ଋଣ ପରିଶୋଧ କରି ପାକ୍‌ ପରିବାରକୁ ୧୩୦ ବର୍ଷର ଦାସତ୍ୱରୁ ମୁକ୍ତକଲେ ବିଦେଶୀ

ଇସ୍‌ଲାମାବାଦ,୨୦ ୫: ବିଶ୍ୱ ଯେତେ ବିକଶିତ ହେଲେ ଓ ଆଗକୁ ବଢ଼ିଲେ ମଧ୍ୟ ସମ୍ବଳ ଓ କ୍ଷମତାର ଅଭାବ ଥିବା ଲୋକଙ୍କ ପାଇଁ ସ୍ବାଧୀନତା ଏକ ରହସ୍ୟମୟ ଧାରଣା। ଏବେ ବି ଅନେକ ଲୋକ ଗୋତି ଶ୍ରମିକ ଭଳି ଶୋଷଣମୂଳକ ବ୍ୟବସ୍ଥାରେ ଫସିରହିଛନ୍ତି। ନା ସରକାର ସେମାନଙ୍କ ପାଇଁ କିଛି କରୁଛି ନା ସମାଜ ସେମାନଙ୍କ ପାଇଁ ବ୍ୟସ୍ତ ହେଉଛି। ପାକିସ୍ତାନରେ ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି, ଯେଉଁଠି ଜଣେ ବିଦେଶୀ ଏକ ପରିବାରର ଋଣ ଶୁଝି ସେମାନଙ୍କୁ ୧୩୦ ବର୍ଷର ଦାସତ୍ୱରୁ ମୁକ୍ତ କରିଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ କସୁର ଅଞ୍ଚଳରେ ଉକ୍ତ ପରିବାର ୪ ପିଢ଼ି ହେଲା ଇଟା ଭାଟିରେ ଗୋତିଶ୍ରମିକ ଭାବେ କାମ କରିଆସୁଥିଲେ। ପୂର୍ବ ପିଢ଼ି ନେଇଥିବା ଋଣ ଶୁଝିପାରୁ ନ ଥିବାରୁ ସେମାନଙ୍କୁ ବହୁ ବର୍ଷ ଧରି ବିନା ପାରିଶ୍ରମିକରେ କାମ କରିବାକୁ ପଡ଼ୁଥିଲା।
‘ଏବେ ଦାସତ୍ୱର ଶେଷ’ ସ୍ଲୋଗାନ ସହ ଜୁବିଲି କ୍ୟାମ୍ପେନ୍‌ରେ ସମ୍ପୃକ୍ତ ଆରୋନ ହୁଚିଙ୍ଗ୍‌ସ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ସମ୍ବେଦନଶୀଳ ଭିଡିଓ ଶେୟାର କରି ଉକ୍ତ ପରିବାରକୁ ମୁକ୍ତ କରିବା ବିଷୟ ଉଲ୍ଲେଖ କରିଛନ୍ତି। ଅଭିଯାନର ୫ମ ଦିନରେ ଆମେ ଯେତେବେଳେ ସେମାନଙ୍କ ପାଖକୁ ଗଲୁ ଆଖିରେ ଲୁହ ଆଣିଦେବା ଭଳି ମୁହୂର୍ତ୍ତ ଥିଲା। ଆବେଗଭରା ଭିଡିଓଟି ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ଚର୍ଚ୍ଚାକୁ ଆସିଥିଲା। ଉକ୍ତ ପରିବାରକୁ ଋଣମୁକ୍ତ କରି ସ୍ବାଧୀନ ଭାବେ ବଞ୍ଚତ୍ବା ସୁଯୋଗ ଦେଇଥିବା ହୁଚିଙ୍ଗ୍‌ସଙ୍କ ଉଦ୍ୟମ ଓ ସହାୟତାକୁ ସୋସିଆଲ ମିଡିଆରେ ଉଚ୍ଚ ପ୍ରଶଂସା କରାଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?