Posted inଖେଳ

ସାଲିମା ମହିଳା ହକି ଦଳର ଅଧିନାୟିକା

ନୂଆଦିଲ୍ଲୀ,୧୮ା୫:ଆସନ୍ତା ଅଷ୍ଟ୍ରେଲିଆ ଟୁର୍‌ ପାଇଁ ପୁରୁଖା ମିଡ୍‌ଫିଲ୍ଡର ସାଲିମା ଟେଟେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ମନୋନୀତ ହୋଇଛନ୍ତି। ଡିଫେଣ୍ଡର ଲାଲ୍‌ଥାଣ୍ଟଲୁଆଙ୍ଗିଙ୍କୁ ପ୍ରଥମ ଥର ଦଳରେ ନିଆଯାଇଛି। ଜୁନ୍‌ ୧୫ରୁ ୨୧ ଅକଲାଣ୍ଡଠାରେ ଏଫ୍‌ଆଇଏଚ୍‌ ମହିଳା ନେଶନ୍ସ କପ୍‌ ହକି ଅନୁଷ୍ଠିତ ହେବ। ମ୍ୟାଚ୍‌ଗୁଡ଼ିକ ପର୍ଥରେ ମେ ୨୬ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ଭାରତ ଚଳିତବର୍ଷ ପ୍ରଥମ ଭାଗରେ ଆର୍ଜେଣ୍ଟିନାରେ ଚମତ୍କାର ପ୍ରଦର୍ଶନ କରି ୪ମ୍ୟାଚ ବିଶିଷ୍ଟ ସିରିଜରେ ଦୁଇଟି ମ୍ୟାଚରେ ବିଜୟ ଲାଭ କରିଥିଲା। ସାଲିମା ହେଉଛନ୍ତି ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସିଆନ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା।

ଦଳରେ ସ୍ଥାନ ପାଇଥିବା ଅନ୍ୟ ଅଭିଜ୍ଞ ଖେଳାଳିମାନେ ହେଲେ ସବିତା, ସୁଶିଲା ଚାନୁ ପୁଖରାମବାମ୍‌, ଲାଲ୍‌ରେମସିଆମି ଓ ନବନୀତ କୌର। ସବିତା ଓ ବିଚୁ ଦେବୀ ହେଉଛନ୍ତି ନିର୍ଭରଯୋଗ୍ୟ ଗୋଲ୍‌କିପର। ଡିଫେନ୍ସରେ ନିକ୍କି ପ୍ରଧାନ, ଇଶିକା ଚୌଧାରୀ, ସୁଶିଲା ଚାନୁ ପୁଖରାମବାମ୍‌, ଲାଲଥାଣ୍ଟ ଲୁଆଙ୍ଗି ଏବଂ ନବାଗତ ଶିଳ୍ପୀ ଦାବାସଙ୍କ ସହିତ ଜ୍ୟୋତି ସିନିୟର ଦଳରେ ସ୍ଥାନ ପାଇଛନ୍ତି। ମ୍ୟାଚଗୁଡ଼ିକ ମେ’ ୨୬, ୨୭, ୨୯ ଏବଂ ୩୦ରେ ଖେଳାଯିବ।

ଭାରତୀୟ ମହିଳା ହକି ଦଳ: ଗୋଲକିପର: ସବିତା, ବିଚୁ ଦେବୀ ଖରିବାମ୍‌। ଡିଫେଣ୍ଡର: ନିକ୍କି ପ୍ରଧାନ, ଇଶିକା ଚୌଧରୀ, ସୁଶିଲା ଚାନୁ ପୁଖରାମବାମ୍‌, ଲାଲଥାଣ୍ଟ ଲୁଆଙ୍ଗି, ଜ୍ୟୋତି ଓ ଶିଳ୍ପୀ ଦାବାସ। ମିଡ୍‌ଫିଲ୍ଡର: ସାଲିମା ଟେଟେ, ଲାଲରେମ୍‌ସିଆମି, ନେହା, ସାକ୍ଷୀ ରାଣା, ସୁନେଲିତା ଟୋପେ୍‌, ଦୀପିକା ସୋରେଙ୍ଗ ଓ ସୋନମ। ଫରଓ୍ବାର୍ଡ: ନଭନୀତ କୌର୍‌, ବଲ୍‌ଜିତ୍‌ କୌର, ଦୀପିକା, ଅନୁ, ଇଶିକା, ହୀନା ବାନୋ ଓ ଋତୁଜା ଦାଦାସୋ ପିସାଲ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri