ବିବାଦ ପିଛା ଛାଡୁନି: ପୁଣି ଠକେଇ ଅଭିଯୋଗ ଅଡୁଆରେ ଅଭିନେତ୍ରୀ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଓଲିଉଡ୍‌ର ଜଣେ ଅଭିନେତ୍ରୀଙ୍କ ପିଛା ଛାଡ଼ୁନି ବିବାଦ। ପ୍ରଥମେ ପ୍ରେମ ନାଁରେ ପ୍ରେମିକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେବା ଅଭିଯୋଗରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ତାଙ୍କ ନାମରେ ଆଉ ଜଣେ ଯୁବକ ବ୍ରହ୍ମପୁରର ପପୁନ ମହାରଣା ଆଣିଛନ୍ତି ଏକ ଠକେଇ ଅଭିଯୋଗ। ଓଡ଼ିିଆ ଫିଲ୍ମରେ ଅଭିନୟ କରାଇ ଦେବାକୁ କହି ତାଙ୍କଠାରୁ ଅଭିନେତ୍ରୀ ଜଣକ ୮ହଜାର ଟଙ୍କା ଠକିନେଇଥିବା ପପୁନ ଡିସିପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ପପୁନ୍‌ କହିଛନ୍ତି ଯେ, ଅଭିନେତ୍ରୀ ଜଣକ ନିଜ ଫେସ୍‌ବୁକରେ ଜାଲ ବିଛାଇ ଯୁବକମାନଙ୍କୁ ଶିକାର କରୁଛନ୍ତି। ସେ ଫେସ୍‌ବୁକ୍‌ରେ ନିଜର ହଟ୍‌ ଫଟୋକୁ ପ୍ରୋଫାଇଲ୍‌ରେ ରଖିଛନ୍ତି। କେହି ଏହି ଫଟୋକୁ ଦେଖି ଆକୃଷ୍ଟ ହୋଇ ତାଙ୍କ ସହ ଯୋଗାଯୋଗ କଲେ ସେ ତାଙ୍କୁ ଫିଲ୍ମରେ ସୁଯୋଗ ଦେବା କିମ୍ବା ଅନ୍ୟ ବାହାନାରେ ଅର୍ଥ ଲୁଟ କରୁଛନ୍ତି। ଫେସ୍‌ବୁକ୍‌ ଜରିଆରେ ସେ ସମ୍ପୃକ୍ତା ଅଭିନେତ୍ରୀଙ୍କ ସହ ପରିଚିତ ହୋଇଥିଲେ। ଅଭିନେତ୍ରୀ ଜଣକ ତାଙ୍କୁ ଓଡ଼ିଆ ଫିଲ୍ମରେ ଅଭିନୟ କରାଇ ଦେବାକୁ କହି ୮ ହଜାର ଟଙ୍କା ନେଇଥିଲେ। କିନ୍ତୁ ପରେ ଅଭିନୟର ସୁଯୋଗ ଦେଇ ନ ଥିଲେ। ଟଙ୍କା ଫେରାଇବା ଲାଗି ତାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ଧରାଛୁଆଁ ଦେଇ ନ ଥିଲେ। ଏବେ ପ୍ରେମ ନାଁରେ ଜଣେ ଯୁବକଙ୍କୁ ଏଭଳି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଗଣମାଧ୍ୟମରୁ ଜାଣିବା ପରେ ଅଭିଯୋଗ କରିଛି ବୋଲି ପପୁନ କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ମତାମତ ପାଇଁ ସମ୍ପୃକ୍ତା ଅଭିନେତ୍ରୀଙ୍କୁ ଫୋନ୍‌ କଲେ ମଧ୍ୟ ସେ ରିସିଭ କରି ନ ଥିଲେ କି କ୍ୟାମେରା ସମ୍ମୁଖକୁ ଆସି ନ ଥିଲେ। ସେହିପରି ପ୍ରେମ ଠକେଇ ଘଟଣାରେ ପଦ୍ମାରାଜୁ ଶିବ କୁମାରଙ୍କ ପରିବାରକୁ ଅଭିନେତ୍ରୀ ଜଣକ ଗୁଳିଗୁଲଜ କରୁଥିବା ଏକ ଅଡିଓ ରେକର୍ଡିଂରେ ଶୁଣିବାକୁ ମିଳୁଛି। ଏଥିଯୋଗୁ ସମ୍ପୃକ୍ତ ଅଭିନେତ୍ରୀ ଗୋଟିକ ପରେ ଗୋଟିଏ ବିବାଦରେ ଫସିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

ବରୀରେ ପ୍ରାର୍ଥୀ ଘୋଷଣା କରିପାରୁନି ଭାଜପା

ବରୀ,୨୮ା୪(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲାର ବରୀ ନିର୍ବାଚନମଣ୍ଡଳୀରେ ଭାଜପା ଏଯାଏ ପ୍ରାର୍ଥୀ ଦେଇପାରିନାହିଁ। ଏଠାରେ ବିଜେଡି ବିଶ୍ୱରଞ୍ଜନ ମଲ୍ଲିକ ଓ କଂଗ୍ରେସ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri