Posted inଖେଳ

ତୃତୀୟ ଟେଷ୍ଟ: ଲାବୁସେନଙ୍କ ଦ୍ୱିଶତକ ପରେ ନ୍ୟୁଜିଲାଣ୍ଡର ଭଲ ଆରମ୍ଭ

ସିଡନୀ,୪।୧(ଏଏଫ୍‌ପି):  ସ୍ଥାନୀୟ ସିଡନୀ କ୍ରକେଟ ଗ୍ରାଉଣ୍ଡରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନଙ୍କ ଦ୍ୱିଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ବିଶାଳ ସ୍କୋର ହାସଲ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୫୦.୧ ଓଭରରେ ୪୫୪ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ଶନିବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୨୯ ଓଭରରେ କୌଣସି ଉଇକେଟ ନ ହରାଇ ୬୩ ରନ ସଂଗ୍ରହ ସଂଗ୍ରହ କରି ଭଲ ଆରମ୍ଭ କରିଛି। ଫଳରେ ୧୦ ଉଇକେଟ ହାତରେ ରଖି ନ୍ୟୁଜିଲାଣ୍ଡ ୩୯୧ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ତଥା ଅଧିନାୟକ ଟମ୍‌ ଲଥାମ ୨୬ ଓ ଟମ୍‌ ବ୍ଲଣ୍ଡେଲ ୩୪ ରନକରି ଅପରାଜିତ ରହିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୮୩/୩ରୁ ଖେଳ ଆରମ୍ଭ କରି ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନ ଚା’ ପାନ ବିରତି ପୂର୍ବରୁ ଅଲଆଉଟ୍‌ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଲାବୁସେନ ୧୩୦ରୁ ଖେଳ ଆରମ୍ଭ କରି ୨୧୫ ରନର ଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେ ଲେଗ୍‌ ସ୍ପିନର ଟୋଡ ଆସଲେଙ୍କ ବଲ୍‌ରେ କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଦ୍ୱିତୀୟ ଦିବସରେ ଲାବୁସେନ ହିରୋ ସାବ୍ୟସ୍ତ ହୋଇଥିଲେ। ୫୧୬ ମିନିଟ କ୍ରିଜ୍‌ରେ ରହି ୩୬୩ଟି ବଲ୍‌ ଖେଳି ସେ ୧୯ ଚୌକା ଓ ଗୋଟିଏ ଛକା ସହ ଏହି ଦ୍ୱିଶତକୀୟ ପାଳି ଖେଳିଥିଲେ। ଟେଷ୍ଟରେ ଏହା ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ସାବ୍ୟସ୍ତ ହୋଇଛି। ପୂର୍ବରୁ ଗତ ନଭେମ୍ବରରେ ସେ ପାକିସ୍ତାନ ବିପକ୍ଷ ବ୍ରିସ୍‌ବେନ ଟେଷ୍ଟରେ ସର୍ବାଧିକ ୧୮୫ ରନର ଶତକୀୟ ପାଳି ଖେଳିଥିଲେ। ଏଥିସହିତ ଲବୁସେନ ୫ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସମରରେ ୮୩୭ ରନ କରି ପୂର୍ବତନ ଖେଳାଳି ନିଲ ହାର୍ଭେରୀଙ୍କୁ ପଛରେ ପକାଇଛନ୍ତି। ଗତ ବର୍ଷ ସେ ୧, ୧୦୪ ରନ ସଂଗ୍ରହ କରି ଟେଷ୍ଟରେ ସର୍ବାଧିକ ରନ୍‌ ସଂଗ୍ରହକାରି ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି। ସେହିପରି ୨୨ରୁ ଖେଳ ଆରମ୍ଭ କରି ମାଥ୍ୟୁ ଓ୍ବେଡ୍‌ ଆଉ ଅଧିକ ରନ ସଂଗ୍ରହ କରି ନ ପାରି ସେହି ସ୍କୋରରେ ଓ୍ବିଲିୟମ ସୋମେରଭିଲ୍‌ଙ୍କ ଦ୍ୱାରା ଆଉଟ ହୋଇଥିଲେ। ଚା ପାନ ବିରତି ପରେ ଅଷ୍ଟ୍ରେଲିଆ ଉଇକେଟଗୁଡିକର ଶୀଘ୍ର ପତ୍ତନ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଟ୍ରାଭିସ ହେଡ ୧୦, ଅଧିନାୟକ ତଥା ଉଇକେଟକିପର ଟିମ୍‌ ପେନ ୩୫, ଜେମ୍ସ ପାଟିନସନ ୨, ପ୍ୟାଟ୍‌ କୁମିନ୍ସ ୮, ମିଚେଲ ଷ୍ଟାର୍କ ୨୨ ରନକରି ଆଉଟ ହୋଇଥିବା ବେଳେ ନାଥନ ଲିୟନ ୬ ରନ କରି ଅପରାଜିତ ରହିଥିଲେ। ଷଷ୍ଟ ଉଇକେଟରେ ଲାବୁସେନ ଓ ପେନ୍‌ ୭୯ ରନ ସଂଗ୍ରହ କରିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ କଲିନ ଡି ଗ୍ରାଣ୍ଡହୋମ, ନିଲ ଓ୍ବାଗନର ୩ଟି ଲେଖାଏ, ଆସଲେ ୨ଟି, ମ୍ୟାଟ୍‌ ହେନେରି ଓ ସୋମେରଭିଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୫୦.୧ ଓଭରରେ ୪୫୪ରେ ଅଲଆଉଟ
(ଲାବୁସେନ- ୨୧୫, ସ୍ମିଥ୍‌- ୬୩, ଓ୍ବାର୍ନର- ୪୫, ପେନ୍‌- ୩୫, ଷ୍ଟାର୍କ- ୨୨, ଓ୍ବେଡ- ୨୨, ଗ୍ରାଣ୍ଡହୋମ- ୩/୭୮, ଓ୍ବାଗନର- ୩/୬୬, ଆସଲେ- ୨/୧୧୧, ହେନେରୀ- ୧/୯୪, ସୋମେରଭିଲ- ୧/୯୯)।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୨୯ ଓଭରରେ ୬୩/୦
(ଲଥାମ- ୨୬ *, ବ୍ଲଣ୍ଡେଲ- ୩୪*)।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri