ଭାରତରେ ପ୍ରଯୁକ୍ତିବିଦ୍ୟାର ବିକାଶ

ଦେଶ ସ୍ବାଧୀନତା ଲାଭ କରିବା ପରେ ଏହାର ପ୍ରଗତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦେଶରେ ଅନେକ ବୃହତ୍‌ ନଦୀବନ୍ଧ ନିର୍ମାଣ କରାଯାଇ ଜଳସେଚନ ଓ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି। ଲୁହା ଇସ୍ପାତ କାରଖାନା ସ୍ଥାପନ କରାଯାଇ ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇଛି। ମହାକାଶ ଅଭିଯାନ ଦ୍ୱାରା ଅନେକ ଉପକାର ମିଳିଛି ଏବଂ ଏହା ସହିତ ଆଣବିକ ଶକ୍ତି ଓ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ପ୍ରଗତି ଲାଭ ହୋଇଛି। ଆରମ୍ଭରୁ ଆମେ ପ୍ରଯୁକ୍ତି ବିଦ୍ୟା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲୁ। ଦେଶର ପ୍ରଥମ ନଦୀ ବନ୍ଧ ଯୋଜନା ହେଉ କିମ୍ବା ଇସ୍ପାତ କାରଖାନାଗୁଡିକ ହେଉ, ଏହା ବିଦେଶୀ ଇଞ୍ଜିନିୟରିଂ ଓ ପ୍ରଯୁକ୍ତିବିଦ୍ୟା ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଆମେମାନେ ଏଥିରେ ସ୍ବାବଲମ୍ବନଶୀଳ ହୋଇପାରିଛେ ଏବଂ ଅନେକ କ୍ଷେତ୍ରରେ ଆମେ ପ୍ରଯୁକ୍ତବିଦ୍ୟା ବିକାଶରେ ବିକଶିତ ଦେଶଗୁଡିକ ସହିତ ସମକକ୍ଷ ହୋଇପାରିଛେ। ଭାରତରେ ବର୍ତ୍ତମାନ ପ୍ରାୟ ୫୮ଲକ୍ଷ ବୈଷୟିକ ବୃତ୍ତିଧାରୀ ବ୍ୟକ୍ତି ଅଛନ୍ତି ଏବଂ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ କ୍ଷେତ୍ରରେ ମୋଟ ବିଶେଷଜ୍ଞମାନଙ୍କ ମଧ୍ୟରେ ଭାରତର ଅବଦାନ ହେଉଛି ୨୮ ପ୍ରତିଶତ। ପୃଥିବୀର ସଫ୍ଟଓ୍ବେର ଇଞ୍ଜିନିୟରମାନଙ୍କର ୨୩ ପ୍ରତିଶତ ହେଉଛି ଭାରତୀୟ ଏବଂ ପୃଥିବୀର ପ୍ରାୟ ସମସ୍ତ ଦେଶରେ ଏମାନେ କାର୍ଯ୍ୟ କରୁଛନ୍ତି।
ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶର ଅଗ୍ରଗତିର ଏକ ପ୍ରମୁଖ ଉଦାହରଣ ହେଉଛି ମହାକାଶ ଅଭିଯାନ। ଭାରତ ନିଜସ୍ବ ଜ୍ଞାନକୌଶଳରେ ଅନ୍ତରୀକ୍ଷରେ ଯୋଗାଯୋଗ ଉପଗ୍ରହ, ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଅବସ୍ଥାପିତ କରିଛି। ଏହାର ପିଏସ୍‌ଏଲ୍‌ଭି ରକେଟ ହେଉଛି ଏକ ଶାକ୍ତିଶାଳୀ ଉପଗ୍ରହ ଉତ୍‌କ୍ଷେପଣ ଯାନ। ଏହା ସାହାଯ୍ୟରେ ଏହା ଦେଶର ଓ ବିଦେଶର ଅନେକ ମହାକାଶଯାନ ଅନ୍ତରୀକ୍ଷକୁ ପଠାଇଛି। ଭାରତର ‘ଚନ୍ଦ୍ରଯାନ-୧’ ଅଭିଯାନରେ ଚନ୍ଦ୍ରରେ ଜଳ ଆବିଷ୍କାର ହୋଇଥିଲା। ମଙ୍ଗଳ ଗ୍ରହ ନିକଟକୁ ଯାନ ପଠାଇ ଏହା ଅନ୍ୟ ଏକ ସଫଳତା ହାସଲ କରିଛି। ସୂର୍ଯ୍ୟ ଅଭିମୁଖେ ଏହା ଆଦିତ୍ୟ ଏଲ୍‌-୧ ଯାନ ପଠାଇଛି।
ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପୂର୍ଣ୍ଣରୂପରେ ସ୍ବାବଲମ୍ବନ ହୋଇ ପାରି ନ ଥିଲେ ସୁଦ୍ଧା ଏହା ନିଜସ୍ବ ଜ୍ଞାନକୌଶଳରେ ଅନେକ ପ୍ରକାର କ୍ଷେପଣାସ୍ତ୍ର ବିକାଶ କରିଛି। ‘ଅଗ୍ନି-୫’ କ୍ଷେପଣାସ୍ତ୍ର ଆଣବିକ ମାରଣାସ୍ତ୍ର ବହନ କରି ୫୦୦୦ କିମି ପର୍ଯ୍ୟନ୍ତ ଯାଇ ପାରିବା ପାଁଇ ବିକଶିତ ଓ ପରୀକ୍ଷିତ ହୋଇଛି। ଏହାପରେ ୧୦,୦୦୦ କିମି ଯାଇପାରିବା ଭଳି ‘ଅଗ୍ନି-୬’ର ଡିଜାଇନ୍‌ କରାଯାଇଛି, ଯାହା ଏକା ସଙ୍ଗରେ ଦଶଟି ଲକ୍ଷ୍ୟସ୍ଥଳରେ ବୋମା ନିକ୍ଷେପ କରିପାରିବ। ଏହାର ପରିସରରେ ସମଗ୍ର ଏସିଆ ଓ ୟୁରୋପ ମହାଦେଶ ଆସୁଛି।
ଡିଜିଟାଲ ପ୍ରଯୁକ୍ତିବିଦ୍ୟାରେ ଭାରତ କୃତିତ୍ୱ ହାସଲ କରିଛି। ଏହାର ଏକ ଉଲ୍ଳେଖନୀୟ ଉଦାହରଣ ହେଉଛି ୟୁପିଆଇ ବା ଡିଜିଟାଲ ଦେୟ। ଏହାଦ୍ୱାରା ଲକ୍ଷ ଲୋକ ସ୍ମାର୍ଟ ଫୋନ୍‌ ସାହାଯ୍ୟରେ ତୁରନ୍ତ ଅର୍ଥ କାରବାର କରି ପାରୁଛନ୍ତି। ଏହାସାଙ୍ଗକୁ ଆଧାର, ଅନଲାଇନ୍‌ ବ୍ୟାଙ୍କ ବ୍ୟବସ୍ଥା, ଟେଲିମେଡିସିନ୍‌, ଇ-ପ୍ରଶାସନ ଏବଂ ଡିଜିଟାଲ ଶିକ୍ଷଣ ବ୍ୟବସ୍ଥା ଆଦି ଡିଜିଟାଲ ପ୍ରଯୁକ୍ତିବିଦ୍ୟାକୁ ଦୈନନ୍ଦିନ ଜୀବନର ଏକ ଅଂଶରେ ପରିଣତ କରିଛି।
ଜୈବ ପ୍ରଯୁକ୍ତବିଦ୍ୟା କ୍ଷେତ୍ରରେ ଭାରତରେ ଅନେକ ଗବେଷଣା ଚାଲିଛି ଏବଂ ଏହାର ସୁଫଳ ଲୋକମାନେ ଉପଭୋଗ କରୁଛନ୍ତି। କୋଭିଡ୍‌ ମହାମାରୀ ସମୟରେ ଭାରତର କରୋନା ଟିକା ବାହାର କରି ଦେଶବାସୀଙ୍କୁ ବଞ୍ଚାଇପାରିବା ସହ ଅନ୍ୟ ଦେଶକୁ ଏହା ଯୋଗାଇଥିଲା। ଭାରତ ହେଉଛି ଗୋଟିଏ ଔଷଧ ରପ୍ତାନିକାରୀ ଦେଶ। କୃତ୍ରିମ ବୃଦ୍ଧିମତ୍ତା (ଏଆଇ)କୁ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରଯୋଗ କରିବା ପାଇଁ ଦେଶରେ କେତେକ ଷ୍ଟାର୍ଟଅପ୍‌ କମ୍ପାନୀ କାର୍ଯ୍ୟ କରୁଛି।
କୃତ୍ରିମ ବୁଦ୍ଧିମତ୍ତା ଓ କ୍ୱାଣ୍ଟାମ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଦେଶରେ ଅନେକ ଗବେଷଣା ଚାଲିଛି। ଏହି ଦୁଇଟି ପ୍ରଯୁକ୍ତ ବିଦ୍ୟା ହେଉଛି ଆଧୁନିକ ଯୁଗର ଆକର୍ଷଣୀୟ ଓ ଅତ୍ୟାବଶ୍ୟକୀୟ ଜ୍ଞାନକୌଶଳ। ଯଦିଓ ଆମେରିକାରେ ଏହାର ଉଦ୍ଭବ ହୋଇ ସେଠାରେ ଏହାର ବିକାଶ ତ୍ୱରାନ୍ବିତ ହୋଇଛି, ଭାରତ ଏ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଦେଇଛି। ଏହି ବର୍ଷ ଫେବୃଆରୀରେ ନୂଆଦିଲ୍ଲୀରେ ଏ.ଆଇ. ଇମ୍ପାକ୍ଟ ସମ୍ମିଟ୍‌ (କୃତ୍ରିମ ବୌଦ୍ଧିକତା ପ୍ରଭାବ ସମ୍ମିଳନୀ) ଅନୁଷ୍ଠିତ ହୋଇଥିଲା। ଏଥିରେ ପୃଥିବୀର ଅନେକ କମ୍ପାନୀ ଯୋଗ ଦେଇଥିଲେ ଏବଂ ଭାରତର ଷ୍ଟାର୍ଟଅପ୍‌ କମ୍ପାନୀଗୁଡିକ ଏ.ଆଇ. କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ।
ଆଧୁନିକ ତଥ୍ୟ ପ୍ରଯୁକ୍ତିବିଦ୍ୟା ପାଇଁ ସେମିକଣ୍ଡକ୍ଟର ହେଉଛି ଗୋଟିଏ ଦରକାରୀ ପଦାର୍ଥ। ଏହା ସାଧାରଣତଃ ଆମେ ବାହାର ଦେଶରୁ ଆମଦାନୀ କରୁଛେ। କିନ୍ତୁ ଦେଶରେ ଏହାର ଉତ୍ପାଦନ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଆମେ ଅଳ୍ପ ବର୍ଷ ଭିତରେ ଏଥିରେ ସ୍ବାବଲମ୍ବନଶୀଳ ହୋଇପାରିବା ବୋଲି ମୋର ଆଶା।
ପରମାଣୁ ଶକ୍ତି କ୍ଷେତ୍ରରେ ଭାରତର କୃତି ହେଉଛି ଉଲ୍ଲେଖନୀୟ। ଚଳିତ ବର୍ଷ ଏପ୍ରିଲ ୬ ତାରିଖ ଦିନ ତାମିଲନାଡୁର କାଳପାକମ୍‌ଠାରେ ନିର୍ମାଣାଧୀନ ୫୦୦ ମେଗାଓ୍ବାଟ କ୍ଷମତାର ଦ୍ରୁତ ପ୍ରଜନନକାରୀ ରିଆକ୍ଟର କ୍ରାନ୍ତିୟତା (କ୍ର୍ରିଟିକାଲିଟି) ହାସଲ କରିବା ହେଉଛି ଉଲ୍ଲେଖନୀୟ। ଏହି ପ୍ରଯୁକ୍ତିବିଦ୍ୟାକୁ କାର୍ଯ୍ୟକାରୀ କରିବାରେ ରୁଷିଆ ପରେ ଭାରତ ହେଉଛି ଦ୍ୱିତୀୟ ଦେଶ। ଏହାକୁ କାର୍ଯ୍ୟକାରୀ କରି ଦେଶରେ ଉପଲବ୍ଧ ପ୍ରଚୁର ପରିମାଣର ଥୋରିୟମରୁ ବିଦ୍ୟୁତ ଉତ୍ପାଦନ କରାଯାଇପାରିବ।
ଭାରତ ୧୯୯୮ ମସିହାରୁ ନିଜକୁ ଆଣବିକ ରାଷ୍ଟ୍ର ଭାବରେ ଘୋଷଣା କରିଛି। ସେହି ବର୍ଷ ମେ ୧୧ ତାରିଖରେ ରାଜସ୍ଥାନର ପୋଖରାନଠାରେ ସଫଳ ଭାବେ ଆଣବିକ ପରୀକ୍ଷା କରି ଭାରତ ଆଣବିକ ରାଷ୍ଟ୍ରରେ ପରିଣତ ହୋଇଛି। ଭାରତ ସ୍ପଷ୍ଟ ଭାବରେ କହିଛି ଯେ ଭାରତ ହେଉଛି ଏକ ଶାନ୍ତିପ୍ରିୟ ଦେଶ, ମାତ୍ର ପ୍ରତିରକ୍ଷା ପାଇଁ କୌଣସି ପ୍ରକାର ଅବହେଳା କରାଯାଇପାରିବ ନାହିଁ। ସେହି ବର୍ଷ ମେ ୧୧ ତାରିଖରେ ମଧ୍ୟ ଭାରତ ଆଉ ଦୁଇଟି ସଫଳତା ହାସଲ କରିଥିଲା। ସେହିଦିନ ତ୍ରିଶୂଳ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ଏବଂ ‘ହଂସ-୩’ ବ୍ୟୋମଯାନରେ ପ୍ରଥମ ଉଡାଣ ପରୀକ୍ଷା କରାଯାଇଥିଲା। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏହି ଦିନ ତିନୋଟି ସଫଳତା ହେତୁ ଏହି ଦିନକୁ ୧୯୯୯ ମସିହା ଠାରୁ ‘ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ’ ଭାବେ ପାଳନ କରାଯାଉଛି। ଦେଶର ଇଞ୍ଜିନିୟରମାନଙ୍କର ଅକ୍ଳାନ୍ତ ଚେଷ୍ଟା ଓ ଅବଦାନକୁ ସ୍ବୀକୃତି ଜଣାଇବା ସହିତ ଦେଶରେ ବିକାଶ ଲାଭ କରିଥିବା ପ୍ରଯୁକ୍ତିବିଦ୍ୟାକୁ ସର୍ବସାଧାରଣଙ୍କୁ ଜଣାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପୁନଶ୍ଚ ଦେଶରେ ବିଜ୍ଞାନ ଓ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ଛାତ୍ରୀଛାତ୍ରମାନଙ୍କର ଆଗ୍ରହ ସୃଷ୍ଟି କରିବା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନୂତନ ଷ୍ଟାର୍ଟଅପ୍‌ ସ୍ଥାପନ ପାଇଁ ପ୍ରେରଣା ଦେବା ହେଉଛି ଏହାର ଅନ୍ୟତମ ଲକ୍ଷ୍ୟ।

ଇଂ. ମାୟାଧର ସ୍ବାଇଁ
-୭୦,ଲକ୍ଷ୍ମୀସାଗର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?