Posted inଜାତୀୟ

ବାବରୀ ମସଜିଦ୍‌ ଭଙ୍ଗା ମାମଲା: କଲ୍ୟାଣ ସିଂଙ୍କ ସମେତ ଭାଜପାର ଅନ୍ୟ ୧୩ ନେତାଙ୍କ ଉପରେ ସିବିଆଇ ନଜର

ନୂଆଦିଲ୍ଲୀ,୧୦।୯: କଲ୍ୟାଣ ସିଂ ରାଜ୍ୟପାଳ ପଦ ଛାଡ଼ିବା ପରେପରେ ଏବେ ତାଙ୍କ ଉପରେ ସଙ୍କଟ ଦେଖାଦେଇଛି। ବାବରୀ ମସଜିଦ୍‌ ଭଙ୍ଗା ମାମଲାରେ କଲ୍ୟାଣ ସିଂଙ୍କ ସମେତ ଭାଜପାର ଅନ୍ୟ ୧୩ ନେତାଙ୍କ ଉପରେ ସିବିଆଇର ନଜର ରହିଛି। କଲ୍ୟାଣ ସିଂଙ୍କୁ ଅଭିଯୁକ୍ତ ଭାବେ ଉପସ୍ଥିତ କରାଇବାକୁ ସିବିଆଇ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ତେବେ ସେ ରାଜ୍ୟପାଳ ପଦରେ ଥିବାରୁ ସମ୍ବିଧାନର ଅନୁଚ୍ଛେଦ ୩୫୧ ଅନ୍ତର୍ଗତ ତାଙ୍କ ଉପରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇ ପାରୁ ନ ଥିଲା। ସିବିଆଇ ଆବେଦନ ଆଧାରରେ ୨୦୧୭ ଏପ୍ରିଲ୍‌ ୧୯ରେ ସୁପ୍ରିମ୍‌କୋର୍ଟ କଲ୍ୟାଣ ସିଂଙ୍କ ସମେତ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଓ୍ବାଣୀ, ମୂରଲୀ ମନୋହର ଯୋଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ, ସ୍ବାଧୀ ଋତୁମ୍ଭରା, ମହନ୍ତ ନୃତ୍ୟଗୋପାଳ ଦାସ, ବିନୟ କଟିୟାର, ସତୀଶ ପ୍ରଧାନ, ଚମ୍ପତ ରାୟ ବଂସଲ, ବିଷ୍ଣୁ ହରି ଡାଲମିଆ, ଆରଓ୍ବୀ ବେଦାନ୍ତି, ଜଗଦୀଶ୍‌ ମୁନୀ ମହାରାଜ, ବି.ଏଲ୍‌.ଶର୍ମା, ଧର୍ମ ଦାସ ପ୍ରମୁଖ ଅଭିଯୁକ୍ତଙ୍କ ଉପରେ ମୋକଦମା ଚଳାଇବା ପାଇଁ କୁହାଯାଇଥିଲା। ଏହି ମାମଲାରେ କଲ୍ୟାଣ ସିଂଙ୍କ ବ୍ୟତିତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ୍‌ ମିଳିଛି। ସମସ୍ତ ଅଭିଯୁକ୍ତଙ୍କ ଉପରେ ଧାରା ୧୨୦(ବି)ଅନ୍ତର୍ଗତ ମୋକଦମା ଜାରି ରହିଛି। ୧୯୯୨ ଡିସେମ୍ବର ୬ରେ ବାବରୀ ମସଜିଦ୍‌ ଭାଙ୍ଗିବା ପରେ ଡିସେମ୍ବର ୧୬ରେ ଏହାର ବିଚାର ପାଇଁ ଲିବ୍ରାହାନ୍‌ କମିଶନ ଗଠନ କରାଯାଇଥିଲା। କମିଶନ ପକ୍ଷରୁ ଘଟଣାର ଯାଞ୍ଚ୍‌ କରାଯାଇ ଏହାକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ସୂଚିତ କରି ୬୮ ଜଣଙ୍କୁ ଦୋଷୀ ଭାବେ ଉପସ୍ଥାପିତ କରିଥିଲେ। ତତ୍‌କାଳୀନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏଭଳି ଘଟଣାକୁ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା କମିଶନ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri