ହଂକଂ ପ୍ରତ୍ୟର୍ପଣ ବିଲ୍‌ ପ୍ରତ୍ୟାହୃତ

ହଂକଂ,୨୪ା୧୦(ଏଏଫ୍‌ପି): ହଂକଂରେ ୫ ମାସ ଧରି ବିକ୍ଷୋଭର କାରଣ ସାଜିଥିବା ବିବାଦୀୟ ପ୍ରତ୍ୟର୍ପଣ ବିଲ୍‌କୁ ବୁଧବାର ପ୍ରତ୍ୟାହାର କରାଯାଇଛି। ଲେଜିସ୍‌ଲେଟିଭ୍‌ କାଉନ୍‌ସିଲରେ ଏହି ନିଷ୍ପତ୍ତି ନିଆଯାଇଥିଲେ ହେଁ ବିକ୍ଷୋଭକାରୀଙ୍କ ଆନ୍ଦୋଳନ ଥମିବାର ନାଁ ନେଉନାହିଁ। କାରଣ ପ୍ରତ୍ୟର୍ପଣ ବିଲକୁ ପ୍ରତ୍ୟାହାର କରିବା ହେଉଛି ଗଣତନ୍ତ୍ର ସପକ୍ଷବାଦୀଙ୍କ ୫ ଦାବି ମଧ୍ୟରୁ ମାତ୍ର ଗୋଟିଏ। ସରକାରଙ୍କ ନିଷ୍ପତ୍ତି ପରେ ଚାଇନା ଶାସିତ ଏହି ସହରରେ ବିକ୍ଷୋଭକାରୀମାନେ ରାସ୍ତାକୁ ପୁଣି ଓହ୍ଲାଇଛନ୍ତି।
ସେମାନେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ବୋମା ଫିଙ୍ଗିବା ସହ ବ୍ୟାପକ ପୋଡ଼ାଜଳା କରିଛନ୍ତି। ସ୍ଲୋଗାନ ଦେଇଛନ୍ତି, ‘ଗୋଟିଏ ନୁହେଁ, ସମସ୍ତ ୫ ଦାବି ପୂରଣ କର’।
ହଂକଂ ନେତା କେରି ଲାମ୍‌ କହିଛନ୍ତି, ପ୍ରତ୍ୟର୍ପଣ ବିଲ୍‌ ଏକ ଭଲ ବିଧେୟକ ହୋଇଥିଲେ ହେଁ ଏହାକୁ ପ୍ରତ୍ୟାହାର କରାଯାଇଛି। ସମସ୍ତ ସାବାଳକଙ୍କୁ ମତଦାନ ଅଧିକାର ଓ ଦଙ୍ଗା ଅଭିଯୋଗରେ ଗିରଫ ହୋଇଥିବା ବିକ୍ଷୋଭକାରୀଙ୍କୁ ରାଜକ୍ଷମା ଭଳି ଅନ୍ୟ ଦାବିଗୁଡ଼ିକୁ ପୂରଣ କରିବା ତାଙ୍କ ନିୟନ୍ତ୍ରଣ ବାହାରେ। ସେହିପରି ରାଜରାସ୍ତାରେ ଖଣ୍ଡଯୁଦ୍ଧ ବେଳେ ପୋଲିସର ନିର୍ମମ ଆଚରଣ ବିରୋଧରେ ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ଆନ୍ଦୋଳନକାରୀ ଦାବି କରିଛନ୍ତି। ପ୍ରତ୍ୟର୍ପଣ ବିଲ୍‌କୁ ପ୍ରତ୍ୟାହାର କରିନେବା ବଡ଼ କଥା ନୁହେଁ। ବହୁ ବିଳମ୍ବରେ ଏକ ଛୋଟ ଦାବିକୁ ସରକାର ମାନିନେଇଛନ୍ତି। ଏଥିଯୋଗୁ ବିଶେଷ କିଛି ଫରକ ପଡ଼ିବ ନାହିଁ ବୋଲି ୨୭ ବର୍ଷୀୟ ବିକ୍ଷୋଭକାରୀ କୋନ୍ନିଏ କହିଛନ୍ତି।
ପ୍ରକାଶ ଯେ, ୧୯୯୭ରେ ବ୍ରିଟେନର ଉପନିବେଶ ସହର ହଂକଂକୁ ଚାଇନାକୁ ହସ୍ତାନ୍ତର କରାଯାଇଥିଲା। ସେବେଠୁ ହଂକଂ ଚାଇନାର ଏକ ଅର୍ଦ୍ଧସ୍ବୟଂଶାସିତ ଅଞ୍ଚଳ ଭାବେ ପରିଗଣିତ ହୋଇଆସୁଛି ଏବଂ ଏହାର ଏକ ମିନି ସମ୍ବିଧାନ ରହିଛି। ହଂକଂର ସ୍ବତନ୍ତ୍ର ନ୍ୟାୟିକ ବ୍ୟବସ୍ଥା ଥିବାବେଳେ ହଂକଂର ରାଜନୈତିକ ବନ୍ଦୀ, ଅଧିକାର କର୍ମୀ ଓ ଅନ୍ୟ ଅପରାଧୀଙ୍କୁ ମାମଲାର ବିଚାର ପାଇଁ ଚାଇନାକୁ ପ୍ରତ୍ୟର୍ପଣ କରାଯିବା ଲାଗି ଗତ ଏପ୍ରିଲରେ ଏକ ବିଲ୍‌ ଅଣାଯାଇଥିଲା। ହଂକଂ ଓ ତାଇଓ୍ବାନ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ସ୍ବାକ୍ଷର ହୋଇ ନ ଥିଲା। ତାଇଓ୍ବାନର ଜଣେ ହତ୍ୟା ଅଭିଯୁକ୍ତଙ୍କୁ ତାଙ୍କ ଦେଶକୁ ପଠାଇବା ସମ୍ଭବ ନ ହେବାରୁ ମୁଖ୍ୟ କାର୍ଯ୍ୟନିର୍ବାହୀ କେରି ଲାମ୍‌ ଉକ୍ତ ସମସ୍ୟାର ସମାଧାନ ପାଇଁ ବିଲ୍‌ରେ କେତେକ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ହଂକଂବାସୀ ଏହାକୁ ନେଇ ଭୟଭୀତ ହୋଇଯାଇଥିଲେ। ହଂକଂର ସ୍ବାଧୀନତା ଛଡ଼ାଇନେବା ପାଇଁ ଏହା ବେଜିଂର ଏକ ଉଦ୍ୟମ ବୋଲି ସ୍ଥାନୀୟ ଲୋକେ ବିକ୍ଷୋଭ କରିଥିଲେ। ଅଦ୍ୟାବଧି ୨୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଶତାଧିକ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri