ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର,୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ୨ ଭାଇ ଗିରଫ ହୋଇଛନ୍ତି। ସେମାନେ ହେଲେ ଜଗତ୍‌ସିଂହପୁର ଥାନା ଇଚ୍ଛାପୁର ଗ୍ରାମର ଜ୍ଞାନରଞ୍ଜନ ନାୟକ ଓରଫ ଆଦି ଓରଫ ଆସିକ୍ସ (୨୦) ଓ ତାଙ୍କ ବଡ ଭାଇ ବିଶ୍ୱ ରଞ୍ଜନ ନାୟକ (୨୪)। ଜ୍ଞାନଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କାର ଆଇଫୋନ, ୪୦ ହଜାର ଟଙ୍କାର ଆଉ ଏକ ମୋବାଇଲ ଫୋନ ଓ ବିଶ୍ୱଙ୍କଠାରୁ ୧ ଲକ୍ଷ ୩୨ ହଜାର ଟଙ୍କାର ଏକ ମୋବାଇଲ ଫୋନ ଜବତ କରାଯାଇଛି। ଶୁକ୍ରବାର ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଅଙ୍କିତ ବର୍ମା ଏନେଇ ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି, ୧୪ ତାରିଖରେ ପୀଡ଼ିତା ଜଗତ୍‌ସିଂହପୁର ଥାନାରେ ଅଭିଯୋଗ କଲାପରେ ପ୍ରସଙ୍ଗର ଗମ୍ଭୀରତା ଦୃଷ୍ଟିରୁ ତତ୍କାଳ ଜଗତ୍‌ସିଂହପୁର ଥାନା ମାମଲା (ନଂ.୪୦୦/୨୬) ରୁଜୁ କରାଯାଇ ଏକ ଟିମ୍‌ ଗଠନ କରାଯାଇଥିଲା।
ତଦନ୍ତରୁ ଜଣାଯାଇଥିଲା ଯେ, ୨୦୨୪ରେ ପୀଡ଼ିତା ଭୁବନେଶ୍ୱରରେ ରହୁଥିବାବେଳେ ଜ୍ଞାନଙ୍କ ସହ ସାମାଜିକ ଗଣମାଧ୍ୟମ ଜରିଆରେ ସମ୍ପର୍କରେ ଆସିଥିଲେ। କିନ୍ତୁ ଜ୍ଞାନ ଓ ଭାଇ ବିଶ୍ୱ ଯୋଜନା ମୁତାବକ ତାଙ୍କୁ ଶୋଷଣ କରିବାକୁ ଚକ୍ରାନ୍ତ ରଚିଥିଲେ। ଯୋଜନା ଅନୁଯାୟୀ ଜ୍ଞାନ ଯୁବତୀଙ୍କୁ ଭୁବନେଶ୍ୱର ଡେଲ୍ଟା ସ୍କୋୟାରସ୍ଥିତ ତାଙ୍କ ଭଡା ଘରକୁ ଡାକି ବଳାତ୍କାର କରିଥିଲେ। ଏଭଳି ବିଭିନ୍ନ ସମୟରେ ଏକାଧିକ ଥର ବଳାତ୍କାର କରିବା ସହ ଅଶ୍ଳୀଳ ଫଟୋ ଉଠାଇଥିଲେ। ପୀଡ଼ିତା ୪ ମାସର ଗର୍ଭବତୀ ହୋଇଯିବାରୁ ତାଙ୍କୁ ବିଶ୍ୱ ରହୁଥିବା କଟକ ସିଡିଏ ସେକ୍ଟର ୯ (ଗଣେଶ ପ୍ୟାଲେସ ପାଖ)ରେ ୫ ଦିନ ରଖି ୨୦୨୫ ମେ ମାସରେ ଗର୍ଭ ନଷ୍ଟ କରି ଦେଇଥିଲେ। ସିଡିଏରେ ରହିବା ଭିତରେ ବିଶ୍ୱ ମଧ୍ୟ ସମ୍ପୃକ୍ତା ଯୁବତୀଙ୍କୁ ବଳାତ୍କାର କରିଥିଲେ। କେବଳ ଏତିକି ନୁହେଁ, ଅଭିଯୁକ୍ତଦ୍ୱୟ ପୀଡ଼ିତାଙ୍କୁ ହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ସୌଭାଗ୍ୟବଶତ ସେ ଖସିଯାଇ ଘରେ ସବୁକଥା କହିଥିଲେ। ଏ ପରିସ୍ଥିତିରେ ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ପରିବାର ଲୋକେ ଥାନାରେ ଆଶ୍ରୟ ନେଇ ନ ଥିଲେ। ପୀଡ଼ିତା ଅଭିଯୁକ୍ତ ଦ୍ୱୟଙ୍କ ଫୋନ ନମ୍ବର ନିଜ ମୋବାଇଲରୁ ବ୍ଲକ କରି ଦେଇଥିଲେ। ଏହାସତ୍ତ୍ବେ ଜ୍ଞାନ ସାମାଜିକ ଗଣମାଧ୍ୟମ ଓ ବ୍ୟକ୍ତିଗତ ଭାବେ ନିର୍ଯାତନା ଦେଇ ଚାଲିଥିଲେ। ଏପରି କି ପୀଡ଼ିତାଙ୍କ ଅଶ୍ଳୀଳ ଫଟୋ ତାଙ୍କ ଭଉଣୀଙ୍କ ପାଖକୁ ପଠାଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ବ୍ଲାକ୍‌ ମେଲିଂ ଭିତରେ ଅଭିଯୁକ୍ତ ଜ୍ଞାନ ପୀଡ଼ିତା ଓ ତାଙ୍କ ଭଉଣୀଙ୍କଠାରୁ ଡିଜିଟାଲ ଓ୍ବାଲେଟ୍‌ ଓ ନଗଦ ଆକାରରେ ୨ ଲକ୍ଷ ଟଙ୍କା ନେଇ ଯାଇଥିଲେ। ପୀଡ଼ିତା ଏହା ଭିତରେ ପାରାଦୀପର ଏକ କମ୍ପାନୀରେ ଚାକିରି ପାଇ ଯାଇଥିଲେ। ଏହା ଜାଣି ଅଭିଯୁକ୍ତମାନେ ପୁଣି ବ୍ଲାକମେଲିଂ କରିବାରୁ ପୀଡ଼ିତା ବାଧ୍ୟ ହୋଇ ଗତ ଜାନୁଆରୀରେ ଚାକିରି ଛାଡି ଦେଇଥିଲେ। ପୂର୍ବରୁ ପୀଡ଼ିତାଙ୍କ ନଁାରେ ଅଭିଯୁକ୍ତ ସିମ୍‌ କିଣିଥିଲେ। ତାହାକୁ ଆଧାର କରି ଅଭିଯୁକ୍ତମାନେ ଇ-ମେଲ ଓ ହ୍ବାଟ୍ସଆପ ଜରିଆରେ ପୀଡ଼ିତାଙ୍କ ଅଶ୍ଳୀଳ ଫଟୋ ଛାଡ଼ିଥିଲେ। ଏ ପରିସ୍ଥିତିରେ ପୀଡ଼ିତା ବାଧ୍ୟ ହୋଇ ବିଭିନ୍ନ ଫୋରମରେ ଅଭିଯୋଗ କରିଥିଲେ। ପରେ ଯେତେବେଳେ ଏସ୍‌ପିଙ୍କ ସହ ଯୋଗାଯୋଗ କଲେ ତା’ ପରେ ପୋଲିସ ତତ୍ପର ହୋଇଥିଲା। ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା। ଏ ସମ୍ପର୍କରେ ଏସ୍‌ପି କହିଛନ୍ତି ଜ୍ଞାନ ଇଣ୍ଟରନେଟ୍‌ ଓ ସାମାଜିକ ଗଣମାଧ୍ୟମରେ ବହୁ ସଂଖ୍ୟକ ମହିଳା/ଯୁବତୀମାନଙ୍କୁ ବିଭିନ୍ନ ମାଧ୍ୟମରେ ଆକର୍ଷିତ କରୁଥିଲେ। ବିଶେଷକରି କଲେଜ ପଢୁଆ ଯୁବତୀଙ୍କୁ ଜାଲରେ ପକାଇବା ପାଇଁ ଉଦ୍ୟମ କରୁଥିଲେ। ଏହାପରେ ସେମାନଙ୍କ ସହ ପ୍ରେମ ସମ୍ପର୍କ ବଢାଇ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ। ପରେ ସେମାନଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଉଠାଇ ବ୍ଲାକମେଲ କରି ମୋଟା ଅଙ୍କର ଅର୍ଥ ପାଉଥିଲେ। ଏହି ଅର୍ଥରେ ସେମାନେ ଭୁବନେଶ୍ୱରରେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ ସହ କ୍ରମାଗତ ଭାବେ ଗୋଆ ଓ ଅନ୍ୟ କେତେକ ସ୍ଥାନ ବୁଲିବାକୁ ଯାଉଥିଲେ। ଏହି ଖବରଦାତା ସମ୍ମିଳନୀରେ ଏସଡିପିଓ ରଶ୍ମିରଞ୍ଜନ ଦାଶ, ଜଗତ୍‌ସିଂହପୁର ଆଇଆଇସି ସୁଶାନ୍ତ ସାହୁ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?