ବେଳାଭୂମିରୁ ବେଆଇନ ବାଲି ଚାଲାଣ

ରୂପ୍‌ସା, ୨।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କଷାଫଳ ନିକଟ ସମୁଦ୍ର ବେଳାଭୂମିରୁ ବେଆଇନ ଭାବେ ବାଲି ଖନନ କରି ଚୋରାଚାଲାଣ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଜେସିବି ମେଶିନ୍‌ ଦ୍ୱାରା ବାଲି ଖନନ ହେବା ଯୋଗୁ ସମୁଦ୍ରକୂଳ ଆଡ଼ିବନ୍ଧରେ ଥିବା ଝାଉଁଗଛ ଉପୁଡି ପଡୁଛି। ବାଲି ଚୋରା ଚାଲାଣକାରୀମାନେ ସେଗୁଡ଼ିକୁ କାଟି ବିକ୍ରି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମଙ୍ଗଳବାର ପ୍ରଶାସନ ପକ୍ଷରୁ ସଦର ତହସିଲଦାର ପଞ୍ଚାନନ ପାତ୍ର, ଲଙ୍ଗଳେଶ୍ୱର ଫରେଷ୍ଟର ଜିତେନ୍ଦ୍ର କୁମାର ରାଉତ, ଛାନୁଆ ଆର୍‌ଆଇ, ସାର୍ଥା ଫାଣ୍ଡି ଅଧିକାରୀ ଡି.ଏମ୍‌. ସିଂ ପ୍ରମୁଖ ସଦଳବଳ ବେଳାଭୂମିରେ ଚଢ଼ାଉ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ବାଲି ଖନନ ଓ ଚାଲାଣରେ ବ୍ୟବହୃତ ଜେସିବି ମେଶିନ୍‌, ଟ୍ରାକ୍ଟର ସହ ୧୦ହଜାର ଟଙ୍କାର ଝାଉଁ କାଠ ଜବତ କରାଯିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସମୁଦ୍ର ନିକଟ ତରଡ଼ାବୁଧିଆ ଗାଁକୁ ଲାଗିଥିବା ଆଡ଼ିବନ୍ଧ ଗ୍ରାମବାସୀଙ୍କୁ ସୁରକ୍ଷା ଦେଇଥାଏ। ଏହି ସମୁଦ୍ରକୂଳ ବେଳାଭୂମିରେ ପ୍ରତିବର୍ଷ ବାରୁଣୀ ମେଳା ଅନୁଷ୍ଠିତ ହୋଇଥାଏ। ସୋମବାର ଏହି ଆଡ଼ିବନ୍ଧରୁ ଜେସିବି ଯୋଗେ ବାଲି ଉତ୍ତୋଳନ କରି ଟ୍ରାକ୍ଟର ସାହାଯ୍ୟରେ ଶହ ଶହ ଟ୍ରିପ୍‌ ଚାଲାଣ କରାଯିବା ସହ ଝାଉଁ ଗଛ କାଟି ନିଆଯାଉଥିବା ଗ୍ରାମବାସୀ ମନ୍ମଥ ବେହେରା, ପ୍ରିୟରଞ୍ଜନ ପୃଷ୍ଟି, ମୁକୁନ୍ଦ ଆଦିତ, ପ୍ରଭାତ ବେହେରା ଓ ଶମ୍ଭୁନାଥ ଶାବଳ ପ୍ରମୁଖ ଅଭିଯୋଗ କରିଥିଲେ। ବିଧାୟକ ମଦନମୋହନ ଦତ୍ତ ଏ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଜଣାଇଥିଲେ। ଗ୍ରାମର ମହିଳା, ପୁରୁଷ ମିଶି କଟା ଯାଇଥିବା ଝାଉଁଗଛ ଓ ଜେସିବି ମେଶିନ ସହ ଟ୍ରାକ୍ଟରକୁ ଅଟକ ରଖିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଚଢ଼ାଉ ହେବା ପରେ ଗ୍ରାମବାସୀ ଏହାକୁ ଉଚିତ ପଦକ୍ଷେପ ବୋଲି କହିଛନ୍ତି। ପୂର୍ବରୁ ମଧ୍ୟ ଏହି ବେଳାଭୂମିରୁ ବାରମ୍ବାର ବେଆଇନ ଭାବେ ବାଲି ଖନନ ହେଉଥିବା ଗ୍ରାମବାସୀ ପ୍ରଶାସନଠାରେ ଅଭିଯୋଗ କରିଥିଲେ। ଜଣେ ଜନପ୍ରତିନିଧିଙ୍କ ଇସାରାରେ ଚୋରା ବାଲିଚାଲାଣ ଓ ଝାଉଁଗଛ କଟାଯାଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri