ଭୋକ ମେଣ୍ଟାଇବାକୁ ଶିଶୁ ବିକ୍ରି କରୁଛନ୍ତି ଏହି ଦେଶର ଲୋକେ

ଘୋର,୨୦ା୫:ଆଫ୍‌ଗାନିସ୍ତାନରେ ଲୋକମାନଙ୍କ ଅର୍ଥନୈତିକ ସ୍ଥିତି ବିଗିଡ଼ିଗଲାଣି। କାମ ଧନ୍ଦା ମିଳୁ ନ ଥିବାରୁ ଲୋକମାନେ ଖାଇବାକୁ ପାଉନାହାନ୍ତି। ଅଧିକାଂଶଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଲାଣି। ସକାଳ ହେବା ମାତ୍ରେ, ଆଫଗାନିସ୍ତାନର ଘୋର ପ୍ରଦେଶର ରାଜଧାନୀ ଚାଘଚାରାନରେ ଲୋକମାନେ କାମ ପାଇଁ ପଡ଼ିଆରେ ଭିଡ଼ ଲଗାଉଛନ୍ତି। ଯାହାକୁ କାମ ମିଳିଲା, ସେ ପରିବାର ପାଇଁ ଖାଦ୍ୟ ଯୋଗାଡ଼ କରିବାରେ ସକ୍ଷମ ହେଉଥିବାବେଳେ ଅନ୍ୟମାନେ ଭୋକ ଉପାସରେ କାଳାତିପାତ କରୁଛନ୍ତି। ଏପରି କି କେହି କେହି ଖାଦ୍ୟ ପାଇଁ ସେମାନଙ୍କ ଛୋଟ ପିଲାଙ୍କୁ ମଧ୍ୟ ବିକ୍ରି କରିବାକୁ ପଛାଉନାହାନ୍ତି। ଅବଦୁଲ ରସିଦ ଆଜ୍‌ମି ନାମକ ଜଣେ ବ୍ୟକ୍ତି କହିଛନ୍ତି, ନିଜର ଅନ୍ୟ ପିଲାମାନଙ୍କ ପେଟ ପୂରାଇବା ପାଇଁ ସେ ତାଙ୍କର ଗୋଟେ ଝିଅକୁ ବିକ୍ରି କରିବାକୁ ପ୍ରସ୍ତୁତ ଅଛନ୍ତି।
ଘୋର ପ୍ରଦେଶରେ ଲୋକମାନଙ୍କୁ ଠିକ୍‌ରେ କାମ ମିଳୁ ନ ଥିବାରୁ ସ୍ଥିତି ବିଗିଡ଼ିବାରେ ଲାଗିଛି। ୪୫ ବର୍ଷୀୟ ଜୁମା ଖାନ୍‌ଙ୍କ କହିବା ହେଲା, ଗତ ଛଅ ସପ୍ତାହ ମଧ୍ୟରେ ସେ ମାତ୍ର ତିନି ଦିନର କାମ ପାଇଛନ୍ତି, ଯେଉଁଥିରୁ ତାଙ୍କୁ ଦୈନିକ ୧୫୦ ରୁ ୨୦୦ ଆଫଗାନି (୨.୩୫ – ୩.୧୩ ଡଲାର) ମିଳିଥିଲା। ତାଙ୍କ ସ୍ତ୍ରୀ ଓ ପିଲାମାନେ ୩ଦିନ ଦେଲା ଓପାସରେ ଅଛନ୍ତି। ରାତିରେ ଖାଲି ପେଟରେ ଶୋଉଛନ୍ତି। ଅଟା କିଣିବାକୁ ପଡ଼ୋଶୀଙ୍କୁ ଭିକ ମାଗିବାକୁ ପଡ଼ୁଛି। ପିଲାମାନେ କାଳେ ଭୋକ ଓପାସରେ ମରିଯିବେ, ସେ ଭୟ ମନରେ ଚିନ୍ତା ଘାରିଛି ବୋଲି ଜୁମା କହିଛନ୍ତି।
ଜାତିସଂଘର ରିପୋର୍ଟ ଅନୁଯାୟୀ, ଏବେ ଆଫଗାନିସ୍ତାନରେ ପ୍ରତି ଚାରି ଜଣରେ ତିନି ଜଣ ଲୋକ ନିଜର ମୌଳିକ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ନୁହନ୍ତି। ବେକାରି ସମସ୍ୟା ଚରମ ସୀମାରେ ପହଞ୍ଚତ୍ଛି, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏପରି କି ଏକଦା ଲକ୍ଷ ଲକ୍ଷ ଲୋକଙ୍କୁ ମୌଳିକ ସୁବିଧା ଯୋଗାଉଥିବା ସାହାଯ୍ୟ ଏବେ ମାତ୍ର କିଛି ପ୍ରତିଶତକୁ ଖସି ଆସିଛି। ଦେଶ ଏବେ କ୍ଷୁଧାର ସର୍ବକାଳୀନ ରେକର୍ଡ ସ୍ତରର ସମ୍ମୁଖୀନ ହେଉଛି। ଆଫଗାନିସ୍ତାନର ମୋଟ ଜନ ସଂଖ୍ୟାର ୧୦ ଭାଗରୁ ଅଧିକ ଅର୍ଥାତ୍‌ ପ୍ରାୟ ୪୭ ଲକ୍ଷ ଲୋକ ଦୁର୍ଭିକ୍ଷର ଅତି ନିକଟତର ବୋଲି ଆକଳନ କରାଯାଇଛି।
ଘୋର ହେଉଛି ସବୁଠାରୁ ଗୁରୁତର ଭାବେ ପ୍ରଭାବିତ ପ୍ରଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏଠାକାର ପୁରୁଷମାନେ କାମ ଧନ୍ଦା ନ ପାଇଁ କଷ୍ଟରେ ଜୀବନଯାପନ କରୁଛନ୍ତି। ଏପରି କି ପରିବାରର ଅସହାୟ ସ୍ଥିତିକୁ ସହ୍ୟ କରି ନ ପାରି ଅନେକେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଛାଉନାହାନ୍ତି।
ଏଠାରେ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କୁ ବିକ୍ରି କରିବାକୁ ଅଧିକ ଲୋକ ନିଷ୍ପତ୍ତି ନେଉଛନ୍ତି। ଏହି ନିଷ୍ପତ୍ତି ପଛରେ ସାଂସ୍କୃତିକ କାରଣ ରହିଛି, କାରଣ ଏଠାରେ ପୁଅମାନଙ୍କୁ ଭବିଷ୍ୟତର ରୋଜଗାରିଆ ବୋଲି ମନେକରାଯାଏ। ଆଫଗାନିସ୍ତାନରେ ମହିଳା ଓ ଝିଅମାନଙ୍କ ଶିକ୍ଷା ଏବଂ କାର୍ଯ୍ୟ ଉପରେ ତାଲିବାନ୍‌ର କଟକଣା ଯୋଗୁ ଏହି ସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?