ମାଲକାନଗିରି ଜିଲା ଚିଠି: କ୍ଷତି ସହୁଛି ଚାଷୀ, ଫାଇଦାରେ ବୀମା କମ୍ପାନୀ

ଚାଷୀଙ୍କ ସମସ୍ୟା କେବେହେଲେ ସୁଧୁରୁନାହିଁ। ଋଣ, ମରୁଡ଼ି, ବନ୍ୟା ବିତ୍ପାତଜନିତ ସମସ୍ୟାରେ ଫସଲ ନଷ୍ଟ ହୋଇ ଚାଷୀ କ୍ଷତି ସହୁଛି। ସବୁ ସହି ଯାହା ଧାନ ଅମଳ କରେ ନିଜ ଚଳିବା ଲାଗି ବର୍ଷକ ପାଇଁ ରଖି ବଳକା ଧାନ ବିକ୍ରି କରିବାକୁ ସେ ସରକାରୀ ମଣ୍ଡିକୁ ଯାଏ। ସେଠାରେ ମଧ୍ୟ ସମସ୍ୟା ତା’ ପିଛା ଛାଡେନି। ମିଲରମାନେ ଧାନ କିଣିବା ବେଳେ କୁଇଣ୍ଟାଲ ପିଛା ୫ରୁ ୧୦ କେଜି ଯାଏ ଧାନ କାଟିନିଅନ୍ତି। ଏହାକୁ ନେଇ ମୁହାଁମୁହିଁ ଅବସ୍ଥାକୁ ଆସି ମିଲରମାନେ ଦୀର୍ଘଦିନ ଧରି ମଣ୍ଡିରୁ ଧାନ ଉଠାନ୍ତିନାହିଁ। ଚାଷୀ ରାତିରାତି ଶୀତ କାକରରେ ପଡିରହି ମଣ୍ଡିରେ ନିଜ ଧାନ ଜଗିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ଆଦିବାସୀ ବହୁଳ ଜିଲାରେ ଚାଷୀମାନେ ଧାନ ବିକ୍ରି ପାଇଁ ଅନ୍‌ଲାଇନରେ ନାମ ପଞ୍ଜୀକୃତ କରିବା ନେଇ ସୃଷ୍ଟି ହେଉଥିବା ସମସ୍ୟା। ଅନେକ ସମୟରେ ଜିଲାରେ ଇଣ୍ଟରନେଟ ସମସ୍ୟା ଯୋଗୁ ଚାଷୀ ପଞ୍ଜୀକରଣ କରି ନ ପାରି ବାରମ୍ବାର ବିଭିନ୍ନ କାର୍ଯ୍ୟାଳୟ ଓ ଘରୋଇ ଇଣ୍ଟରନେଟ ସଂସ୍ଥାକୁ ଦୌଡି ନିରାଶ ହୋଇଥାଏ। ଫଳରେ ଶତ ପ୍ରତିଶତ ଚାଷୀ ମଣ୍ଡିରେ ସେମାନଙ୍କ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇ ନ ପାରି ଶେଷରେ ବାଧ୍ୟହୋଇ ସେମାନେ ଦଲାଲମାନଙ୍କୁ କମ୍‌ଦରରେ ଧାନ ବିକ୍ରି କରିଥାନ୍ତି।

ଏ ତ ଗଲା ମଣ୍ଡିରେ ଧାନ ବିକ୍ରି କଥା। ମାତ୍ର ଚାଷପାଇଁ ସମବାୟ ବ୍ୟାଙ୍କରୁ ଋଣ ନେଇ ସେସମୟରେ କରିଥିବା ବୀମା କ୍ଷେତ୍ରରେ ମଧ୍ୟ ସେ ଠକେଇର ଶିକାର ହୋଇଥାଏ। ବ୍ୟାଙ୍କରୁ ଋଣ ନେବା ବେଳେ ସେ ସମୟରେ ଚାଷୀଙ୍କୁ ବୀମା କରିବା ପାଇଁ ବାଧ୍ୟ କରାଯାଉଛି। ବୀମା କମ୍ପାନୀଗୁଡିକ ଋଣ ନେଇଥିବା ଚାଷୀଙ୍କ ବୀମା ବାବଦ ଅର୍ଥ ବ୍ୟାଙ୍କରୁ ନେଇଯାଇଥାନ୍ତି। ମାତ୍ର ଚାଷୀ ବନ୍ୟା, ବାତ୍ୟା, ମରୁଡି ପରି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହେଲେ ବୀମା ଦ୍ୱାରା କ୍ଷତିପୂରଣ ପାଇ ନ ଥାନ୍ତି। ଏ ଦିଗରେ କୃଷି ବିଭାଗ କ୍ଷେତ୍ର କର୍ମଚାରୀମାନେ କ୍ଷତିଗ୍ରସ୍ତ ଚାଷଜମି ସମ୍ପର୍କରେ ଠିକ୍‌ ତଥ୍ୟ ଜିଲା ପ୍ରଶାସନକୁ ନ ଦେବା ଏବଂ ଜିଲା ପ୍ରଶାସନ କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ସରକାର ଓ ବୀମା କମ୍ପାନୀକୁ ଦେଉ ନ ଥିବାରୁ ବୀମା କମ୍ପାନୀ ଚାଷୀଙ୍କୁ କ୍ଷତିପୂରଣ ବାବଦ ଅର୍ଥ ଦେଉନାହାନ୍ତି। ଫଳରେ ବୀମା କମ୍ପାନୀ ଫାଇଦାରେ ରହୁଥିବା ବେଳେ ଚାଷୀ କିଛି ପାଏନାହିଁ। ଜିଲାରେ ୨୦୧୭-୧୮ରେ ୩ଟି ସମବାୟ ବ୍ୟାଙ୍କ ଅଧୀନରେ ଥିବା ୮ଟି ଲ୍ୟାମ୍ପ ମାଧ୍ୟମରେ ୧୭ହଜାର ୮୪୬ ଜଣ ଚାଷୀଙ୍କୁ ୬୦ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଏହି ସମୟରେ ବୀମା ବାବଦରେ ଚାଷୀଙ୍କଠାରୁ ରଖାଯାଇଥିବା ୭୧ ଲକ୍ଷ ୫୦ ହଜାର ଟଙ୍କା ରୟାଲ ସୁନ୍ଦରମ୍‌ ନାମକ ବୀମା କମ୍ପାନୀ ନେଇଥିଲା। ସେହିପରି ୨୦୧୯ ଜୁଲାଇ ପର୍ଯ୍ୟନ୍ତ ଜିଲାର ୮୪୦୩ ଚାଷୀଙ୍କୁ ୨୮ କୋଟି ୧୯ ଲକ୍ଷ ୫୭ ହଜାର ଋଣ ପ୍ରଦାନ କରାଯାଇଛି। ସେଥିରୁ ବୀମା କମ୍ପାନୀ ୫୩ ଲକ୍ଷ ୮୧ ହଜାର ଟଙ୍କା ନେଇଛି। ୨ବର୍ଷରେ ବୀମା କମ୍ପାନୀ ମୋଟ ୧ କୋଟି ୨୫ ଲକ୍ଷ ୫୩ ହଜାର ଟଙ୍କା ନେଇଛି। ଏହି ୨ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା ବାତ୍ୟା ଓ ଅଦିନିଆ ବର୍ଷାରେ ଚାଷୀଙ୍କ ଅନେକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଗତ ଅଗଷ୍ଟ ମାସରେ ମଧ୍ୟ ଜିଲାରେ ପ୍ରବଳ ବର୍ଷା ଯୋଗୁ ୫ ଥର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଅନେକ ଚାଷୀଙ୍କ ଜମିରେ ଧାନଚାଷ ନଷ୍ଟ ହୋଇଛି। ଏନେଇ ଜିଲା ପ୍ରଶାସନ ଜିଲାରେ ୧୧ଶହ ଏକର ଧାନଚାଷ ନଷ୍ଟ ହୋଇଥିବା ସରକାରଙ୍କୁ ରିପୋର୍ଟ ଦେଇଛନ୍ତି। ତେବେ ଏହି କ୍ଷତିଗ୍ରସ୍ତ ଚାଷୀ ବୀମା ଅର୍ଥ ପାଇବେ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଗତ ୨ବର୍ଷର କ୍ଷୟକ୍ଷତି ସମ୍ପର୍କରେ ଜିଲା ପ୍ରଶାସନ ତଥ୍ୟ ସଂଗ୍ରହ କରିନାହିଁ କିମ୍ବା ସରକାରଙ୍କୁ ରିପୋର୍ଟ ଦେଇନାହିଁ।

– ଦୁର୍ଯ୍ୟୋଧନ ପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri