ଘରେ ବସି ଟିକସ ଦେଇପାରିବେ ଘର ମାଲିକ

ଭୁବନେଶ୍ୱର,୨୧। ୧(ବ୍ୟୁରୋ): ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ସେମାନଙ୍କର ସମ୍ପତ୍ତି (ହୋଲ୍‌ଡିଂ) ଟିକସ ଦେବାକୁ ଏନ୍‌ଏସି, ମ୍ୟୁନିସିପାଲିଟି କିମ୍ବା ମହାନଗର ନିଗମ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ। ଘରେ ବସି ଅନ୍‌ଲାଇନ ଜରିଆରେ ଟିକସ ପଇଠ କରିପାରିବେ। ରାଜ୍ୟର ୧୧୪ ସହରାଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ସୋମବାର ଲୋକସେବା ଭବନର କନ୍‌ଭେନ୍‌ଶନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପତ୍ତି ଟିକସ ମଡ୍ୟୁଲ ଏବଂ ମ୍ୟୁନିସିପାଲ ପ୍ରିମିୟର ଲିଗ୍‌(ଏମ୍‌ପିଏଲ୍‌)ର ଶୁଭାରମ୍ଭ କରିଛନ୍ତି।
ଏହି ଅନ୍‌ଲାଇନ ଟିକସ ପଇଠ ବ୍ୟବସ୍ଥା ଦ୍ୱାରା ୧୧୪ ସହରାଞ୍ଚଳର ପ୍ରାୟ ୭୦ ଲକ୍ଷ ଟିକସଦାତା କୌଣସି କାର୍ଯ୍ୟାଳୟକୁ ନ ଯାଇ ଟିକସ ପଇଠ କରିପାରିବେ। ୧୧୩ ସହରାଞ୍ଚଳର ହୋଲ୍‌ଡିଂ ଟିକସଦାତା ନିଜର ସ୍ମାର୍ଟଫୋନ କିମ୍ବା କମ୍ପ୍ୟୁଟର ଜରିଆରେ ଓ୍ବେବସାଇଟ www.ulbodisha.gov.in ଏବଂ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଟିକସଦାତା https://citizenservices.bhubaneswar.me ମାଧ୍ୟମରେ ଟିକସ ପଇଠ କରିପାରିବେ। ଟିକସ ପଇଠ ହେବା ପରେ ତୁରନ୍ତ ଟିକସଦାତାଙ୍କୁ ମେଲ/ମେସେଜ ଜରିଆରେ ରସିଦ ମିଳିଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ସହରାଞ୍ଚଳର ଟିକସ ଅଦାୟ ଅଫିସରମାନେ ଏମ୍‌ପିଏଲରେ ସାମିଲ ହେବେ। ଅଧିକ ଟିକସ ଆଦାୟ କରିଥିବା ୫ଜଣ ଅଧିକାରୀଙ୍କୁ ପ୍ରତିବର୍ଷ ପୁରସ୍କୃତ କରାଯିବ। ଟିକସ ଆଦାୟ ଦକ୍ଷତା, ବକେୟା ଆଦାୟ, ନୂତନ ଗୃହଗୁଡିକୁ ଟିକସ ପରିସରଭୁକ୍ତ କରିବା, ପୁନଃ ଟିକସ ନିର୍ଦ୍ଧାରଣ କରିବା, ଟିକସ ଆଦାୟରେ ବୈଷୟିକ ବ୍ୟବସ୍ଥାକୁ ଗ୍ରହଣ କରିବା ଆଦି ବିଷୟକୁ ଆଧାର କରି ଅଧିକାରୀମାନଙ୍କୁ ପୁରସ୍କୃତ କରାଯିବ। ଏହାଛଡା ପ୍ରତ୍ୟେକ ସହରାଞ୍ଚଳର ୩ଜଣ ଟିକସ ଆଦାୟ ଅଧିକାରୀ କିମ୍ବା ସର୍ବାଧିକ ଟିକସ ଆଦାୟ କରିଥିବା ୧୦ ପ୍ରତିଶତ ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରାଯିବାକୁ ବ୍ୟବସ୍ଥା ହୋଇଛି। ଅଧିକ ଟିକସ ଆଦାୟ କରିଥିବା ପୌରସଂସ୍ଥାକୁ ପୁରସ୍କୃତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୯ଟି ପୌରସଂସ୍ଥାରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ସେଗୁଡିକ ହେଲା ୫ଟି ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଏବଂ ୪ଟି ମ୍ୟୁନିସିପାଲିଟି ପୁରୀ, ବାଲେଶ୍ୱର, ଭଦ୍ରକ ଏବଂ ବାରିପଦା। ଯେଉଁ ପୌରସଂସ୍ଥା ଅଧିକ ସମ୍ବଳ ସଂଗ୍ରହ କରିବେ ତାହା ନଗର ଉନ୍ନୟନ ବିଭାଗ ଦ୍ୱାରା ପୁରସ୍କୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି।
କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂତନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୫-ଟି ଟାର୍ଗେଟ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଲୋକଙ୍କ ଦୁଆରେ ସରକାରୀ ସେବା ପହଞ୍ଚାଇବା ହେଉଛି ମୋ ସରକାର ପ୍ରଥମ ଲକ୍ଷ୍ୟ ।
ସହରାଞ୍ଚଳଗୁଡିକରେ ଏମ୍‌ପିଏଲ ପ୍ରତିଯୋଗିତା ଫେବୃୟାରୀ ୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ଯାଏ ଚାଲିବ। ଏହାକୁ ତଦାରଖ କରିବାକୁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ନିର୍ଦ୍ଦେଶକ (ପୌର ପ୍ରଶାସନ) ସଂଗ୍ରାମଜିତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ୧୮ ଜଣିଆ ଆୟୋଜକ କମିଟି ଗଠନ କରାଯାଇଛି। ଏହି କମିଟି ପୌର ସଂସ୍ଥାଗୁଡିକର ରାଜସ୍ବ ଆଦାୟକୁ ତଦାରଖ କରିବା ସହ ଉତ୍ତମ ପ୍ରଦର୍ଶନ କରୁଥିବା ପୌର ସଂସ୍ଥା ଓ ଏହାର ଅଧିକାରୀମାନଙ୍କର ନାମକୁ ପୁରସ୍କାର ପାଇଁ ସୁପାରିସ କରିବ। ୯ଟି ପୌରସଂସ୍ଥା ପାଇଁ ଏମ୍‌ପିଏଲ୍‌ ସିଟି ପ୍ରବନ୍ଧକ ନିଯୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ପାଇଁ ଶ୍ରୀମନ୍ତ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ କଟକ ପାଇଁ ଲତା ଶର୍ମା, ବ୍ରହ୍ମପୁର ନିମନ୍ତେ ବାସୁଦେବ ପାଣିଗ୍ରାହୀ, ସମ୍ବଲପୁର ପାଇଁ ଅଞ୍ଚଲିନା ପ୍ରଧାନ, ରାଉରକେଲା ପାଇଁ ପ୍ରଣବ କିଶୋର ଦାଶ, ପୁରୀ ପାଇଁ ସରୋଜ ସ୍ବାଇଁ, ବାଲେଶ୍ୱର ନିମନ୍ତେ ବ୍ରଜଗୋପାଳ ମହାପାତ୍ର, ବାରିପଦା ପାଇଁ ରମାକାନ୍ତ ବେହେରା ଏବଂ ଭଦ୍ରକ ନିମନ୍ତେ ଅରବିନ୍ଦ ନାୟକଙ୍କୁ ପ୍ରବନ୍ଧକ ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri