନୀରେ ୧୦,୦୦୦ ଲୋକ ଏକାଠି ବସିବା ଭଳି ଅଡିଟୋରିୟମ ନିର୍ମାଣ କରାଯାଉ। ସବ୍ଇନିସ୍ପେକ୍ଟର ପଦବୀ ପୂରଣ ସହ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା ହେଉ। ବିଧାୟକମାନେ ନିଜ ନିଜ ଅଞ୍ଚଳରେ ମିନି ଷ୍ଟାଡିୟମ୍ କରି କ୍ରୀଡ଼ାର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରନ୍ତୁ ବୋଲି ସୁରେଶ କହିଥିଲେ। ଏହା ପରେ ସୁବାସ ବେହେରା, ବିଷ୍ଣୁବ୍ରତ ରାଉତରାୟ, ରାଜକିଶୋର ଦାସ ପ୍ରମୁଖ ବିଜେଡି ପକ୍ଷରୁ ବକ୍ତବ୍ୟ ରଖି ବଜେଟକୁ ବିଭିନ୍ନ ଦିଗରୁ ପ୍ରଶଂସା କରିଥିଲେ। ଅପରପକ୍ଷରେ ଭାଜପା ବିଧାୟକ ମୁକେଶ ମହାଲିଙ୍ଗ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ମୁକେଶ କହିଥିଲେ ଯେ, ସରକାର ଯେଉଁ ଯୋଜନା କରୁଛନ୍ତି, ସେଥିରେ ଦାରିଦ୍ର୍ୟ କମିବ ନାହିଁ। ତାହା ବଳବତ୍ତର ରହିବ ଏବଂ ତାହା ଭୋଟ ବ୍ୟାଙ୍କ୍ ଭାବେ ବ୍ୟବହୃତ ହେବ। ଆୟୁର୍ବେଦ, ହୋମିଓପାଥି ବ୍ୟବସ୍ଥାକୁ ଉପଯୁକ୍ତ ଧ୍ୟାନ ଦିଆଯାଉ ବୋଲି ମୁକେଶ କହିଥିଲେ। ବଜେଟ୍ ଆଲୋଚନା ବ୍ୟତୀତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅନ୍ୟ ଏକ ପ୍ରସଙ୍ଗ ଗୃହର ଦୃଷ୍ଟିକୁ ଆଣିଥିଲେ। ଓଡ଼ିଶା ପ୍ରଶାସନିକ ସେବା ପାଇଁ ହେଉଥିବା ପରୀକ୍ଷା ସମୟରେ ସର୍ବଭାରତୀୟ ସେବା ପରୀକ୍ଷା ରହୁଥିବାରୁ ଏହାର ତାରିଖ ପରିବର୍ତ୍ତନ ପାଇଁ ପ୍ରଦୀପ୍ତ କହିଥିଲେ।
Posted inଆମ ଜିଲା ଖବର, ମେଟ୍ରୋ, ରାଜ୍ୟ View All
ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର
ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...
ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ
ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...
ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…
ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...
ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ
ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...
‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’
ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...
କିସ୍ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…
ଭୁବନେଶ୍ୱର,୧୭ା୧୨: କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ...
୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ
ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...
ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି
ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...
Archives


