Posted inଭଦ୍ରକ

‘ସଫଳ ଚିତ୍ରଶିଳ୍ପୀ ହେବା ଲକ୍ଷ୍ୟ’

ବାସୁଦେବପୁର,୨୬।୧୨(ଡି.ଏନ.ଏ.)- ଚିତ୍ରକଳା କ୍ଷେତ୍ରରେ ଉତ୍କର୍ଷ ପାଇଁ ସେ ନିଜ ଅଞ୍ଚଳ ଲାଗି ଗର୍ବ ଓ ଗୌରବ ପାଲଟିଛନ୍ତି। ବିଭିନ୍ନ ସଚେତନତା ବାର୍ତ୍ତା ଦେଉଥିବା ଚିତ୍ର ଆଙ୍କି ସେ ସରକାରୀ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ଭବିଷ୍ୟତରେ ଜଣେ ସଫଳ ଚିତ୍ରଶିଳ୍ପୀ ହେବାକୁ ଲକ୍ଷ୍ୟ ରଖିଥିବା
ଶିଶୁ ଚିତ୍ରଶିଳ୍ପୀ ହେଲେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ଶହୀଦ ସ୍ମୃତି ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ପ୍ରଦ୍ୟୁମ୍ନ ବାରିକ। ତାଙ୍କ ଘର ଇରମ ଗ୍ରାମରେ।
ଆନ୍ତରିକତା ଓ ଉଦ୍ୟମ ବଳରେ ଜଣେ ଯେକୌଣସି କ୍ଷେତ୍ରରେ ସଫଳ ହୋଇପାରିବ। ଏହି ଚିତ୍ରକଳା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ବୋଲି ସେ କହିଛନ୍ତି।
ପ୍ରଦ୍ୟୁମ୍ନ କହନ୍ତି, ପିଲାଟି ଦିନରୁ ଚିତ୍ରାଙ୍କନ ପ୍ରତି ତାଙ୍କର ଆଗ୍ରହ ଥିଲା। ତାଙ୍କ ବାପା ପ୍ରଫୁଲ୍ଲ ବାରିକ ଜଣେ କଳା ଶିକ୍ଷକ। ଚିତ୍ରକଳା ପ୍ରତି ତାଙ୍କର ଏଭଳି ଆକର୍ଷଣ ଦେଖି ସେ ଆଗ୍ରହ ବଢ଼ାଇବା ପାଇଁ ଚିତ୍ର ଆଙ୍କିବାକୁ ପ୍ରୋତ୍ସାହନ ପ୍ରଦାନ କରିଥିଲେ। ୫/୬ ବର୍ଷରୁ ରଙ୍ଗତୂଳୀରେ ଡ୍ରଇଂ ସିଟ୍‌ରେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ଖୁବ୍‌ କମ୍‌ ସମୟ ମଧ୍ୟରେ କୌଣସି ଚିତ୍ର କିମ୍ବା ଫଟୋର ଅବିକଳ ନକଲ ଆଙ୍କି ପାରୁଥିବା ଦେଖି ତାଙ୍କ ବାପା ତାଙ୍କୁ ଚିତ୍ରକଳା ପ୍ରଶିକ୍ଷଣ ଦେଇଥିଲେ। ଏହାପରଠାରୁ ସେ ଆଗକୁ ମାଡ଼ି ଚାଲିଲେ। ଚିତ୍ର ଆଙ୍କିବା ତାଙ୍କର ନିଶାରେ ପରିଣତ ହୋଇଯାଇଛି। ଏହାମଧ୍ୟରେ ବିଦ୍ୟାଳୟସ୍ତରୀୟ, ବ୍ଲକ ଓ ଜିଲାସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାଇ ରଖିବାରେ ସଫଳ ହୋଇପାରିଛନ୍ତି। ଉତ୍କୃଷ୍ଟ ମାନର ଚିତ୍ରାଙ୍କନ ପାଇଁ ବାସୁଦେବପୁର ସୌରଭ ସମ୍ମାନ, ମୁକ୍ତାକାଶ ଚିତ୍ରାଙ୍କନ ପ୍ରତିଯୋଗିତା, ବ୍ଲକସ୍ତରୀୟ ଶିଶୁ ଉତ୍ସବ, ବାରାପୁର ମକର ମହୋତ୍ସବ, ରାଜ୍ୟସ୍ତରୀୟ କଳାକାର ମହାସମ୍ମିଳନୀ, ସୁରଭି-୨୦୧୮, ଉତ୍କଳ କଳା ସଂସ୍କୃତି ପ୍ରତିଷ୍ଠାନ ସମେତ ୩୦ରୁ ଊର୍ଦ୍ଧ୍ୱ ଅନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧିତ ହୋଇଛନ୍ତି। ବଡ଼ଭଉଣୀ ପ୍ରତିଭା ତାଙ୍କ ପ୍ରେରଣାର ଉତ୍ସ। ପ୍ରତିଭା ଜଣେ ସଫଳ ଚିତ୍ରଶିଳ୍ପୀ। ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୩ ଥର ସଫଳ ହୋଇ ପୁରସ୍କୃତ ହୋଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଚିତ୍ରକଳା ଲୋକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଚିତ୍ରକଳା କ୍ଷେତ୍ରରେ ଛାତ୍ରୀଛାତ୍ର ଓ ଯୁବ ଚିତ୍ରଶିଳ୍ପୀମାନଙ୍କୁ ଆଗକୁ ଯିବା ପାଇଁ ଅଧିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ପ୍ରଦ୍ୟୁମ୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ଭାଜପାରେ ମିଶିଲେ ୩୦ ପରିବାର

ଚାନ୍ଦବାଲି,୩୦ା୪(କିଷାନ ପାତ୍ର): ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସାହୁଙ୍କ ନେତୃତ୍ୱରେ ୩୦ ପରିବାର ବିଜେଡି ଛାଡ଼ି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri