Posted inଖେଳ

ଭାରତ ବିପକ୍ଷରେ ବାଂଲାଦେଶ ପ୍ରଥମ ଟି୨୦ ବିଜୟ

ନୂଆଦିଲ୍ଲୀ,୪।୧୧(ପି.ଟି.)- ଭାରତ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ବାଂଲାଦେଶ ୩ଟି ବଲ୍‌ ବାକି ରଖି ୭ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି। ସ୍ଥାନୀୟ ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲlଦେଶ ୧୯.୩ ଓଭରରେ ୩ ଉଇକେଟ ହରାଇ ୧୫୪ ରନକରି ମ୍ୟାଚ୍‌ ହାତେଇ ନେଇଛି। ଏଥିସହିତ ଭାରତ ବିପକ୍ଷରେ ବାଂଲାଦେଶ ଟି୨୦ ଫର୍ମାଟରେ ପ୍ରଥମ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ବାଂଲାଦେଶ ୧-୦ରେ ଅଗ୍ରଣୀ ହାସଲ କରିଛି। ୬୦ ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଠାରେ ଦେଖା ଦେଇଥିବା ଅତ୍ୟଧିକ ବାୟୁ ପ୍ରଦୂଷଣ ମ୍ୟାଚ୍‌ ଆୟୋଜନରେ ପ୍ରଭାବ ପକାଇପାରି ନ ଥିଲା।
୧୪୯ ରନ ଟାର୍ଗେଟ ପିଛା କରି ବାଂଲାଦେଶ ଓପନର ଲିଟନ ଦାସଙ୍କୁ ହରାଇ ଆରମ୍ଭରୁ ଝଟ୍‌କା ଖାଇଥିଲା। ସେ ମାତ୍ର ୭ ରନକରି ଦୀପକ ଚହରଙ୍କ ବଲ୍‌ରେ କଭର ପଏଣ୍ଟରେ ରାହୁଲଙ୍କୁ କ୍ୟାଚ୍‌ ଦେଇଥିଲେ। ସେହିପରି ନବାଗତ ବ୍ୟାଟ୍ସମ୍ୟାନ ମହମ୍ମଦ ନଇମ ୨୮ ବଲରୁ ୨ ଚୌକା ଓ ୧ ଛକା ସହ ୨୬ ରନ କରିଥିବାବେଳେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବଲ୍‌ରେ ଲଙ୍ଗ୍‌ଅନ୍‌ରେ ଶିଖର ଧାଓ୍ବନଙ୍କୁ କ୍ୟାଚ ଦେଇଥିଲେ। ତୃତୀୟ ଉଇକେଟରେ ସୌମ୍ୟ ସରକାର ଓ ମୁସ୍‌ଫିକର ରହିମ ୬୦ ରନ ସଂଗ୍ରହ କରିଥିଲେ। ସରକାର ୩୫ ବଲରୁ ୧ ଚୌକା ଓ ୨ ଛକା ସହ ୩୯ ରନ କରିଥିବା ବେଳେ ଖଲିଲ ଅହମ୍ମଦଙ୍କ ଦ୍ୱାର କ୍ଲିନ୍‌ ବୋଲ୍ଡ ହୋଇଥିଲେ। ମୁସଫିକର ରହିମ ୬୦ (୪୩ ବଲ, ୮ ଚୌକା, ୧ ଛକା) ରନ ଓ ମହମୁଦୁଲ୍ଲା ୧୫ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ବୋଲିଂରେ ଭାରତ ତରଫରୁ ଚହର, ଖଲିଲ, ଚହଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ଆରମ୍ଭରୁ ଅଧିନାୟକ ତଥା ଓପନର ରୋହିତ ଶର୍ମାଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ନିୟମିତ ଅନ୍ତରରେ ଉଇକେଟ ହରାଇ ଭାରତ ବଡ଼ ସ୍କୋର ହାସଲ କରିବାରେ ସଫଳ ହୋଇ ପାରି ନ ଥିଲା। ୫ ବଲରୁ ୨ ଚୌକା ସହ ୯ ରନ କରିଥିବା ବେଳେ ରୋହିତ ସାଫିଉଲ ଇସ୍‌ଲାମଙ୍କ ଭିତରକୁ ଆସୁଥିବା ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ରୋହିତ ରିଭ୍ୟୁ ନେଇଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା। ଲୋକେଶ ରାହୁଲ ୨ ଚୌକା ସହ ୧୭ଟି ବଲ୍‌ ଖେଳି ୧୫ ରନ କରିଥିବା ବେଳେ ଲେଗ୍‌ ସ୍ପିନର ଅମିନୁଲ ଇସ୍‌ଲାମଙ୍କ ବଲ୍‌ରେ ଶର୍ଟ କଭରରେ ମହମୁଦୁଲ୍ଲାଙ୍କୁ ଏକ ସହଜ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଯୁବ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ୧୩ଟି ବଲ୍‌ ଖେଳି ୧ ଚୌକା ଓ ୨ ଛକା ସହ ୨୨ ରନକରି ସ୍କୋରକୁ ଆଗେଇ ନେଉଥିବା ବେଳେ ଆଉଟ ହୋଇଥିଲେ। ଲମ୍ବା ଶଟ୍‌ ଖେଳିବାକୁ ଯାଇ ସେ ଲଙ୍ଗ୍‌ ଅଫ୍‌ରେ ମହମ୍ମଦ ନଇମଙ୍କୁ କ୍ୟାଚ୍‌ ଦେଇ ଅମିନୁଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ପାଳି ପଡିଥିଲା ଅଭିଜ୍ଞ ଓପନର ଶିଖର ଧାଓ୍ବନଙ୍କର। ସେ ୪୨ଟି ବଲ୍‌ ଖେଳି ୩ ଚୌକା ଓ ୧ ଛକା ମାରି ଦଳ ତରଫରୁ ସର୍ବାଧିକ ୪୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ସହ ଦ୍ୱିତୀୟ ରନ ନେବାକୁ ପ୍ରୟାସ କରିଥିଲେ। ତେବେ ଧାଓ୍ବନ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ପଦାର୍ପଣ କରିଥିବା ମୁମ୍ବାଇ ଯୁବ ଅଲରାଉଣ୍ଡର ଶିବମ୍‌ ଦୁବେ କିନ୍ତୁ ବିଫଳ ହୋଇଥିଲେ। ସେ ମାତ୍ର ୧ ରନ କରିଥିବା ବେଳେ ଅଫ୍‌ ସ୍ପିନର ଅଫିଫ୍‌ ହୋସେନଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଶେଷରେ ପନ୍ତ ୨୬ ବଲରୁ ୩ ଚୌକା ସହ ୨୭ ରନ କରି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ। ଲମ୍ବା ଶଟ୍‌ ଖେଳିବାକୁ ଯାଇ ସେ ଆଉଟ୍‌ ହୋଇଥିଲେ। ସାଫିଉଲଙ୍କ ବଲରେ ସେ ଲଙ୍ଗଅନ୍‌ରେ ମହମ୍ମଦ ନଇମଙ୍କୁ ଏକ ସହଜ କ୍ୟାଚ ଦେଇଥିଲେ ଓ ଏଥିସହିତ ଭାରତ ଷଷ୍ଠ ଉଇକେଟ ହରାଇଥିଲା। ଏହାପରେ କ୍ରୁନାଲ ପାଣ୍ଡ୍ୟା ଓ ଓ୍ବାଶିଂଟନ ସୁନ୍ଦର ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ମାତ୍ର ୧୦ଟି ବଲରୁ ଏହି ଦୁଇ ବ୍ୟାଟ୍ସମ୍ୟାନ ସପ୍ତମ ଉଇକେଟ ଯୋଡିରେ ଅପରାଜିତ ୨୮ ରନ କରି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। କ୍ରୁନାଲ ୮ ବଲରୁ ୧ ଚୌକା ଓ ୧ ଛକା ସହ ୧୫, ଓ୍ବାଶିଂଟନ ୫ଟି ବଲ୍‌ ଖେଳି ୨ ଛକା ସହ ୧୪ ରନ କରି ଅପରାଜିତ ରହିଥିଲେ। ବାଂଲଦେଶ ତରଫରୁ ୮ଜଣ ବୋଲର ବୋଲିଂ କରିଥିଲେ। ସଫିଉଲ ଓ ଅମିନୁଲ ୨ଟି ଲେଖାଏ, ଅଫିପ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଭାରତ ପାଇଁ ଶିବମ ଦୁବେ ଟି୨୦ ପଦାର୍ପଣ କରିଥିବା ବେଳେ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ବାଂଲାଦେଶ ତରଫରୁ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ମହମ୍ମଦ ନଇମ ଟି୨୦ ପଦାର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri