ଭାରତରେ ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା: ୧ ଲକ୍ଷରେ ୧୬.୫% ଯୁବଗୋଷ୍ଠୀ କରୁଛନ୍ତି ଆତ୍ମହତ୍ୟା

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଆତ୍ମହତ୍ୟା ଦୃଷ୍ଟିରୁ ଦକ୍ଷିଣ-ପୂର୍ବ ଏସିଆରେ ଭାରତର ସ୍ଥିତି ଅନ୍ୟ ଦେଶ ଅପେକ୍ଷା ବହୁ ଆଗରେ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ, ଦେଶରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୧୬.୫% ଯୁବଗୋଷ୍ଠୀ ଆତ୍ମହତ୍ୟା କରୁଛନ୍ତି। ଜାତୀୟ ଅପରାଧ ସଂରକ୍ଷଣ ବ୍ୟୁରୋ ରିପୋର୍ଟ ଅନୁସାରେ, ୧୫ରୁ ୨୯ ବର୍ଷ ବୟସର ଯୁବଗୋଷ୍ଠୀ ଆତ୍ମହତ୍ୟା ଭଳି ଏକ ସାମାଜିକ ଅପରାଧକୁ ଆପଣାଇ ନେଉଛନ୍ତି। ତେବେ ପ୍ରତି ଏକ ଘଣ୍ଟାରେ ଭାରତରେ ଜଣେ ଛାତ୍ର ଆତ୍ମହତ୍ୟା କରୁଥିବା ଏହି ରିପୋର୍ଟ ଦର୍ଶାଇଛି। ସୋସିଆଲ ମିଡିଆର ବହୁଳ ବ୍ୟବହାର, ଆର୍ଥିକ ବିଶୃଙ୍ଖଳା, ପରିବାର ମଧ୍ୟରେ ଅସମାନତା, ଶିକ୍ଷା କ୍ଷେତ୍ରରେ ମାନସିକ ଚାପ ପ୍ରଭୃତି ସମସ୍ୟା ଯୁବଗୋଷ୍ଠୀଙ୍କ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ପଛର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ତେବେ ଓଡ଼ିଶାରେ ମଧ୍ୟ ଏହି ଧାରା ବଢ଼ିବାରେ ଲାଗିଛି, ଯାହାକି ଅତ୍ୟନ୍ତ ଚିିନ୍ତାର ବିଷୟ। ସାମାଜିକ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ଆତ୍ମହତ୍ୟା ଭଳି ଏକ ପ୍ରବୃତ୍ତିର କାରଣ ଓ ନିରାକରଣ ଦିଗରେ ପିପୁଲ୍ସ ଫୋରମ୍‌ ପକ୍ଷରୁ ପ୍ରଚେଷ୍ଟା କରାଯାଇଛି। ଶୁକ୍ରବାର ଏନେଇ ସ୍ଥାନୀୟ ହୋଟେଲରେ ଏକ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେଭେନ୍‌ସା, କିଟ୍‌, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ତଥା ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ଉକ୍ତ ପ୍ରସଙ୍ଗରେ ସେମାନଙ୍କର ଲିଖିତ ମତାମତ ପ୍ରଦାନ କରିଥିଲେ। ଆଲୋଚନାଚକ୍ରରେ ଭୁବନେଶ୍ୱର ଏମ୍‌ସର ନିର୍ଦ୍ଦେଶିକା ଗୀତାଞ୍ଜଳି ବାଟ୍‌ବାନବେନ୍‌, ଡିଏଲ୍‌ସିଏ ସମ୍ପାଦକ ମାନସ ରଞ୍ଜନ ରାୟ, ଏନ୍‌ସିଡିଏସ୍‌ ନିର୍ଦ୍ଦେଶକ ପ୍ରଫେସର ସଞ୍ଜିତ ମିଶ୍ର, ପୋଲିସେ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ବିଶିଷ୍ଟ ହେତୁବାଦୀ ପ୍ରତାପ ରଥ ପ୍ରମୁଖ ଯୋଗଦେଇ ଆତ୍ମହତ୍ୟା ପ୍ରବୃତ୍ତିକୁ ରୋକିବା ନିମନ୍ତେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନ ତରଫରୁ ଆଗକୁ ଏ ଦିଗରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବ୍ୟାପକ ସଚେତନତା କର୍ମଶାଳା ଓ ଆଲୋଚନାଚକ୍ରମାନ କରାଯାଇ ଏହାକୁ ଏକ ମିଶନରେ ପରିଣତ କରାଯିବ ବୋଲି ପିପୁଲ୍ସ ଫୋରମ୍‌ର ପ୍ରତିଷ୍ଠାତା ତଥା ସଭ୍ୟ ସମ୍ପାଦକ ଗୋବିନ୍ଦ ପଟ୍ଟନାୟକ କହିଛନ୍ତି। ଦିବ୍ୟଜ୍ୟୋତି ପଟ୍ଟନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri