Posted inଖେଳ

ରଗ୍‌ବୀ ବିଶ୍ୱକପ: ଜାପାନ ଯିବେ ଓଡ଼ିଶାର ମନ୍ଦୁଇ

ଭୁବନେଶ୍ୱର, ୨୧।୧୦(କ୍ରୀଡ଼ା ପ୍ରତିନିଧି)- ଜାପାନରେ ହେବାକୁ ଯାଉଥିବା ରଗ୍‌ବୀ ବିଶ୍ୱକପକୁ ନିକଟରୁ ଦେଖିବା ପାଇଁ ଓଡ଼ିଶାର ପ୍ରତିଭା ସମ୍ପନ୍ନ ଖେଳାଳି ମନ୍ଦୁଇ ସଏଙ୍କ ପାଇଁ ସୁଯୋଗ ଆସିଛି। ଇଣ୍ଡିଆନ ରଗ୍‌ବୀ ୟୁନିୟନ ପକ୍ଷରୁ ଲକି ଡ୍ର ଜରିଆରେ ୮ (୪ ବାଳିକା, ୪ ବାଳକ) ରଗ୍‌ବୀ ପ୍ରତିଭା ଏବଂ ୨ ଜଣ ଚେୟାରପର୍ସନଙ୍କୁ ଜାପାନ ପଠାଇବାକୁ ମନୋନୟନ କରାଯାଇଛି। ଏହି ତାଲିକାରେ କେନ୍ଦ୍ରାପଡ଼ାର ମନ୍ଦୁଇ ସାମିଲ ଅଛନ୍ତି। ୪ ବାଳିକାଙ୍କ ମଧ୍ୟରେ ଓଡ଼ିଶାର ମନ୍ଦୁଇ, ବିହାରର ଗୁରିଆ କୁମାରୀ, ଜମ୍ମୁ କଶ୍ମୀରର ଜୁନାଇରା ଅମ୍ବର ଓ ତାମିଲନାଡ଼ୁର ଆର. ପ୍ରିୟା ସ୍ଥାନ ପାଇଛନ୍ତି। ମନୋନୀତ ରଗ୍‌ବୀ ପ୍ରତିଭାମାନେ ବିଶ୍ୱକପ ଦେଖିବା ସହ ଜାପାନ କିଡ୍ସ ରଗ୍‌ବୀ ସ୍ପିରିଟ୍‌ ଫେଷ୍ଟିଭାଲରେ ଅଂଶଗ୍ରହଣ କରିବେ। ୧୪ ବର୍ଷୀୟା ମନ୍ଦୁଇଙ୍କ ପ୍ରକୃତ ଘର ହେଉଛି ମୟୂରଭଞ୍ଜ ଜିଲା ମହୁଲଡିହା ନିକଟସ୍ଥ ପୋଖରିଆବାଡ଼ି ଗ୍ରାମରେ। ସେ ମାତ୍ର ୧ ବର୍ଷର ହୋଇଥିବାବେଳେ ପିତୃ ବିୟୋଗ ଘଟିଥିଲା। ପରେ ତାଙ୍କ ମା’, ୨ ବଡ଼ ଭଉଣୀ ଓ ବଡ଼ ଭାଇ କେନ୍ଦ୍ରାପଡ଼ା ଚାଲି ଆସିଥିଲେ। ୭ମ ଶ୍ରେଣୀରେ ପଢ଼ୁଥିବା ମନ୍ଦୁଇ ଆନ୍ତଃ ସ୍କୁଲ ମିଟ୍‌ରେ ଭାଗ ନେଇ ଆସୁଛନ୍ତି। ରାଜ୍ୟ ପକ୍ଷରୁ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବା ତାଙ୍କର ଲକ୍ଷ୍ୟ। ଓଡ଼ିଶା ରଗ୍‌ବୀ ଫୁଟବଲ ଆସୋସିଏଶନ ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି ମନ୍ଦୁଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri