ଆଜି ସମଗ୍ର ଦେଶରେ ବନ୍ଦ ରହିବ ଔଷଧ ଦୋକାନ: ଜାଣନ୍ତୁ କୋଉଠୁ କିଣିବେ

ଭୁବନେଶ୍ୱର,୨୦ା୫(ବନ୍ଦନା ସେଠୀ):ଅଲ୍‌ ଇଣ୍ଡିଆ ଅର୍ଗାନାଇଜେଶନ ଅଫ୍‌ କେମିଷ୍ଟ୍‌ସ ଆଣ୍ଡ୍‌ ଡ୍ରଗିଷ୍ଟ୍‌ସ (ଏଆଇଓସିଡି) ପକ୍ଷରୁ ବୁଧବାର ସମଗ୍ର ଦେଶରେ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇଛି। ଅନ୍‌ଲାଇନ ଔଷଧ ବିକ୍ରିକୁ ବିରୋଧ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦାବି କରି ଏଆଇଓସିଡି ଅଧୀନରେ ଥିବା ସମସ୍ତ ଔଷଧ ବ୍ୟବସାୟୀ ଆନ୍ଦୋଳକୁ ଓହ୍ଲାଇବେ। ଇ-ଫାର୍ମାସି ଏବଂ ଅନ୍‌ଲାଇନ୍‌ ଔଷଧ ଡେଲିଭରି ପ୍ଲାଟ୍‌ଫର୍ମଗୁଡ଼ିକ ଯଥେଷ୍ଟ ନିରୀକ୍ଷଣ ବିନା କାର୍ଯ୍ୟ କରୁଥିବାରୁ ସୃଷ୍ଟ ନିୟମାବଳୀର ଅଭାବ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ପ୍ରତିବାଦ କରାଯାଉଥିବା ଏଆଇଓସିଡି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାର ପ୍ରଭାବ ଯେପରି ଓଡ଼ିଶାରେ ନ ପଡ଼ିବ ଓ ଲୋକେ ଔଷଧ ପାଇଁ ହଇରାଣ ନ ହେବେ, ସେଥିପାଇଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଡ୍ରଗ୍ସ କଣ୍ଟ୍ରୋଲ ଡିରେକ୍ଟୋରେଟ ପକ୍ଷରୁ ସମସ୍ତ ଜିଲାର ଡ୍ରଗ୍ସ ଇନ୍ସପେକ୍ଟର ଓ ସହାୟକ ଡ୍ରଗ୍ସ କଣ୍ଟ୍ରୋଲରମାନଙ୍କୁ ସ୍ବତନ୍ତ୍ର ନିର୍ଦ୍ଦେଶ ଜାରି କରାଯାଇଛି। ବିଶେଷକରି ବନ୍ଦ ଯୋଗୁ ଜରୁରୀ ପରିସ୍ଥିତିରେ ଔଷଧ ବଣ୍ଟନ ଓ ବିକ୍ରୟ ଅବିଚ୍ଛିନ୍ନ ରଖିବା ପାଇଁ ସ୍ଥାନୀୟ କେମିଷ୍ଟ ସଂଘମାନଙ୍କୁ ଅନୁରୋଧ କରାଯାଇଛି। ସମସ୍ତ ସରକାରୀ ସ୍ବାସ୍ଥ୍ୟ ସଂସ୍ଥାରେ ଥିବା ନିରାମୟ କେନ୍ଦ୍ରଗୁଡ଼ିକରୁ ରୋଗୀମାନଙ୍କୁ ଔଷଧ ବଣ୍ଟନ କରାଯିବ। ଏହାର ନିରୀକ୍ଷଣ ଓ ସୁନିଶ୍ଚିତକରଣ ପାଇଁ ସମସ୍ତ ଜିଲାର ସିଡିଏମ୍‌ ଓ ପିଏଚ୍‌ଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ହସ୍ପିଟାଲ କ୍ୟାମ୍ପସ ଭିତରେ ଥିବା ମେଡିସିନ ଷ୍ଟୋର୍‌ ଓ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମ୍‌ବିଜେକେ) ଖୋଲା ରହିବ। ହସ୍ପିଟାଲ ଓ କ୍ଲିନିକାଲ ସଂସ୍ଥାଗୁଡ଼ିକ ସହ ସଂଲଗ୍ନ ଇନ୍‌-ହାଉସ ଫାର୍ମାସି/ମେଡିସିନ ଷ୍ଟୋର୍‌ ସହିତ ୨୪ଘଣ୍ଟିଆ ଔଷଧ ଦୋକାନ ଖୋଲା ରଖିବାକୁ କୁହାଯାଇଛି। ଡ୍ରଗ୍ସ ଇନ୍ସପେକ୍ଟରମାନେ ହୋଲ୍‌ସେଲର ଓ ବିତରକମାନଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଦୁର୍ଗମ ଅଞ୍ଚଳର କେମିଷ୍ଟମାନଙ୍କୁ ଡାଇବେଟିସ, ଉଚ୍ଚ ରକ୍ତଚାପ, ଆସ୍ଥମା, ହୃଦ୍‌ରୋଗ, କ୍ୟାନ୍‌ସର ଓ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ରୋଗୀମାନଙ୍କୁ ଆଗୁଆ ଔଷଧ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ କିଛି କର୍ପୋରେଟ ପରିଚାଳିତ ଔଷଧ ଦୋକାନ ଏଆଇଓସିଡି ସହ ସମ୍ପୃକ୍ତ ନ ଥିବାରୁ ସେମାନେ ବନ୍ଦରେ ସାମିଲ ହେବେ ନାହିଁ ଏବଂ ସାଧାରଣ ଭାବେ ଦୋକାନ ଖୋଲା ରଖିବେ ବୋଲି ସୂଚନା ଦିଆଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?