Posted inଜାତୀୟ

ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ

ଭୋପାଳ,୧୬ା୨(ପି.ଟି.): ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ ସ୍ପଷ୍ଟ ହୋଇଛି। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ମଧ୍ୟରେ ରହିଥିବା ବିରୋଧଭାସ ପୁଣିଥରେ ସାମନାକୁ ଆସିଛି। କମଳନାଥଙ୍କ ନେତୃତ୍ୱକୁ ନେଇ ସିନ୍ଧିଆ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିର୍ବାଚନ ବେଳେ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରାଯାଉ ନ ଥିବାରୁ ସେ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି। ସିନ୍ଧିଆଙ୍କ ଏହି ଚେତାବନୀର ଦିନକ ପରେ କମଳନାଥ ଏହାର ଜବାବ ରଖିଛନ୍ତି। ସେ କହିଛନ୍ତି, ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ୫ ବର୍ଷ ପାଇଁ, ତାହା ୫ ମାସ ପାଇଁ ନୁହେଁ। ଯଦି ସରକାର ପ୍ରତିଶ୍ରୁତି ରଖିବାରେ ବିଫଳ ହୋଇଛନ୍ତି, ତେବେ ସିନ୍ଧିଆ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାନ୍ତୁ ବୋଲି କମଳନାଥ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କୁ ରାସ୍ତାକୁ ଓହ୍ଲାଇବାକୁ କିଏ ମନା କରୁଛି କି ବୋଲି କମଳନାଥ କହିଛନ୍ତି।
ଦୁଇ କଂଗ୍ରେସ ନେତାଙ୍କ ମଧ୍ୟରେ ଏଭଳି କାଦୁଅଫିଙ୍ଗାକୁ ନେଇ ରାଜନୈତିକ ନେତାଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେକ ସିନ୍ଧିଆଙ୍କୁ ସମର୍ଥନ କରିଥିବାବେଳେ ଦଳ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ବନ୍ଦ ହେବା ଆବଶ୍ୟକ ବୋଲି ଅନ୍ୟମାନେ ମତ ଦେଇଛନ୍ତି। ନିର୍ବାଚନ ଜିତି କ୍ଷମତାକୁ ଆସିଲେ କଂଗ୍ରେସ କୃଷିଋଣ ଛାଡ଼ କରିବା ସହ ଅତିଥି ଶିକ୍ଷକମାନଙ୍କୁ ସ୍ଥାୟୀ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଏଥିସହିତ ନିର୍ବାଚନୀ ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା, ଯାହା ପାଳନ ହେବା ଆବଶ୍ୟକ। ଜଣେ ବରିଷ୍ଠ ନେତା ଭାବରେ ସିନ୍ଧିଆ ଏଥିପାଇଁ ଚିନ୍ତାପ୍ରକଟ କରିବା ସ୍ବାଭାବିକ ବୋଲି ଦଳର ଅନ୍ୟତମ ନେତା କେଟିଏସ୍‌ ତୁଲ୍‌ସି କହିଛନ୍ତି। ଅନ୍ୟପକ୍ଷରେ ଭାଜପା ନେତା ଜି.ଭି.ଏଲ୍‌ ନରସିଂହ ରାଓ କହିଛନ୍ତି, ମଧ୍ୟପ୍ରଦେଶର କମଳନାଥ ସରକାର ନିର୍ବାଚନୀ ପ୍ରତିଶ୍ରୁତି ପାଳନ ନ କରି ଜନସାଧାରଣଙ୍କୁ ପ୍ରତାରିତ କରିଛନ୍ତି। ସିନ୍ଧିଆଙ୍କ ଆନ୍ଦୋଳନ ନିଷ୍ପତ୍ତି ସରକାରଙ୍କ ପାଇଁ ଏକ ଚେତାବନୀ ବୋଲି ସେ କହିଛନ୍ତି। ସିନ୍ଧିଆଙ୍କୁ ରାଜ୍ୟ କଂଗ୍ରେସ ସଭାପତି କରାଯାଇ ନାହିଁ କିମ୍ବା ମୁଖ୍ୟମନ୍ତ୍ରୀ କରାଗଲା ନାହିଁ। ତେଣୁ ଦଳ ଭିତରେ କ୍ଷମତାକୁ ନେଇ କନ୍ଦଳ ଜାରି ରହିଥିବା ଭାଜପା ନେତା ଗଣେଶ ସିଂ କହିଛନ୍ତି। ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନକୁ ନେଇ ସିନ୍ଧିଆ ଦଳର କେନ୍ଦ୍ରୀୟ ନେତୃତ୍ୱକୁ ସମାଲୋଚନା କରିଥିଲେ।
ଶୁକ୍ରବାର ଟିକମଗଡ଼ ଜିଲାର କୁଡିଲା ଗ୍ରାମରେ ଏକ ସଭାକୁ ଉଦ୍‌ବୋଧନ ଦେଇ ସେ ଅତିଥି ଶିକ୍ଷକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଲଢ଼େଇ କରିବେ ବୋଲି କହିଥିଲେ। ଏଥିସହିତ ଫସଲ କ୍ଷୟକ୍ଷତି ସର୍ଭେ ଓ କୃଷିଋଣ ଛାଡ଼ ପ୍ରତିଶ୍ରୁତି ପୂରଣ ହୋଇ ନ ଥିବାରୁ ସେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଆବଶ୍ୟକ ପଡିଲେ ସେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ। ସୂଚନାଯୋଗ୍ୟ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢ଼ିବା ଦିନଠାରୁ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ମତପାର୍ଥକ୍ୟ ଜାରି ରହିଛି। ସିନ୍ଧିଆ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ। ପରେ ତାଙ୍କୁ ରାଜ୍ୟ କଂଗ୍ରେସ ସଭାପତି କରିବା ପାଇଁ ଦାବି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri