Posted inଖେଳ

ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବୁ : ବୀରେନ୍ଦ୍ର

ଭୁବନେଶ୍ୱର, ୬।୧୦(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଆ ହକି ତାରକା ତଥା ଅଭିଜ୍ଞ ଭାରତୀୟ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ୟୁରୋପ ଗସ୍ତ ସାରି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶନିବାର ସକାଳେ ସେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେ ଆଗକୁ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ କ୍ୱାଲିଫାୟର ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଏହି ୟୁରୋପ ଗସ୍ତ ବେଶ୍‌ ଭଲ ଥିଲା ଓ ବିଶ୍ୱସ୍ତରୀୟ ଅଭିଜ୍ଞତା ନେଇ ଭାରତୀୟ ଦଳ ପ୍ରତ୍ୟାବର୍ତ୍ତନ କରିଛି ବୋଲି ବୀରେନ୍ଦ୍ର କହିଛନ୍ତି। ପ୍ରଥମଥର ପାଇଁ ଏମିତି ହୋଇଛି ଯେ, ଭାରତ କୌଣସି ଗସ୍ତରେ ଯାଇ ଗୋଟିଏ ହେଲେ ବି ମ୍ୟାଚ ହାରିନାହିଁ। ତେବେ ଦଳରେ ଥିବା କେତୋଟି ତ୍ରୁଟି ସୁଧାରିବା ଆମ ପାଇଁ ଜରୁରୀ ହୋଇପଡିଛି। ପେନାଲ୍ଟି କର୍ନର ସୃଷ୍ଟି କରିବାରେ ଆମକୁ ଆହୁରି ଅଧିକ ଧ୍ୟାନ ଦେବାକୁ ହେବ। ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ ସିଂ, ଅମିତ ରୋହିଦାସ, ହରମନପ୍ରୀତ ସିଂ ଓ ବରୁଣ କୁମାର ଏହି ଗସ୍ତରେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଏହି ବିଭାଗରେ ଆମକୁ ଆହୁରି ଅଧିକ ଭଲ ପ୍ରଦର୍ଶନ କରିବାକୁ ହେବ। ଆଗକୁ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ କ୍ୱାଲିଫାୟର ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ୍‌। ଆମକୁ ଏଥିରେ ଶତପ୍ରତିଶତ ପ୍ରଦର୍ଶନ କରି ଭଲ ଖେଳିବାକୁ ହେବ। ପ୍ରତିପକ୍ଷ ଦଳକୁ ଆଦୌ ହେୟ ମନେ କରିହେବ ନାହିଁ। ର଼୍ୟାଙ୍କିଙ୍ଗ୍‌କୁ ନେଇ କୌଣସି ଦଳର ଦକ୍ଷତା ମାପି ହେବନାହିଁ। ନିଜର ତ୍ରୁଟି ସୁଧାରି ପ୍ରତିପକ୍ଷ ଦଳର ଦୁର୍ବଳତାରୁ ଫାଇଦା ଉଠାଇ ମ୍ୟାଚ୍‌କୁ ଆଗକୁ ନେଲେ ଆମେ ଫାଇଦାରେ ରହିବୁ। ଗତ ବିଶ୍ୱକପ୍‌ରେ ବେଲଜିୟମ ବିପକ୍ଷରେ ଭାରତ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଥିଲା। ତେବେ ଏହି ଗସ୍ତରେ ଭାରତ ଅତି ସହଜରେ ବେଲଜିୟମକୁ ହରାଇବାରେ ସକ୍ଷମ ହୋଇଛି। ବେଲଜିୟମ ଦଳରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳି ରହିଥିଲେ। ସେମାନେ ମଧ୍ୟ ଯୁବ ଖେଳାଳିଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରିଥିଲେ। ଆମ ଦଳରେ ମଧ୍ୟ କେତେକ ଯୁବ ଖେଳାଳି ରହିଥିଲେ। ଏହି ଗସ୍ତରେ ବେଲଜିୟମକୁ ହରାଇବା ଆମ ପାଇଁ ଆଦୌ ସହଜ ନ ଥିଲା। ତେବେ ଆମେ ଆରମ୍ଭରୁ ଗୋଲ ଦେଇ ଚାପ ପ୍ରୟୋଗ କରିବାରେ ସଫଳ ହୋଇଥିଲୁ। ଅଲିମ୍ପିକ୍ସ କ୍ୱାଲିଫାୟର ପୂର୍ବରୁ ଏହି ଗସ୍ତ ବେଶ୍‌ କାମରେ ଆସିଛି। ଆମ ପ୍ରସ୍ତୁତିରେ ଏହା ସହାୟ ହେବ। ଏବେ କିନ୍ତୁ ଫିଟ୍‌ନେସ ଉପରେ ଧ୍ୟାନ ଦେବୁ। ନୂଆ କ୍ୟାମ୍ପରେ ନୂଆ ରଣନୀତି ନେଇ ଆଲୋଚନା ହେବ। ଅଲିମ୍ପିକ୍ସ କ୍ୱାଲିଫାୟରରେ ଆମେ ଭଲ ପ୍ରଦର୍ଶନ କରିବୁ ଓ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବୁ ବୋଲି ବୀରେନ୍ଦ୍ର କହିଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ଓ ମହିଳା ଦଳ ଅଲିମ୍ପିକ୍ସ କ୍ୱାଲିଫାୟର ମ୍ୟାଚ ଖେଳିବେ। ନଭେମ୍ବର ୧ ଓ ୨ ତାରିଖରେ ଏହି ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ଭାରତୀୟ ପୁରୁଷ ଦଳ ରୁଷିଆ ଓ ମହିଳା ଦଳ ଆମେରିକାକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri