ବରମୁଣ୍ଡାରୁ ଅଧକୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୨୫ା୨(ବ୍ୟୁରେ।): ଓଡ଼ିଶା ପାଲଟିଛି ବ୍ରାଉନସୁଗାର କାରବାରର ଗନ୍ତାଘର। ଯେତେ ଜବତ ହେଉଛି, ସେତେ ବାହାରୁଛି। ବିଶେଷକରି ବାଂଲାଦେଶ ଓ କଲିକତାରୁ ଓଡ଼ିଶା ଆସୁଥିବା ଏହି ବ୍ରାଉନସୁଗାରର ବଡ଼ ବଜାର ପାଲଟିଛି ରାଜଧାନୀ ଭୁବନେଶ୍ୱର। ଇତିମଧ୍ୟରେ ବହୁ ହୋଲ୍‌ସେଲର, ଡିଲରଙ୍କଠାରୁ ଆରମ୍ଭ କରି ଏଜେଣ୍ଟ, ଦଲାଲ ଓ ଖୁଚୁରା ବେପାରୀ ଭୁବନେଶ୍ୱରକୁ ଆସି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏବଂ କମିଶନରେଟ ପୋଲିସ ହାତରେ ଧରାପଡିଥିଲେ ମଧ୍ୟ ଏହି ବେଆଇନ ବେପାର ବନ୍ଦ ହେବାର ନାଁ ଧରୁନି। ସୋମବାର ଏସ୍‌ଟିଏଫ୍‌ ବରମୁଣ୍ଡାରୁ ୬ ପ୍ୟାକେଟରେ ଥିବା ୪୦୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ବଜାର ମୂଲ୍ୟ ପ୍ରାୟ ଅଧକୋଟି ହେବ। ତେବେ ଏହାକୁ ଚୋରା ଚାଲାଣ କରୁଥିବା ବାଲେଶ୍ୱରର ଦୁଇଜଣ ବ୍ରାଉନସୁଗାର ଡିଲରଙ୍କୁ ମଧ୍ୟ ଏସ୍‌ଟିଏଫ୍‌ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ଜିଲା ସହଦେବଖୁଣ୍ଡା ଗଳାପୋଲ ଅଞ୍ଚଳର ସେକ୍‌ ସାରୁକ୍‌ ଓ ସୁନହଟ ଅଞ୍ଚଳର ସଞ୍ଜୀବ କୁମାର ଦେହୁରୀ। ଦଫା ୨୧(ସି)୨୯ ଏନ୍‌ଡିପିଏସ୍‌ରେ ମାମଲା (ନଂ.୧୪/୨୦) ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଟିଏଫ୍‌ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୋମବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

କିଭଳି ଥିଲା ଏସ୍‌ଟିଏଫ୍‌ ଅପରେଶନ
କିଛି ମାସ ହେବ ବ୍ରାଉନସୁଗାର କାରବାର ଉପରେ ପୂରା ନଜର ରଖିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ସୁରାକ ପାଇବାମାତ୍ରେ ଯୋଜନା କରି ଧରୁଛି। ଇତିମଧ୍ୟରେ ବହୁ ଅନ୍ତର୍ଜାତୀୟ ବ୍ରାଉନ୍‌ସୁଗାର ମାଫିଆ, ହୋଲ୍‌ସେଲରଙ୍କଠାରୁ ଛୋଟ ବେପାରୀ ଏସ୍‌ଟିଏଫ୍‌ ଜାଲରେ ଫସିଛନ୍ତି। ସେମାନଙ୍କୁ ପଚରାଉଚରା କରି ଅନ୍ୟମାନଙ୍କୁ ଖୋଜି ବାହାର କରୁଛି। ରବିବାର ଗିରଫ ସାରୁକ୍‌ ଓ ସଞ୍ଜୀବଙ୍କ ସମ୍ପର୍କରେ ଏସ୍‌ଟିଏଫ୍‌କୁ ପୂର୍ବରୁ ସୂଚନା ମିଳିଥିଲା। ସେମାନେ ହେଉଛନ୍ତି କୋଲକାତା, ଖଡ଼ଗପୁର, ମୁର୍ସିଦାବାଦ ଓ ଓଡ଼ିଶାର ଜଳେଶ୍ୱରରେ ଥିବା ହୋଲ୍‌ସେଲରଙ୍କଠାରୁ ବ୍ରାଉନସୁଗାର ଆଣି ଡିଲରଶିପ୍‌ କରନ୍ତି। ସେମାନଙ୍କ ପାଖରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ସବ୍‌ଡିଲର ଓ ଏଜେଣ୍ଟମାନେ ବ୍ରାଉନସୁଗାର ଆଣି ଖୁଚୁରା ବେପାରୀଙ୍କୁ ଦେଇଥାନ୍ତି। କିନ୍ତୁ କିଛିଦିନ ହେବ ଏସ୍‌ଟିଏଫ୍‌ ଓ ପୋଲିସର ଧରାପଗଡ଼ ଚାଲିଥିବାରୁ ବିଶେଷକରି ସବ୍‌ଡିଲର ଓ ଏଜେଣ୍ଟମାନେ ସେମାନଙ୍କ ନିକଟକୁ ଯିବାକୁ ଭୟ କରୁଛନ୍ତି। ତେଣୁ ସେମାନେ ନିଜେ ବସ୍‌, ବାଇକ୍‌ ଓ ଟ୍ରେନ୍‌ରେ ଆସି ବ୍ରାଉନସୁଗାର ପହଞ୍ଚାଉଛନ୍ତି। ସାରୁକ୍‌ ଓ ସଞ୍ଜୀବ କୋଲକାତାର ଜଣେ ହୋଲ୍‌ସେଲରଙ୍କଠାରୁ ବ୍ରାଉନସୁଗାର ଆଣି ବସ୍‌ରେ ଭୁବନେଶ୍ୱର ଆସୁଥିବା ନେଇ ସୂଚନା ପାଇବା ପରେ ଏସ୍‌ଟିଏଫ୍‌ ଟିମ୍‌ ବରମୁଣ୍ଡା ସମେତ ଆଉ କେତେକ ସ୍ଥାନରେ ଜଗି ରହିଥିଲା। ସେମାନେ ବସ୍‌ଷ୍ଟାଣ୍ଡରେ ପହଞ୍ଚତ୍ ବାହାରକୁ ଆସି ପେଟ୍ରୋଲପମ୍ପ୍‌ ନିକଟରେ ବେପାରୀଙ୍କୁ ଅପେକ୍ଷା କରିଥିବାବେଳେ ଏସ୍‌ଟିଏଫ୍‌ ଅଧିକାରୀମାନେ ଘେରିଯାଇ କାବୁ କରିନେଇଥିଲେ। ଯାଞ୍ଚ କରିବାରୁ ସେମାନଙ୍କ ପକେଟରୁ ୭ ବ୍ରାଉନସୁଗାର ପ୍ୟାକେଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri