ଆକର୍ଷଣୀୟ ରିହାତି ଦେଉଛି ଦୁରିଆନ୍‌

ଭୁବନେଶ୍ୱର,୧୮-୪: ପ୍ରମୁଖ ଫର୍ନିଚର ବ୍ରାଣ୍ଡ ଦୁରିଆନ ପକ୍ଷରୁ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକମାନେ ଦୁରିଆନର ଶୋ’ରୁମରେ ଫ୍ଲାଟ ୫୦% ରିହାତି ପାଇ ପାରିବେ। ଏହି ଅଫର ବଛାବଛା ହୋମ୍‌ ଏବଂ ଅଫିସ ଫର୍ନିଚର ଉପରେ ଲାଗୁ ହେବ। ମାର୍ଚ୍ଚ ୩୦ରୁ ଆରମ୍ଭ ହୋଇଥିବା ଅଫର ସୀମିତ ସମୟ ଲାଗି ରହିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। କମ୍ପାନୀ ସାରା ଦେଶରେ ୩୭ ଷ୍ଟୋର ସହ ପ୍ରଡକ୍ଟ ଏବଂ ସେବା ଯୋଗାଣ କରୁଛି। ଭୁବନେଶ୍ୱରର ସାମନ୍ତରାପୁରଠାରେ ଗ୍ରାହକ ଏହି ଅଫର ଲାଭ କରି ପାରିବେ। ସୋଫା, ଟିପଏ,ଡାଇନିଂ, ବେଡ୍‌ ରୁମ ଏବଂ ଅଫିସ ଫର୍ନିଚର ବର୍ଗରେ ବିସ୍ତୃତ ପ୍ରଡକ୍ଟ ଗ୍ରାହକ ପାଇପାରିବେ। ଭୁବନେଶ୍ୱରର ଶୋ’ରୁମ ୧୫,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ଅବସ୍ଥିତ। ଗ୍ରାହକମାନେ ସେମାନଙ୍କ ଆବଶ୍ୟକତା ମୁତାବକ ବିଭିନ୍ନ ପ୍ରଡକ୍ଟ ଏଠାରେ ଲାଭ କରିବାକୁ ସକ୍ଷମ ହେବେ ବୋଲି ଦୁରିଆନର ରାଜ୍ୟ ମୁଖ୍ୟ ଅଜୟ ଶର୍ମା ସୂଚନା ଦେଇଛନ୍ତି। ଏଠାରେ ପ୍ୟୁର ଲେଦର, ଫ୍ୟାବ୍ରିକର ବିଭିନ୍ନ ପ୍ରଡକ୍ଟ ମଧ୍ୟ ସାମିଲ ରହିଛି। ବଜାଜ , ଏଚ୍‌ଡିଏଫ୍‌ସି ଏବଂ କ୍ରେଡିଟ କାର୍ଡରେ ସହଜ  ଇଏମ୍‌ଆଇ ରହିଛି। ପେଟିଏମ୍‌ ମଲରେ ପେମେଣ୍ଟ ଉପରେ ବୋନାଞ୍ଜା ଗିଫ୍ଟ ଭାଉଚର ପାଇବେ। ଅଫରକୁ ଗ୍ରାହକଙ୍କ ଲାଗି କଷ୍ଟମାଇଜ କରାଯାଇଛି। ଗ୍ରାହକଙ୍କ ଚାହିଦାରେ ପରିବର୍ତ୍ତନ ଆସିଥିବାରୁ ବିଭିନ୍ନ ବର୍ଗର ଗ୍ରାହକଙ୍କୁ ବିଚାର କରି ପ୍ରଡକ୍ଟ ଡିଜାଇନ ହୋଇଥିବା ଶର୍ମା କହିଛନ୍ତି। ପ୍ରତି ପ୍ରଡକ୍ଟ ଉପରେ ଗ୍ରାହକ ୫ ବର୍ଷର ଓ୍ବାରେଣ୍ଟ ଏବଂ ସହଜ ଡେଲିଭରି ସୁବିଧା ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri