Posted inଖେଳ

ଅଲିମ୍ପିକ୍ସ ସ୍ବପ୍ନରେ ବିଭୋର ବିବେକ

ଭୁବନେଶ୍ୱର, ୨୪।୧୦(କ୍ରୀଡ଼ା ପ୍ରତିନିଧି)- ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଖେଳିବ। ମହିଳା ଦଳର ପ୍ରତିଦ୍ୱନ୍ଦ୍ୱୀ ଆମେରିକା ରହିଥିବାବେଳେ ପୁରୁଷ ଦଳ ଅପେକ୍ଷାକୃତ ଲୋ ର଼୍ୟାଙ୍କ୍‌ପ୍ରାପ୍ତ ରୁଷିଆକୁ ଭେଟିବ। ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ଉଭୟ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ମହିଳା ଦଳର ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ ଏବଂ ପୁରୁଷ ଦଳ କୋଚ୍‌ ଗ୍ରାହାମ ରିଡ୍‌ ଆଗାମୀ ମ୍ୟାଚକୁ ଦୃଷ୍ଟିରେ ରଖି ନିଜ ନିଜ ଦଳକୁ ପ୍ରସ୍ତୁତ କରୁଛନ୍ତି। ଭାରତୀୟ ପୁରୁଷ ଦଳରେ ସ୍ଥାନ ପାଇଥିବା ଯୁବ ମିଡ୍‌ଫିଲ୍ଡର ବିବେକ ସାଗର ପ୍ରସାଦ ଆଗାମୀ ମ୍ୟାଚକୁ ବ୍ୟଗ୍ରତାର ସହିତ ଅପେକ୍ଷା କରିଛନ୍ତି। ଅଲିମ୍ପିକ୍ସରେ ଖେଳିବା ତାଙ୍କର ସ୍ବପ୍ନ ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ତେବେ ତା’ ପୂର୍ବରୁ ରୁଷିଆ ବିପକ୍ଷ କ୍ୱାଲିଫାୟର୍ସ ଖେଳିବା ଉପରେ ସେ ଏକାଗ୍ର ରହିଛନ୍ତି ବୋଲି କହିଛନ୍ତି।
ଭାରତର ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳିଭାବେ ସିନିୟର ଦଳରେ କ୍ୟାରିୟର ଆରମ୍ଭ କରିଥିଲେ ବିବେକ। ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଜାପାନ ବିପକ୍ଷ ମ୍ୟାଚରେ ନିଜର ପ୍ରଥମ ମ୍ୟାଚ ଖେଳିବା ବେଳକୁ ତାଙ୍କୁ ୧୭ ବର୍ଷ ୧୦ ମାସ ୨୨ ଦିନ ହୋଇଥିଲା। ମଧ୍ୟପ୍ରଦେଶ ହକି ଏକାଡେମୀରୁ ଟ୍ରେନିଂପ୍ରାପ୍ତ ବିବେକ ସିନିୟର ପଦାର୍ପଣ କରିବାପରେ ୨୦୧୮ ମସିହାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆନ ଗେମ୍ସ, ଏଫଆଇଏଚ୍‌ ପୁରୁଷ ଚାମ୍ପିୟନ୍ସ ଟ୍ରଫି ଏବଂ ୟୁଥ୍‌ ଅଲିମ୍ପିକ୍‌ ଗେମ୍ସରେ ପ୍ରଭାବୀ ପ୍ରଦର୍ଶନ କରି ଆସିଛନ୍ତି। ଏବେ ମାତ୍ର ୧୯ ବର୍ଷ ହୋଇଥିବାରୁ ବିବେକଙ୍କ ପାଇଁ ଲମ୍ବା ରାସ୍ତ ପଡ଼ିଛି। ”ଯୁବ ବୟସରେ ସିନିୟର ଦଳରେ ଚୟନ ହୋଇଥିବାରୁ ପ୍ରଥମେ ମୋ ପାଇଁ କିଛିଟା କଷ୍ଟ ହୋଇଥିଲା। ଜୁନିୟର ଦଳରେ ଖେଳିବା ଏବଂ ସିନିୟରରେ ଖେଳିବାର କୌଶଳରେ ଅନେକ ଭିନ୍ନତା ରହିଛି। ୨୦୧୮ରେ କୋଚ୍‌ ଜୋର୍ଡ ମାରିଜନେଙ୍କ ଅଧିନରେ ମୁଁ ସିନିୟର ସ୍ତରରେ ଖେଳିବା ଆରମ୍ଭ କରିଥିଲି। ନିଜକୁ ପ୍ରଥମେ ଆଡଜଷ୍ଟ କରିଥିଲି, ମାରିଜନେ ମୋ ଆତ୍ମବିଶ୍ୱାସକୁ ବଢ଼ାଇଥିଲେ। ଆରମ୍ଭ ନିଶ୍ଚିତଭାବେ ସହଜ ନ ଥିଲା। ତେବେ ମୁଁ ନିଜକୁ ଖାପ ଖୁଆଇବା ସହ ଗତ ବର୍ଷ ଅପେକ୍ଷା ଉନ୍ନତ ପ୍ରଦର୍ଶନ ଦେବାରେ ସକ୍ଷମ ହୋଇଛି। ଦଳୀୟ ଖେଳାଳି ଓ କୋଚ୍‌ଙ୍କ ସହଯୋଗକ୍ରମେ ମୁଁ ଦଳୀୟ ରଣନୀତିର ଅଂଶବିଶେଷ ହୋଇ ପାରୁଛି“ ବୋଲି ବିବେକ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୫ମରେ ଥିବାବେଳେ ରୁଷିଆ ୨୨ତମ ସ୍ଥାନରେ ରହିଛି। ତେବେ ପ୍ରତିଦ୍ୱନ୍ଦ୍ୱୀ ରୁଷିଆକୁ ଭାରତ ହାଲ୍‌କାଭାବେ ନେଉନାହିଁ ବୋଲି ବିବେକ ସ୍ପଷ୍ଟ କରିଛନ୍ତି। ”ଆମେ ପ୍ରତିଦ୍ୱନ୍ଦ୍ୱୀର ଶକ୍ତିକୁ ଦେଖିବା ଅପେକ୍ଷା ନିଜେ କିପରି ଶତ ପ୍ରତିଶତ ପ୍ରଦର୍ଶନ ଦେଇ ପାରିବୁ ତା ଉପରେ ଫୋକସ କରୁଛୁ। ବେଲ୍‌ଜିୟମ ଟୁର୍‌ ଆମ ପାଇଁ ବହୁତ ଭଲ ରହିଲା। ଆମେ ବିଶ୍ୱ ଚାମ୍ପିୟନ ବେଲ୍‌ଜିୟମକୁ ହରାଇବା ସହ ସ୍ପେନ୍‌ ଦଳକୁ ମଧ୍ୟ ପରାସ୍ତ କରିଛୁ। ଏହି ଗସ୍ତରେ ଦଳୀୟ ପ୍ରଦର୍ଶନରେ କୋଚ୍‌ ଗ୍ରାହାମ ରିଡ୍‌ ସନ୍ତୋଷ ପ୍ରକାଶ କରିଛନ୍ତି। ରୁଷିଆ ବିପକ୍ଷ ମ୍ୟାଚରେ ମଧ୍ୟ ଆମେ ତା’ର ପୁନରାବୃତ୍ତି ଲକ୍ଷ୍ୟ ରଖିଛୁ“ ବୋଲି ସେ କହିଛନ୍ତି। ସିନିୟର ଦଳକୁ ଆସିବା ପୂର୍ବରୁ ବିବେକ ଜୁନିୟର ସ୍ତରରେ ଚମତ୍କାର ପ୍ରଦର୍ଶନ କରି ଚୟନ କର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ। ୨୦୧୭ ସୁଲତାନ ଜୋହର କପ୍‌ରେ ତାଙ୍କ ପ୍ରଦର୍ଶନ ପ୍ରଭାବୀ ରହିଥିଲା। ସେ ଦଳର ଅଧିନାୟକ ମଧ୍ୟ ଥିଲେ। କୌଣସି ଦଳ ସହ ଏହା ତାଙ୍କର ପ୍ରଥମ ଟୁର୍‌ ଥିଲା। ପ୍ରfତିଯୋଗିତାରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଥିଲେ ହେଁ ବିବେକ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ଏହା ଏକ ସ୍ମରଣୀୟ ଟୁର୍‌ ଥିଲା, ମାତ୍ର ସ୍ବର୍ଣ୍ଣ ପଦକ ଜିତିଥିଲେ ତାହା ଅଧିକ ସ୍ମରଣୀୟ ହୋଇ ପାରିଥାନ୍ତା। ତେବେ ଏହି ଟୁର୍ନାମେଣ୍ଟ ମୋ ପାଇଁ ଶୁଭ ସାବ୍ୟସ୍ତ ହୋଇଥିଲା ଏବଂ ମୋତେ ଏହାପରେ ସିନିୟର କ୍ୟାମ୍ପକୁ ଡାକରା ମିଳିଥିଲା। ମୋତେ ସିନିୟର ଦଳରେ ସାମିଲ କରିବା ପ୍ରକ୍ରିୟା ଏହିଠାରୁ ଆରମ୍ଭ ହୋଇଥିଲା। ହକିକୁ କ୍ୟାରିୟର କରୁଥିବା ପ୍ରତି ଖେଳାଳି ଅଲିମ୍ପିକ୍ସରେ ଖେଳିବା ସ୍ବପ୍ନ ରଖିଥାନ୍ତି। ମୋର ମଧ୍ୟ ସେହି ସ୍ବପ୍ନ ରହିଛି। ଆଗାମୀ ରୁଷିଆ ବିପକ୍ଷ କ୍ୱାଲିଫାୟର୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରି ଆମେ ଅଲିମ୍ପିକ୍ସ ଖେଳିବାକୁ ଚାହୁଁ। ବ୍ୟକ୍ତିଗତଭାବେ ମୁଁ କଠିନ ପରିଶ୍ରମ କରି ନିଜକୁ ପ୍ରସ୍ତୁତ କରୁଛି ବୋଲି ବିବେକ ପ୍ରକାଶ କରିଛନ୍ତି।
ବିବେକ ଏପର୍ଯ୍ୟନ୍ତ ୫୭ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି। ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ ଓ ବର୍ତ୍ତମାନର ସିନିୟର ଗୋଲକିପର ପି.ଆର. ଶ୍ରୀଜେଶଙ୍କ ପ୍ରଦର୍ଶନର ସକାରାତ୍ମକ ପ୍ରଭାବ ତାଙ୍କ ଉପରେ ପଡ଼ିଛି ବୋଲି କହିଛନ୍ତି। ଯୁବ ବୟସରେ ସିନିୟର କ୍ୟାମ୍ପକୁ ଡାକରା ପାଇଥିବାରୁ ମନରେ ଭୟ ରହିଥିଲା। ମାତ୍ର ସେତେବେଳେ ସର୍ଦ୍ଦାର ସିଂଙ୍କ ପରି ସିନିୟର ଖେଳାଳିମାନେ ମୋତେ ଗାଇଡ୍‌ କରିବା ସହ ମନୋବଳ ବଢ଼ାଇଥିଲେ। ମନପ୍ରୀତ ସିଂ ଏବଂ ଶ୍ରୀଜେଶଙ୍କ ସିନିୟର ଖେଳାଳିଙ୍କ ପରାମର୍ଶ ମୋ ପାଇଁ ବହୁ ଉପାଦେୟ ହୋଇଛି। ଏବେ ଦଳ ପାଇଁ ଘଡ଼ିସନ୍ଧି ମୁହୂର୍ତ୍ତ। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଆମର ମୁଖ୍ୟ ଲକ୍ଷ୍ୟ। ସେଥିପାଇଁ ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ବୋଲି ଚଳିତବର୍ଷ ପ୍ରାରମ୍ଭରେ ଭୁବନେଶ୍ୱରରେ ଅନୁଷ୍ଠିତ ଏଫଆଇଏଚ୍‌ ସିରିଜ ଫାଇନାଲ୍ସରେ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ପାଇଥିବା ବିବେକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri