Posted inRasifala

ରାଶିଫଳ: ଜାନୁଆରି ୬ ତାରିଖ ସୋମବାର – Daily Horoscope

ମେଷ
ଆଜି ଶୁକ୍ରଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଅର୍ଥ,ସମ୍ମାନ ପାଇବା ସହ ନୂତନ ବନ୍ଧୁସମ୍ପର୍କ ସୃଷ୍ଟି ହେବ। ସକାଳୁ ସକାଳୁ ଆଶା କରିଥିବା ଖବର ପାଇ ମନ ଖୁସୀ ହୋଇଯିବ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ,ସଭାସମିତି, ପରିବହନ ପ୍ରଭୃତି ପ୍ରତ୍ୟେକ କ୍ଷେତ୍ର୍ରରେ ଆଶାନୁରୂପ ସୁଫଳ ପାଇବେ । ନିଜ ଲୋକଙ୍କ ଅପେକ୍ଷା ପର ଲୋକଙ୍କ ସାହାଯ୍ୟ କାମକୁ ଆସିବ ।
ବୃଷ
ବୃଷ
ଶୁକ୍ର ଦ୍ୱାଦଶାଧିପ ମଙ୍ଗଳ ନକ୍ଷତ୍ରରେ ରହି ଆପଣଙ୍କୁ ଖର୍ଚ୍ଚାନ୍ତ କରାଇ କାମ ହାସଲ କରାଇବେ । ଯାହା କରନ୍ତ ନା କାହିଁକି ପ୍ରତ୍ୟେକ କାମରେ କିଛି ନା କିଛି ସମସ୍ୟା ଲାଗି ରହିବ । ତଥାପି ସଙ୍ଗକୁ ଶିକ୍ଷା, ପରୀକ୍ଷା, ସନ୍ତାନ ହେତୁକ ପ୍ରଶଂସାରେ ମାନସିକ ପରିତୃପ୍ତି ଲାଭ କରିବେ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ସମ୍ପର୍କୀୟ ବନ୍ଧୁ , ପାଖ ପଡୋଶୀଙ୍କ ସହ କଳହର ଆଶଙ୍କା ରହିଛି ।
ମିଥୁନ
ମିଥୁନ
ଆପଣଙ୍କ ରାଶିର ରାହୁ ସ୍ବନକ୍ଷତ୍ରସ୍ଥ ହେତୁ କଳେ ବଳେ କୌଶଳେ କାର୍ଯ୍ୟହାସଲ କରିପାରିବେ । କିନ୍ତୁ କର୍ମ ପରିସର ବୃଦ୍ଧି ପାଇବା କାରଣରୁ ସାମାନ୍ୟତମ ଅବସର ମଧ୍ୟ ପାଇବେ ନାହିଁ । ଅବଶ୍ୟ ଦୂର ଯାତ୍ରା, ଆନୁଷ୍ଠାନିକ କାମ, ନିର୍ମାଣ କାର୍ଯ୍ୟ,ବାଣିଜ୍ୟ ଓ ପରିବହନ ପ୍ରଭୃତିରେ ଅସୁବିଧା ହେବ ନାହିଁ। ପୂର୍ବରୁ ଲାଗିରହିଥିବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ଆପଣଙ୍କୁ ବ୍ୟାଙ୍କ, ସଞ୍ଚୟ ଜମା କିମ୍ବା କରଜ ମାଧ୍ୟମରେ ଅର୍ଥ ପ୍ରାପ୍ତି କରାଇବେ। କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସହଜ ସରଳ ଢଙ୍ଗରେ ମନ ବୁଝତ୍ଲା ଭଳି କଥା କହି କାମ ହାସଲ କରି ପାରିବେ। ପ୍ରଶାସନିକ କ୍ଷେତ୍ରରେ ବିତର୍କର ଆଶଙ୍କା ଜନିତ ମାନସିକ ଦ୍ୱନ୍ଦ୍ବର ଅବସାନ ଘଟିବ । ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ।
ସି˚ହ
ସି˚ହ
ରାଶ୍ୟାଧିପ ରବି ଶୁକ୍ରଙ୍କ ନକ୍ଷତ୍ରରେ ରହିଥିବାରୁ ବିଳାସବ୍ୟସନ ସମ୍ପର୍କିତ ଉପକରଣ କ୍ରୟ କରାଇ ପାରନ୍ତି। କର୍ମକ୍ଷେତ୍ରରେ ମନ ଅନୁଯାୟୀ କାମ ହାସଲ କରିବେ। ଆଜି ଯାହାକୁ ଯାହା କହିବେ ସେମାନେ ଆପଣଙ୍କ କଥାକୁ ଅସ୍ବୀକାର କରିବେ ନାହିଁ । ଯେଉଁ ଆଶଙ୍କାରେ ମନ ବିଚଳିତ ହୋଇ ରହିଛି ତାହା ଅପରାହ୍ନରେ ଦୂରୀଭୂତ ହୋଇଯିବ ।
କନ୍ୟା
ମିତ୍ର ଶୁକ୍ରଙ୍କ ନକ୍ଷତ୍ରସ୍ଥ ବୁଧ ପ୍ରଭାବରେ ବୌଦ୍ଧିକ ଅଭିବୃଦ୍ଧି, ବନ୍ଧୁମିଳନ, ସାମାଜିକ ସମ୍ମାନ ପାଇପାରିବେ। ବନ୍ଧୁଙ୍କ ସାହାଯ୍ୟକାରୀ ମନୋଭାବ, ପାରିବାରିକ ସହଯୋଗ, ପାଇବେ । କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ବରେ ପଡିପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ, ପ୍ରଶାସନ, ରାଜନୀତି, ଦୂର ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ମିଳିବ।
ତୁଳା
ତୁଳା
କର୍ମାଧିପତି ଚନ୍ଦ୍ର ଓ ରାଶ୍ୟାଧିପ ଶୁକ୍ର କେନ୍ଦ୍ରସ୍ଥ ଯୋଗୁ କାର୍ଯ୍ୟସିଦ୍ଧି, ସମସ୍ୟା ସମାଧାନ ଏବଂ ଆନୁଷ୍ଠାନିକ ସମ୍ମାନ ପାଇପାରନ୍ତି। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଟିର ଦୀର୍ଘ ନୀରବତା ମନରେ ଗଭୀର ଦୁଃଖ ଉଦ୍ରେକ କରିବ । ପ୍ରତ୍ୟେକ କ୍ଷେତ୍ରରେ ଟେନ୍ସନ ଲାଗି ରହିବା କାରଣରୁ ମନ ଭଲ ରହିବ ନପାରେ । ତଥାପି ବ୍ୟବସାୟିକ ସ୍ଥିତି ଉତ୍ତମ ରହିବ।
ବିଛା
ବିଛା
ରାଶ୍ୟାଧିପ ନିଜ ଗୃହରେ ରହିଥିଲେ ମଧ୍ୟ ଶନିଙ୍କ ନକ୍ଷତ୍ରସ୍ଥ ହୋଇ ଷଷ୍ଠସ୍ଥାନକୁ ଦେଖୁ ଥିବାରୁ ପୂର୍ବଶତ୍ରୁତାକୁ ନେଇ କଳହ ଘଟିପାରେ । କୌଣସି ଅପ୍ରାପ୍ୟ ଜିନିଷ ପ୍ରତି ଆଶା ବଳାଇ ମାନସିକ ଅସ୍ଥିରତା ସୃଷ୍ଟି ହେବ । ବାହ୍ୟ ଲୋକ ମାନଙ୍କ ସ୍ନେହ,ଶ୍ରଦ୍ଧା ଯେଉଁ ପରିମାଣରେ ବଢି ଚାଲିବ, ସେହି ଅନୁପାତରେ ନିଜ ଲୋକ ମାନଙ୍କ ନିକଟରେ ସେତିକି ରହିବ ନାହିଁ ।
ଧନୁ
ଧନୁ
ଶୁକ୍ରଙ୍କ ନକ୍ଷତ୍ରରେ ବୃହସ୍ପତି ଆପଣଙ୍କୁ ବନ୍ଧୁ ମାନଙ୍କ ମାଧ୍ୟମରେ ଉଚ୍ଚସମ୍ମାନ ପ୍ରଦାନ କରିବେ । ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ତାହାର କୈାଣସି ବିଶେଷ କୁପ୍ରଭାବର ଆଶଙ୍କା ରହିବ ନାହିଁ। କର୍ମକ୍ଷେତ୍ର, ସଭାସମିତି, ବନ୍ଧୁ ମିଳନରେ ତଥା ଆନୁଷ୍ଠାନିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର୍‌ କରିପାରିବେ।
ମକର
ମକର
ଆଜିର ଗ୍ରହସ୍ଥିତି ପ୍ରଭାବରେ ସ୍ବାସ୍ଥ୍ୟୋନ୍ନତି ଏବଂ ଆର୍ଥିକ ସ୍ଥିତି ସ୍ଥିର ରହିପାରେ। କର୍ମକ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ ନୂତନ ଦାୟିତ୍ୱ ହାତକୁ ନେଇ ପାର‘ । ଏକ ଭିନ୍ନ ପରିବେଶରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସାମାନ୍ୟ ବାଧାପ୍ରାପ୍ତ ହୋଇପାରେ ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ଦୂରେଇ ଯିବାର ଏକ ପ୍ରକାର ମାନସିକ ଅସ୍ଥିରତା ଦୂର ହୋଇଯିବ । ପ୍ରତ୍ୟେକ କାମରେ ବିଶୃଙ୍ଖଳା ଲାଗି ରହିପାରେ। ଆର୍ଥିକ ସ୍ଥିତି ପୂର୍ବପରି ଅକ୍ଷୁଣ୍ଣ ରହିବ ଏବଂ କୈାଣସି ମୂଲ୍ୟବାନ୍‌ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବାର ସୂଚନା ରହିଛି । କଚେରି ମାମଲା, ଜମିଜମା କିମ୍ବା ଗୃହସୀମା ବିବାଦ ଅମୀମାଂସିତ ରହିବ
ମୀନମୀନ
ଦ୍ୱିତୀୟସ୍ଥ ଚନ୍ଦ୍ର ପ୍ରଭାବରେ ଜଟିଳ ପରିସ୍ଥିତିରେ ସାମ୍ୟତା ଆଣିବାରେ ସମର୍ଥ ହେବେ । ତଥାପି ଭୁଲ୍‌ ବୁଝାମଣା ସକାଶରୁ ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟିର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଗୃହ କିମ୍ବା ରାସ୍ଥାଘାଟ ତଥା ଅନ୍ୟାନ୍ୟ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ। ଆର୍ଥିକ ସ୍ଥିତି ପ୍ରାୟତଃ ପୂର୍ବଭଳି ରହିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri