ଗଞ୍ଜାମ ଜିଲା ଚିଠି: ପଛକୁ ଦେଖ

ଗତ ଏକ ବର୍ଷ ହେଲା ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ରେ ଅମଲାତନ୍ତ୍ର ଶାସନ ଚାଲିଛି। ୨୦୧୮ ସେପ୍ଟେମ୍ବର ୩୦ରେ ରାଜ୍ୟବ୍ୟାପୀ ସମସ୍ତ ପୌରସଂସ୍ଥାକୁ ରାଜ୍ୟ ସରକାର ଭାଙ୍ଗିଦେଇଥିଲେ ମଧ୍ୟ ଏଯାଏଁ ନିର୍ବାଚନ କରାଇନାହାନ୍ତି। ସୁତରାଂ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବେ ବିଏମ୍‌ସିର ପ୍ରଶାସକ ଦାୟିତ୍ୱରେ ରହିଛନ୍ତି। ନିୟମିତ ବ୍ୟବଧାନରେ ବିଏମ୍‌ସି ପକ୍ଷରୁ ନୂଆ ନୂଆ ଯୋଜନା ଘୋଷଣା କରାଯାଉଛି। ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଆରମ୍ଭ ହେଉଛି, କିନ୍ତୁ ଶେଷ ହେଉନି। ବିଏମ୍‌ସିର ଅଧିକାରୀମାନେ କେବଳ ଶ୍ରେୟ ନେବା ପାଇଁ ଏଭଳି କରୁଥିବା ବିରୋଧୀ ଅନେକ ସମୟରେ ଅଭିଯୋଗ କରୁଛନ୍ତି। ଯାହାର ପରିଣାମ ସହରବାସୀ ଭୋଗୁଛନ୍ତି। ପୂର୍ବତନ କମିଶନର୍‌ ନିଖିଲ ପୱନ କଲ୍ୟାଣଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ଥିଲା ଡିଜିଟାଲ୍‌ ଡୋର୍‌ ନମ୍ବରିଙ୍ଗ୍‌। ପ୍ରତ୍ୟେକଙ୍କ ଘର ଆଗରେ ଏକ ସ୍ବତନ୍ତ୍ର ନମ୍ବର ରହିବ। ୱେବ୍‌ସାଇଟ୍‌ରେ କେବଳ ଘରର ନମ୍ବର ଦେଲେ, ଠିକଣା ମିଳିଯିବ। ସେ ଦାୟିତ୍ୱରେ ଥିବା ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ବିଏମ୍‌ସି ଅଧିକାରୀମାନେ ଆଗ୍ରହ ଦେଖାଇଥିଲେ। ହେଲେ ସେ ବଦଳି ହେବା ପରଠୁ ଏହା ବନ୍ଦ ପଡ଼ିଛି। ଅଧିକାରୀମାନେ ଏହାକୁ କାର୍ଯ୍ୟକାରୀ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। କେବଳ ଏହି ଗୋଟିଏ ନୁହଁ, ତାଙ୍କ ସମୟର ଅନେକ ଯୋଜନା ବର୍ତ୍ତମାନ ବନ୍ଦ ହୋଇଯାଇଛି କିମ୍ବା ମନ୍ଥର ଗତିରେ ଚାଲିଛି। ୭୦ଲକ୍ଷରୁ ଅଧିକ ଟଙ୍କାରେ ସହରର ବିଭିନ୍ନ ସ୍ଥାନରେ ଶୌଚାଳୟ ନିର୍ମାଣ କରାଯାଇଛି। ଉଦ୍‌ଘାଟନ ପରଠୁ ସେଗୁଡ଼ିକ ବନ୍ଦ ପଡ଼ିଛି। ଓଡ଼ିଶା ବିପର୍ଯ୍ୟୟ ଥଇଥାନ ପ୍ରକଳ୍ପ(ଓଡିଆର୍‌ପି)ରେ ବସ୍ତି ଅଞ୍ଚଳ ଉନ୍ନୟନ ପାଇଁ ୨୦୧୪ ମସିହା ପହିଲାରୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ତାହା ଏଯାଏଁ ଶେଷ ହୋଇନି। ପ୍ରାୟ ୯କୋଟି ଟଙ୍କାରେ ରାମଲିଙ୍ଗମ୍‌ ପୋଖରୀର ସୌନ୍ଦର୍ଯ୍ୟକରଣ କାମ ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ବେଳେ ତାହା ଅଧା ମଧ୍ୟ ହୋଇନାହିଁ। ଅସଫଳ ତାଲିକାରେ ଆହୁରି ଅନେକ ପ୍ରକଳ୍ପ ଅଛି। ବର୍ତ୍ତମାନର କମିଶନର୍‌ ଚକ୍ରବର୍ତ୍ତୀ ସିଂ ରାଠୋର୍‌ଙ୍କ ସମୟରେ ମଧ୍ୟ ଆରମ୍ଭ ଅନେକ ଯୋଜନା ଉଦ୍‌ଘାଟନ ପରେ ପ୍ରାୟତଃ ବନ୍ଦ ପଡ଼ିଛି। କୋଟିଏ ଟଙ୍କା ଖର୍ଚ୍ଚରେ ବ୍ରହ୍ମପୁର ସହରକୁ ମାଗଣା ୱାଇଫାଇ ଜୋନ୍‌ କରିବା ହେଉ ଅବା ୱାଟର୍‌ ଏଟିଏମ୍‌, ଉଭୟ ଠିକ୍‌ରେ କାର୍ଯ୍ୟ କରୁନି। ସୋଲାର୍‌ ବସ୍‌ଷ୍ଟାଣ୍ଡ, ଗୃହପାଳିତ ପ୍ରାଣୀଙ୍କ ଟ୍ୟାଗିଂ ଯୋଜନା ବନ୍ଦ ହୋଇପଡ଼ିଛି। ୪ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜାନବିଲି ପ୍ରକଳ୍ପରେ ସହରବାସୀଙ୍କୁ ପାନୀୟ ଜଳ ଯୋଗାଣ କରାଯିବ। ସହର ସାରା ପାଇପ୍‌ ବିଚ୍ଛାଇବା ପାଇଁ ରାସ୍ତାଘାଟ ଖୋଳି ଦିଆଗଲା। ଦୁଇ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହୋଇପାରିନି। ମହୁଡ଼ାସ୍ଥିତ ସେପ୍ଟିକ୍‌ ଟ୍ରିଟ୍‌ମେଣ୍ଟ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ ପରଠୁ ଅକାମୀ ହୋଇଯାଇଛି। ଏସବୁ ବ୍ୟତୀତ ଯାହା ବ୍ରହ୍ମପୁରବାସୀଙ୍କୁ ହଇରାଣରେ ପକାଇଛି, ତାହା ହେଉଛି ଖରାପ ରାସ୍ତା। ସହରବ୍ୟାପୀ ରାସ୍ତାଗୁଡ଼ିକର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ। ଯାନ ଦୂରର କଥା, ଏମିତି ଅନେକ ରାସ୍ତାରେ ଚାଲିବା ବି କଷ୍ଟ। ସହରବାସୀଙ୍କ ମତ ହେଲା, ଯେଉଁ ଯୋଜନାଗୁଡ଼ିକ ପୂର୍ବରୁ ଆରମ୍ଭ ହୋଇଛି, ବିଶେଷକରି ଜାନବିଲି ପ୍ରକଳ୍ପ, ତାହାକୁ ପ୍ରଥମେ ଶେଷ କରାଯାଉ। ବିଏମ୍‌ସି ଏବଂ ଜିଲା ପ୍ରଶାସନର ଅଧିକାରୀମାନେ ଟିକେ ପଛକୁ ଦେଖି ଅସଂପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ଶେଷ କରନ୍ତୁ, ତା’ ପରେ ଆଗକୁ ଦେଖନ୍ତୁ ବୋଲି ସହରବାସୀ ମତବ୍ୟକ୍ତ କରିଛନ୍ତି ା

– ଆଶୀର୍ବାଦ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତ ମହୋତ୍ସବରେ ଯୋଗଦେବେ ବିଧାନସଭାର ପୂର୍ବତନ ଉପବାଚସ୍ପତି, ସହମତି ପ୍ରକାଶ କରି…

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେବାକୁ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri