ସ୍ୱାସ୍ଥ୍ୟକର୍ମଚାରୀ ଅଭାବକୁ ନେଇ ତାତିଲେ ଗ୍ରାମବାସୀ, ଦୋକାନ ବନ୍ଦ କରି ରାସ୍ତାରେ ବସିଲେ

ଗଜପତି,୨୧।୫(ଗିରିଧାରୀ ପରିଛା): ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟକର୍ମଚାରୀ ଅଭାବ ହେତୁ ଗୋଶାଣି ବ୍ଲକ ଗାରାବନ୍ଧ ଗ୍ରାମରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । ଦୋକାନ ବନ୍ଦ କରିବା ସହିତ ରାସ୍ତାରୋକୋ କରିଛନ୍ତି ।

ନିୟମିତ ଡାକ୍ତର, ଫାର୍ମାସିଷ୍ଟ ନିଯୁକ୍ତ ଓ ୨୪ ଘଣ୍ଟିଆ ପ୍ରାଥମିକ ସ୍ୱସ୍ଥ୍ୟକେନ୍ଦ୍ର ଖୋଲା ରଖିବା ଦାବିରେ ଲୋକେ ଆନ୍ଦୋଳନରେ ବସିଛନ୍ତି । ଗତ ଏପ୍ରିଲ ମାସରେ ଡାକ୍ତର ଅଭାବକୁ କେନ୍ଦ୍ରକରି ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ରରେ ତାଲା ପକାଇ ଲୋକେ ଆନ୍ଦୋଳନ କରିଥିଲେ । ସେହିସମୟରେ ପ୍ରଶାସନ ପକ୍ଷରୁ ଡାକ୍ତର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେବାପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ । ହେଲେ ଆଜିଯାଏ କୌଣସି ଡାକ୍ତର, ଫାର୍ମାସିଷ୍ଟ, ସ୍ୱସ୍ଥ୍ୟକର୍ମୀ କାହାର ନିଯୁକ୍ତି ହୋଇନଥିବା ହେତୁ ଗାରବନ୍ଧା ଗ୍ରାମ ଲୋକେ ଆଜି ସ୍ୱତଃପ୍ରବୃତ୍ତ ଭାବେ ଦୋକାନବଜାର ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

କୋୖଣସି ନିର୍ଭରଶୀଳ ପ୍ରତିଶୃତି ନମିଳିବା ଯାଏ ଆନ୍ଦୋଳନ ଜାରିରହିବ ବୋଲି ଲୋକେ ଜିଦରେ ରାସ୍ତାରୋକୋ କରି ବସିଛନ୍ତି । ଫଳରେ ଆନ୍ଧ୍ରପଟୁ ବ୍ରହ୍ମପୁର ଯିବା ମୁଖ୍ୟରାସ୍ତାରେ ଗାଡି ଚଳାଚଳ ସମ୍ପୁର୍ଣ୍ଣ ଭାବେ ଠପ୍ ହୋଇଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

ପୋଖରୀରେ ଗାଧୋଉଥିଲେ ଯୁବକ, ୨ ରାଉଣ୍ଡ ଗୁଳି ଚଳାଇ ଲୁଟିନେଲେ ବାଇକ

ନୟାଗଡ, ୨୦।୮(ଲୋକନାଥ ମିଶ୍ର): ନୟାଗଡ ଜିଲା ଚାନ୍ଦପୁର ଥାନା କୁସୂପଲାରେ ୨ରାଉଣ୍ଡ ଗୁଳି ଚାଳନା ହୋଇଛି । ପୋଖରୀରେ ଗାଧୋଉ ଥିବା ବେଳେ ଗୁରୁବାର ଅପରାହ୍ନ ପ୍ରାୟ…

କେସିଙ୍ଗାରେ ବିଜେଡି ଯୁବ ରାଜ୍ୟ ସଭାପତି, କହିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ…

କେସିଙ୍ଗା,୨୦ା୮(ତୁମେଶ୍ୱର ସାହୁ): ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ କୁମାର ସାହୁ ନବରଙ୍ଗପୁରରେ ହେବାକୁ ଥିବା ଛାତ୍ର ସମାବେଶରେ ଯୋଗ ଦେବାପାଇଁ ଗୁରୁବାର…

ପୋଖରୀରେ ମୃତଦେହ-ଘରେ ମିଳିଲା କଟାମୁଣ୍ଡ, ବଲାଙ୍ଗୀରରେ ହଇଚଇ

ବଲାଙ୍ଗୀର, ୨୦।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ବଡ଼ ଖୁଲାସା ହୋଇଛି ।…

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri