Posted inଖେଳ

ଅଭ୍ୟାସ ମ୍ୟାଚ୍‌ ଆଜିଠାରୁ; ଇନିଂସ ଓପନ୍‌ କରିବେ ରୋହିତ

ବିଜୟନଗରମ, ୨୬।୯(ପି.ଟି.)- ସ୍ଥାନୀୟ ଡ. ପିଭିଜି ରାଜୁ ଏସିଏ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଭାରତୀୟ ବୋର୍ଡ ସଭାପତି ଏକାଦଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ଦିନିଆ ଓ୍ବାର୍ମଅପ୍‌ ମ୍ୟାଚ୍‌ ଆରମ୍ଭ ହେବ। ଅକ୍ଟୋବର ୨ ତାରିଖରୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ମ୍ୟାଚ୍‌ର ଗୁରୁତ୍ୱ ବଢିଯାଇଛି। ରୋହିତ ଶର୍ମାଙ୍କୁ ଏବେ ନୂଆ ରୂପରେ ଦେଖିବାକୁ ମିଳିବ। ସେ ଓପନର ହିସାବରେ ତାଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଦିନିକିଆରେ ସେ ଦୃଷ୍ଟାନ୍ତମୂଳକ ସଫଳତା ପାଇଥିଲେ ମଧ୍ୟ ଟେଷ୍ଟରେ ଏପର୍ଯ୍ୟନ୍ତ ସ୍ଥାନ ସ୍ଥିର କରିପାରିନାହାନ୍ତି। ରୋହିତ ଏଥର ଓପନର ହିସାବରେ କ୍ରିକେଟର ଏହି ଲମ୍ବା ଫର୍ମାଟ୍‌ରେ ଭାଗ୍ୟ ପରୀକ୍ଷା କରିବେ।
ଜାତୀୟ ଚୟନ କମିଟି ଓ ଟିମ୍‌ ମ୍ୟାନେଜମେଣ୍ଟ ରୋହିତଙ୍କୁ ଓପନର ହିସାବରେ ଖେଳାଳିବାକୁ ନିଷ୍ପତ୍ତି ନେଇଛନ୍ତି। ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ସେ ଏହି ଭୂମିକାରେ ଅବତୀର୍ଣ୍ଣ ହେବେ। ତେଣୁ ଆଗାମୀ ୫ଟି ଟେଷ୍ଟ ମ୍ୟାଚ୍‌ରେ ୩୨ ବର୍ଷୀୟ ରୋହିତ କର ବା ମର ସ୍ଥିତିର ସମ୍ମୁଖୀନ ହେବେ। ରୋହିତଙ୍କ ସହ ମୟଙ୍କ ଅଗ୍ରଓ୍ବାଲ ଇନିଂସ ଓପନ କରିବେ। ସେହିପରି ଦ୍ରୁତ ବୋଲର ଉମେଶ ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଇଞ୍ଜୁରି କାରଣରୁ ଯଶପ୍ରୀତ ବୁମ୍‌ରା ଦଳରୁ ବାଦ୍‌ ପଡିଥିବାରୁ ତାଙ୍କୁ ଦଳରେ ସାମିଲ କରାଯାଇଛି। ତେଣୁ ସେ ଫାଫ୍‌ ଡୁପ୍ଲେସି ଓ ଏଡେନ ମାରକ୍ରାମ ତାଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିବେ। ତେବେ ରୋହିତ ଫୋକସ୍‌ରେ ରହିବେ।
ରୋହିତ ଏପର୍ଯ୍ୟନ୍ତ ୨୭ଟି ଟେଷ୍ଟ ଖେଳି ୩୯.୬୨ ହାରରେ ରନ ସଂଗ୍ରହ କରିଛନ୍ତି। ଏଥିମଧ୍ୟରେ ୩ଟି ଶତକ ସାମିଲ ରହିଛି। ତେଣୁ ସେ ନିଜ ପ୍ରତିଭା ତଥା କ୍ଷମାତ ଅନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଟେଷ୍ଟ ଉପ-ଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଉଦୀୟମାନ ଟେଷ୍ଟ ବ୍ୟାଟ୍ସମ୍ୟାନ ହନୁମା ବିହାରୀ ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ମିଡଲ ଅର୍ଡରରେ ସେମାନଙ୍କ ସ୍ଥାନ ପକ୍କା କରିଛନ୍ତି।
କାଗିସୋ ରାବାଡ଼ା, ଭର୍ନନ ଫିଲାଣ୍ଡର ଓ ଲୁନ୍‌ଗି ଏନ୍‌ଗିଡିଙ୍କୁ ନେଇ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ମନେହେଉଛି। ବିଶାଖାପାଟଣାରେ ଆସନ୍ତା ୨ ତାରିଖରେ ପ୍ରଥମ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଏହି ମ୍ୟାଚ୍‌ ରିହରସାଲ ସଦୃଶ ହୋଇଛି। ନାଲି ଏସ୍‌ଜି, ଡ୍ୟୁକ୍‌ କିମ୍ବା କୁକାବୁରା ବଲ୍‌ରେ ରୋହିତଙ୍କ ଟେକ୍‌ନିକ୍‌ ନେଇ ସନ୍ଦେହ ସୃଷ୍ଟି ହୋଇଥିଲେ ମଧ୍ୟ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ସଫଳତାକୁ ଦୃଷ୍ଟିରେ ରଖି କୋହଲି ଓ ହେଡ୍‌ କୋଚ୍‌ ଶାସ୍ତ୍ରୀ ରୋହିତଙ୍କୁ ଇନିଂସ ଓପନ କରିବାର ରିସ୍କ ନେଇଛନ୍ତି। ଯଦି ଏହି ରଣନୀତି ସଫଳ ହେଲା ତାହାଲେ ଏହା ଏକ ମାଷ୍ଟରଷ୍ଟ୍ରୋକ ସାବ୍ୟସ୍ତ ହେବ। ନ ହେଲେ ଭାରତ ଏ’ ଦଳରେ ଓପନର ଶୁବମନ ଗିଲ, ଅଭିମନ୍ୟୁ ଈଶ୍ୱରନ ଓ ପ୍ରିୟଙ୍କ ପଞ୍ଚାଲ ରହିଛନ୍ତି। ଲୋକେଶ ରାହୁଲ ମଧ୍ୟ ଭଲ ପ୍ରଦର୍ଶନ କରି ପୁଣି ସ୍ଥାନ ଫେରିପାଇବାକୁ ପ୍ରୟାସ କରିବେ। ସେହିପରି ଆଘାତ ସମସ୍ୟା କାରଣରୁ ଯୁବ ଓପନର ପୃଥ୍ବୀ ଶ’ ମଧ୍ୟ ଦଳକୁ ଫେରିବାକୁ ବ୍ୟଗ୍ର ଅଛନ୍ତି। ରୋହିତ ଭାରତୀୟ ପିଚ୍‌ରେ ସଫଳ ହେଲେ ମଧ୍ୟ ନ୍ୟୁଜିଲାଣ୍ଡ ପିଚ୍‌ରେ ଏହା ଦୋହରାଇବେ ସେ ନେଇ କୌଣସି ଗ୍ୟାରେଣ୍ଟି ନାହିଁ। ଦିନିକିଆରେ ଶ୍ରେଷ୍ଠ ଓପନର ମାନ୍ୟତା ପାଇଥିଲେ ମଧ୍ୟ ରୋହିତଙ୍କ ପାଇଁ ଆଗକୁ ଅଗ୍ନି ପରୀକ୍ଷା ରହିଛି। ଆଗାମୀ ୬ ମାସ ମଧ୍ୟରେ ତାଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ।
ବୋର୍ଡ ସଭାପତି ଏକାଦଶ: ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ପ୍ରିୟଙ୍କ ପଞ୍ଚାଲ, ଅଭିମନ୍ୟୁ ଈଶ୍ୱରନ, କରୁନ ନାୟାର, ସିଦ୍ଧେଶ ଲାଡ, କେ.ଏସ. ଭରତ (ଉଇକେଟ କିପର), ଜଲାଜ ଏସ୍‌ ସାକସେନା, ଧର୍ମେନ୍ଦ୍ରସିନ ଜାଡେଜା, ଆଭେସ ଖାଁ, ଇଶାନ ପୋରେଲ, ଶାର୍ଦ୍ଦୁଳ ଠାକୁର ଓ ଉମେଶ ଯାଦବ।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), ଟେମ୍ବା ବଭୁମା (ଉପ- ଅଧିନାୟକ), ଥେଉନିସ୍‌ ଡି ବ୍ରୁଏନ, କ୍ୱିଣ୍ଟନ ଡିକକ, ଡିନ୍‌ ଏଲଗାର, ଜୁବେର ହମ୍‌ଜା, କେଶବ ମହାରାଜ, ଏଡେନ ମାରକ୍ରାମ, ସେନୁରାନ ମୁଥୁସାମି, ଲୁନ୍‌ଗି ଏନ୍‌ଗିଡି, ଅନରିଚ ନୋର୍ଜ, ଭର୍ନନ ଫିଲାଣ୍ଡର, ଡେନ ପିଟ୍‌, କାଗିସୋ ରାବାଡ଼ା ଓ ରୁଡି ସେକେଣ୍ଡ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri