Posted inଖେଳ

ସ୍ବସ୍ତିକ, ସତ୍ୟେନ୍ଦ୍ର, ଅନନ୍ତଙ୍କୁ ସରୋଜ ମହାସୁଆର ପୁରସ୍କାର

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି)-ଯୁବ କ୍ରିକେଟର ସ୍ବସ୍ତିକ ସାମଲ ଏବଂ ରାଜ୍ୟର ଦୁଇ ଜଣାଶୁଣା ଅମ୍ପାୟର ସତ୍ୟେନ୍ଦ୍ର ମୋହନ ମହାନ୍ତି ଓ ଅନନ୍ତ ବାସୁଦେବ ମିଶ୍ର ଚଳିତ ବର୍ଷର ସରୋଜ ମହାସୁଆର ସ୍ମୃତି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ପ୍ରଦାନର ଧାରା ଗତ ୧୬ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି। ପ୍ରତିଭା ସମ୍ପନ୍ନ ବ୍ୟାଟ୍ସମ୍ୟାନ ସ୍ବସ୍ତିକ ଯୁବ କ୍ରିକେଟର ଅଫ୍‌ ଦି ଇୟର ଏବଂ ସତ୍ୟେନ୍ଦ୍ର ଓ ଅନନ୍ତ ଯୁଗ୍ମଭାବେ ଶ୍ରେଷ୍ଠ ଅମ୍ପାୟର ପୁରସ୍କାର ପାଇବେ। ସରୋଜ ମହାସୁଆର ସ୍ମୃତି କମିଟି ଏବଂ ବରିଷ୍ଠ କ୍ରୀଡ଼ା ଖବରଦାତାଙ୍କୁ ନେଇ ଗଠିତ ଚୟନ କମିଟି ଏହି ୩ କ୍ରୀଡ଼ାବିତ୍‌ଙ୍କୁ ମନୋନୀତ କରିଛି। ଚଳିତମାସ ୧୫ ତାରିଖରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ୍‌କ୍ଲବ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ସ୍ମୃତି କମିଟି ଆବାହକ ମନୋଜ ମହାପାତ୍ର ପ୍ରକାଶ କରିଛନ୍ତି। ୨୦୧୬-୧୭ ସିଜନରୁ ଓଡ଼ିଶା ପାଇଁ ଘରୋଇ କ୍ରିକେଟ ଖେଳି ଆସୁଥିବା ସ୍ବସ୍ତିକ ଭାରତୀୟ ଯୁବ ଦଳରେ ସ୍ଥାନ ପାଇବା ସମ୍ଭାବନା ସୃଷ୍ଟି କରିଛନ୍ତି। କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ପାଇଁ ସେ ଜେଡ୍‌ସିଏ ଏବଂ ଏନ୍‌ସିଏ ଶିବିରକୁ ଡାକରା ପାଇଛନ୍ତି। ଗତ ସିଜନରେ ସେ ୪୫୨ ରନ କରି ରାଜ୍ୟର ଅଗ୍ରଣୀ ସ୍କୋରର ହୋଇଥିଲେ। ଏଥିପାଇଁ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନସିଏ) ଡାକରା ପାଇବା ସହ ୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫିରେ ସ୍ଥାନ ପାଇଥିଲେ। ସିନିୟର ବର୍ଗରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଦଳରେ ମଧ୍ୟ ସ୍ଥାନ ପାଇଥିଲେ। ରାଜ୍ୟ ଭିନୁ ମଙ୍କଡ ଓ କୁଚ୍‌ବିହାର ଟ୍ରଫିରେ ଦଳର ନେତୃତ୍ୱ ନେଇଥିଲେ। ୨୩ ବର୍ଷରୁ କମ୍‌ ସି.କେ.ନାଇଡୁ ଦଳରୁ ମଧ୍ୟ ଖେଳିଥିଲେ। ରାଉରକେଲା ଛେଣ୍ଡ କଲୋନୀର ମଧୁସ୍ମିତା ଓ ପୀୟୂଷ ପ୍ରକାଶ ସାମଲଙ୍କ ପୁଅ ସ୍ବସ୍ତିକ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଭାବେ ଆଗକୁ ବଢ଼ିବା ଲକ୍ଷ୍ୟରେ ରହିଛନ୍ତି।
ସତ୍ୟେନ୍ଦ୍ର ଓ ଅନନ୍ତ ଗତ ୩ ଦଶନ୍ଧୀଧରି ରାଜ୍ୟରେ କ୍ରିକେଟ ଅମ୍ପାୟରିଂ କରି ଆସୁଛନ୍ତି। ନିମାପଡ଼ାର ୫୪ ବର୍ଷୀୟ ସତ୍ୟେନ୍ଦ୍ର ୧୯୯୨ରୁ ଏବଂ ଭୁବନେଶ୍ୱରର ୪୯ ବର୍ଷୀୟ ଅନନ୍ତ ୧୯୯୦ରୁ ଅମ୍ପାୟରିଂ କରି ଆସୁଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏଶନର ପ୍ୟାନେଲ ଅମ୍ପାୟରଭାବେ ଉଭୟ ଆନ୍ତଃଜିଲା, ଆନ୍ତଃମହାବିଦ୍ୟାଳୟ, ରାଜ୍ୟସ୍ତରୀୟ, ସର୍ବଭାରତୀୟ ପ୍ରତିଯୋଗିତା ଗୁଡ଼ିକରେ ମ୍ୟାଚ ପରିଚାଳନା କରିବାର ଦକ୍ଷତା ରଖିଛନ୍ତି। ଯୁବ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପୂର୍ବରୁ ୨୦୦୪ରେ ଦୀପକ ମଙ୍ଗରାଜ, ୨୦୦୫ରେ ପରେଶ ପଟେଲ, ୨୦୦୬ରେ ଆତିଶ ଜେନା, ୨୦୦୭ରେ ଆଲୋକ ସାହୁ-ଆଲୋକ ମଙ୍ଗରାଜ, ୨୦୦୮ରେ ହଳଧର ଦାସ, ୨୦୦୯ରେ ବସନ୍ତ ମହାନ୍ତି, ୨୦୧୦ରେ ନଟରାଜ ବେହେରା, ୨୦୧୧ରେ ସୌମେନ୍ଦ୍ର ଦାସ, ୨୦୧୨ରେ ମାଧୁରୀ ମେହେଟା, ୨୦୧୩ରେ ରୋଶନାରା ପରବିନ, ୨୦୧୪ରେ ସ୍ବାଗତିକା ରଥ, ୨୦୧୫ରେ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ, ୨୦୧୬ରେ ରଣଜୀତ ସିଂ, ୨୦୧୭ରେ ପ୍ରୀତ ସିଂ କନଓ୍ବର ଏବଂ ୨୦୧୮ରେ ରଘୁନାଥ ମଲ୍ଲ ପାଇଥିଲେ। ସେହିପରି ଅରୁଣ କୁମାର ବାସା, ସୁବ୍ରତ ଦାସ, ମାରିଓ ଫ୍ରାନ୍ସିସ, ବିଭୂ ଶତପଥୀ, ପରାସର ବିଶ୍ୱାଳ, ଚଣ୍ଡିପ୍ରସନ୍ନ ମହାପାତ୍ର, ଅସିତ ପଟ୍ଟନାୟକ, ପବୀତ୍ର ପ୍ରଧାନ, ଶରତ କୁମାର ସାହୁ, ନିର୍ମଳ ମିଶ୍ର ପୂର୍ବରୁ ଶ୍ରେଷ୍ଠ ଅମ୍ପାୟର ପୁରସ୍କାର ହାସଲ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଜଣାଶୁଣା ଅମ୍ପାୟର ସରୋଜ ମହାସୁଆର ୨୦୦୨ରେ କଟକରେ ଆନ୍ତଃଜିଲା ପ୍ରତିଯୋଗିତାରେ ଏକ ମ୍ୟାଚ ପରିଚାଳନା କରି ଭୁବନେଶ୍ୱର ଫେରୁଥିବାବେଳେ ବାଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri