ସାର ପାଇଁ ଆଧାର: ଚାଷୀଙ୍କ ଆକାଉଣ୍ଟକୁ ଯିବ ସବ୍‌ସିଡି ଟଙ୍କା; ଆସନ୍ତାବର୍ଷରୁ କାର୍ଯ୍ୟକାରୀ ହେବ ଡିବିଟି

ଭୁବନେଶ୍ୱର,୨୨। ୯(ବ୍ୟୁରୋ): ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ନେବା ଏବଂ ଧାନ ବିକିବା ପାଇଁ ଆଧାର କାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏବେ ଚାଷୀମାନେ କିଣୁଥିବା ସାର ରିହାତି ଲାଗି ଆଧାର ସଂଯୋଗ କରାଯିବ। ରାଜ୍ୟରେ ଆସନ୍ତାବର୍ଷରୁ ସାର କିଣିବା ପାଇଁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (ଡିବିଟି) ବ୍ୟବସ୍ଥା ଲାଗୁ ହେବ। ସାର ଉପରେ କେନ୍ଦ୍ର ସରକାର ଦେଉଥିବା ରିହାତି(ସବ୍‌ସିଡି) ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ସାର ଯୋଗାଣରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କର ଶତପ୍ରତିଶତ ଆଧାର ଲିଙ୍କ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଡିଲରମାନଙ୍କ ଠାରୁ ଚାଷୀ ସିଧାସଳଖ ସାର କିଣିବେ। ରନ୍ଧନ ଗ୍ୟାସ୍‌ ଭଳି ଚାଷୀଙ୍କୁ ପ୍ରଥମେ ସାରର ସମ୍ପୂର୍ଣ୍ଣ ଅର୍ଥ ଦେଇ କିଣିବାକୁ ପଡ଼ିବ। ପରେ ସବ୍‌ସିଡି କଟି ଚାଷୀଙ୍କ ଆକାଉଣ୍ଟକୁ ଯିବ । ଚାଷୀମାନେ ଡିଲରଙ୍କ ନିକଟରେ ନିଜର ଆଧାର ନମ୍ବର ଦେବାକୁ ହେବ। ଆଧାରକୁ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ କରାଯିବ। ସାର ନେବା ବେଳେ ଚାଷୀମାନେ ପଏଣ୍ଟ ଅଫ ସେଲ୍‌ ମେଶିନ(ପିଓଏସ୍‌)ରେ ଅଙ୍ଗୁଳି ଛାପ ଦେଇ ସାର କ୍ରୟ କରିବେ। ପ୍ରତ୍ୟେକ ଚାଷୀଙ୍କୁ ରସିଦ ଦିଆଯିବ। ଏହାଛଡା କେଉଁ ଡିଲର ନିକଟରେ କେତେକ ଚାଷୀ ସାର ନେଉଛନ୍ତି ତାହା ସହଜରେ ଜଣାପଡିଯିବ। ଡିଲରଙ୍କୁ ସାର କମ୍ପାନୀଗୁଡିକ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକାର ସାର ଯୋଗାଇ ଦେବେ। କୃଷି ବିଭାଗ ପକ୍ଷରୁ ଏ ନେଇ ସାର ବିକ୍ରି କରୁଥିବା ରାଜ୍ୟରେ ଥିବା ୧୧ ହଜାର ଡିଲରଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ସେମାନଙ୍କୁ ତାଲିମ ଦିଆଯିବ। ଆଧାର ସଂଯୋଗ ଏବଂ ପିଓଏସ୍‌ ମେଶିନ କିପରି ବ୍ୟବହାର ହେବ ସେ ନେଇ ତାଲିମ ଦିଆଯାଉଛି ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଚାଷୀମାନେ ଡିଲରଙ୍କ ଠାରୁ ରିହାତି ଦରରେ ସାର ପାଉଛନ୍ତି। ଏଥିଯୋଗୁ ଅନେକ ସମୟରେ ସାରରେ ଜାଲିଆତି ହୋଇଥାଏ। ସାର ଯେଉଁ ମାନର ହେବା କଥା ତାହା ନ ହୋଇ ଭେଜାଲ ହୋଇଥାଏ। ଚାଷୀ ବିଲରେ ପକାଇଲେ ମଧ୍ୟ ତାହା କାମ ଦେଇ ନ ଥାଏ। ଫଳରେ ପ୍ରତ୍ୟେକ ବର୍ଷ ଜମିରେ ରାସାୟନିକ ସାର ପରିମାଣ ବଢି ବଢି ଛାଲିଛି। ୨୦୦୦ରେ ରାଜ୍ୟରେ ପ୍ରତି ହେକ୍ଟରରେ ୨୦ରୁ ୨୫ କେଜି ସାର ବ୍ୟବହାର କରାଯାଉଥିବା ବେଳେ ୨୦୧୯ରେ ପ୍ରତି ହେକ୍ଟରରେ ୬୨ରୁ ୬୩ କିଲୋ ପ୍ରୟୋଗ କରାଯାଉଛି। କେନ୍ଦ୍ର ସରକାର ଚାଷୀଙ୍କୁ ସହାୟତା କରିବାକୁ ରିହାତି ଦରରେ ସାର ଯୋଗାଇ ଦେବା ପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହାର ଫାଇଦା ଚାଷୀଙ୍କୁ ମିଳି ପାରୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସିଧାସଳଖ ରିହାତି ଦେବାକୁ ଆଧାର ସଂଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ରାଜ୍ୟ ସାର ମାନ ନିୟନ୍ତ୍ରଣ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୨-୧୩ରେ ରାଜ୍ୟର ବିଭିନ୍ନ ଜିଲାରୁ ୧୧୫୪ ସାର ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୩୮ଟି ନମୁନା କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ମାନର ନ ଥିଲା। ସେହିପରି ୨୦୧୩-୧୪ରେ ୬୯, ୨୦୧୪-୧୫ରେ ୧୧୩, ୨୦୧୫-୧୬ରେ ୧୮୧, ୨୦୧୬-୧୭ରେ ୧୬୩, ୨୦୧୭-୧୮ରେ ୨୨୨ ଏବଂ ୨୩୯ଟି ନମୁନା ନିର୍ଦ୍ଧାରିତ ମାନର ନ ଥିଲା। ବିଶେଷ କରି ଗଜପତି, ଭଦ୍ରକ, ଯାଜପୁର, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଆଦି ଜିଲାରେ ବହୁ ମାତ୍ରାରେ ନକଲି ସାର ବିକ୍ରି ହେଉଥିବା ପରୀକ୍ଷାରୁ ଜଣାପଡିଛି। ପ୍ରତ୍ୟେକ ବର୍ଷ ନକଲି ସାର ବିକ୍ରି ବୃଦ୍ଧି ପାଉଥିବା ଜଣାପଡିଛି। ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ପାଇଁ ବାର୍ଷିକ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ସହିବାକୁ ପଡୁଛି। ସାର ଜାଲିଆତି ରୋକିବା ସହିତ ଡିଲର ପଏଣ୍ଟରୁ ଚାଷୀଙ୍କୁ ସାର ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁ ଡିଲର ପଏଣ୍ଟରେ ସାର ଗୁଣବତ୍ତା ଠିକ୍‌ ରହିବ ନାହିଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

୮ ବର୍ଷ ପରେ କେନ୍ଦ୍ରୀୟ ବିଦ୍ୟାଳୟ ପାଳିଲା ବାର୍ଷିକ ଉତ୍ସବ : ଉପ ଜିଲାପାଳ କହିଲେ…

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଦୀର୍ଘ ୮ ବର୍ଷ ପରେ ଶନିବାର ସନ୍ଧ୍ୟାରେ ତ ବାର୍ଷିକ ଉତ୍ସବ ପାଳନ କରିଛି। ୨୦୧୭...

ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ବାହାରିଲା ୧୧ ଫୁଟ୍‌ର ଅହିରାଜ ସାପ, କରୁଥିଲା ଭୟଙ୍କର ଗର୍ଜନ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri