Posted inଖେଳ

ବିଶ୍ୱକପ୍‌ ଆଗରୁ ସ୍ପେନକୁ ବଡ଼ ଝଟ୍‌କା, ବାଦ୍‌ ପଡ଼ିଲେ ଏହି ଖେଳାଳି

ବାର୍ସେଲୋନା,୧୯ା୫: ସ୍ପେନ ମିଡ୍‌ଫିଲ୍ଡର ଫର୍ମିନ ଲୋପେଜ ଆହତ ସମସ୍ୟା ଯୋଗୁ ଫିଫା ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ଡାହାଣ ଗୋଡ଼ ଫ୍ରାକ୍‌ଚର ହୋଇଥିବା ବାର୍ସେଲୋନା ପକ୍ଷରୁ କୁହାଯାଇଛି। ରବିବାର ଖେଳାଯାଇଥିବା ସ୍ପାନିଶ ଲିଗ୍‌ ମ୍ୟାଚ୍‌ରେ ୨୩ ବର୍ଷୀୟ ଲୋପେଜଙ୍କ ଗୋଡ଼ରେ ଆଘାତ ଲାଗିଛି।

ତାଙ୍କୁ ଅସ୍ତ୍ରୋପଚାରର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ସେ କେବେ ସୁଦ୍ଧା ରିକଭର କରିବେ ସେ ନେଇ କ୍ଲବ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇ ନାହିଁ। କିନ୍ତୁ ଆସନ୍ତା ମାସରେ ହେବାକୁ ଥିବା ବିଶ୍ୱକପ୍‌ ପୂର୍ୱରୁ ସେ ଫିଟ୍‌ ହେବାର ବିଶେଷ ସମ୍ଭାବନା ନାହିଁ।

ଲୋପେଜଙ୍କ ପ୍ରତିନିଧିତ୍ୱରେ ସ୍ପେନ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଫ୍ରାନ୍ସ ବିପକ୍ଷ ଫାଇନାଲରେ ସେ ଦୁଇଟି ଗୋଲ କରିବା ସହ ଟୁର୍ନାମେଣ୍ଟରେ ମୋଟ ୬ ଗୋଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ୧ ଲକ୍ଷ ଏକରରେ ହେବ କଫି ଚାଷ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ବଡ଼ ପରାମର୍ଶ ଦେଇଛନ୍ତି। ଜୈବିକ ପ୍ରଣାଳୀରେ ଚାଷ କରିବାକୁ ଚାଷୀଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଧାନ…

ଭୋଟ ଦେବାର ୪୮ ଘଣ୍ଟା ପୂର୍ବରୁ ମୁଣ୍ଡ ନୁଆଁଇଲେ ‘ପୁଷ୍ପା’; ଫଲଟା ଉପନିର୍ବାଚନ ଦୌଡ଼ରୁ ଓହରିଗଲେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ

କୋଲକାତା,୧୯।୫: ପଶ୍ଚିମବଙ୍ଗର ଫଲଟା ବିଧାନସଭା ଆସନ ପାଇଁ ଆଗାମୀ ଉପନିର୍ବାଚନର ମାତ୍ର ଦୁଇ ଦିନ ପୂର୍ବରୁ ରାଜ୍ୟ ରାଜନୀତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି। ଜାହାଙ୍ଗୀର ଖାନ…

ଇନଷ୍ଟାଗ୍ରାମରୁ ଯୁବକଙ୍କୁ ପ୍ରେମ କରି ଶ୍ବଶୁର ଘରୁ ଫେରାର୍‌ ହୋଇଗଲେ ବିବାହିତା ମହିଳା, ଥାନାରେ ସ୍ବାମୀ ପହଞ୍ଚି…

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗାଁରୁ ଜଣେ ବିବାହିତା ମହିଳା ସୋମବାର ଫେରାର୍‌ ହୋଇଯାଇଥିବା ଅଭିଯୋଗ ହୋଇଛି।ଏନେଇ ତାଙ୍କ ସ୍ବାମୀ ଦିଗପହଣ୍ଡି…

ଅଙ୍ଗନୱାଡ଼ିରୁ ମିଳୁଥିବା ବାଦାମ ଚିକି ଖାଇ ଗର୍ଭବତୀ ଗୁରୁତର, ସିଡିପିଓ ଅଫିସରେ ଧାରଣା ଦେଲେ ଲୋକେ

ବନ୍ତ,୧୯।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ବନ୍ତ ପଞ୍ଚାୟତର ସଖୀପାଟଣା ଅଙ୍ଗନୱାଡ଼ି କେନ୍ଦ୍ରରୁ ମିଳିଥିବା ଅସ୍ବାସ୍ଥ୍ୟକର ପୃଷ୍ଟିକର ଖାଦ୍ୟ ଖାଇ ଜଣେ ଗର୍ଭବତୀ ମହିଳା…

ଭାଜପାରେ ଯୋଗଦେବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ? ଏମପିଙ୍କ ବଡ଼ ଦାବି: ରେବନ୍ତ ରେଡ୍ଡି ହେବେ ପରବର୍ତ୍ତୀ ଶୁଭେନ୍ଦୁ ଅଧିକାରୀ

ହାଇଦ୍ରାବାଦ,୧୯।୫: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ନେଇ ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହା ସବୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ – ‘ମୋ ସହିତ ଯୋଗଦେବା ଭଲ’…

ପୂର୍ବ ଶତ୍ରୁତା, ପଡୋଶୀଙ୍କ କାତି ଚୋଟରେ ଯୁବକ ଗୁରୁତର

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁରରେ ଅଭାବନୀୟ ଘଟଣା । ବଡ଼ସାହିର ଦୀପକ ସେଠୀଙ୍କ କାତି ଚୋଟରେ ପଡୋଶୀ ଡି.ବିଜୟ(୪୫) ଗୁରୁତର ଆହତ…

‘ବିପଜ୍ଜନକ କୁକୁରମାନଙ୍କୁ ମାରାତ୍ମକ ଇଞ୍ଜେକ୍ସନ ଦିଅ’: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୯।୮: ସୁପ୍ରିମକୋର୍ଟ ୭ ନଭେମ୍ବର, ୨୦୨୫ରେ ବୁଲା କୁକୁରଙ୍କ ସ୍ଥାନାନ୍ତର ଏବଂ ବାକରଣ ସମ୍ପର୍କରେ ତାଙ୍କର ଆଦେଶକୁ ସଂଶୋଧନ କିମ୍ବା ପ୍ରତ୍ୟାହାର କରିବାକୁ ସମସ୍ତ ଆବେଦନକୁ ଖାରଜ…

ଶ୍ରୀଲଙ୍କା ଗସ୍ତ କରିବ ଭାରତ, ଅଗଷ୍ଟରେ ଟେଷ୍ଟ ସିରିଜ୍‌

କଲମ୍ୱୋ,୧୯ା୫: ଶ୍ରୀଲଙ୍କା-ଭାରତ ମଧ୍ୟରେ ଟେଷ୍ଟ ସିରିଜ୍‌ ଆସନ୍ତା ଅଗଷ୍ଟ ଦ୍ୱିତୀୟାର୍ଦ୍ଧରେ ଖେଳାଯିବ। ଏହି ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଉଭୟ ମ୍ୟାଚ୍‌ ଲାଗି ଏପର୍ଯ୍ୟନ୍ତ ତାରିଖ ଚୂଡ଼ାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri